Articles by "ଆଞ୍ଚଳିକ"

Showing posts with label ଆଞ୍ଚଳିକ. Show all posts


 ନବରଙ୍ଗପୂର,(୦୫।୦୩):କିଛି ଦିନ ରହିଛି ସାଧାରଣ ନିର୍ବାଚନ । ସଂସଦୀୟ କ୍ଷେତ୍ର ନବରଙ୍ଗପୁରରେ ରାଜନୈତିକ ଉଷ୍ମତା ଯେତିକି ବଢିଛି ପ୍ରାର୍ଥୀକୁ ନେଇ ମଧ୍ୟ ଦ୍ଵନ୍ଦ ବିରୋଧ ଓ କର୍ମୀନେତାଙ୍କ ଉତ୍କଣ୍ଠା । ସରଗରମ ରାଜନୀତି ଓ ଏହାରି ମଧ୍ୟରେ ପ୍ରସ୍ତୁତ ମଇଦାନରେ ପ୍ରମୁଖ ୩ ରାଜନୈତିକ ଦଳର ପ୍ରତିଦ୍ଵନ୍ଦୀ । ଚଳିତ ସାଧାରଣ ନିର୍ବାଚନରେ ନବରଙ୍ଗପୂର ଲୋକସଭା ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଏଥର ଲଢେଇ ଜୋରଦାର ହେବା ସହ କଡା ଟକ୍କରର ସାମନା କରିବାକୁ ୩ପ୍ରାର୍ଥୀଙ୍କୁ ପଡିପାରେ ବୋଲି ସବୁଆଡେ ଆଲୋଚନା ଜୋର ଧରିଛି ।  କଂଗ୍ରେସରୁ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରଦୀପ ମାଝୀ ଓ ବଳଭଦ୍ର ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି ଭାଜପା ଦଳ । ଲୋକସଭା ପ୍ରାର୍ଥୀଙ୍କ ପାଇଁ ଏହି ନିର୍ବାଚନ ବହୁ ଚ୍ୟାଲେଞ୍ଜ ନେଇ ଆସିଛି । କଂଗ୍ରେସରୁ ପ୍ରଦୀପ ଓ ବିଜେଡିରୁ ବଳଭଦ୍ରଙ୍କୁ ସାଂସଦ ଭାବେ ମତଦାତାମାନେ ନିର୍ବାଚିତ କରିଥିଲେ । ହେଲେ ପରିବର୍ତ୍ତନଶୀଳ ରାଜନୀତିରେ ଦଳ ବଦଳାଇ ଥିବା ବଳଭଦ୍ର ଦ୍ଵିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ କରିଥିବାବେଳେ ପ୍ରାର୍ଥିତ୍ଵକୁ ନେଇ ଦଳରେ ବିଦ୍ରୋହ ଦେଖାଦେଇଛି । ଏକଦା ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ତଳୀ କଂଗ୍ରେସର ଗଡ ରହିଥିଲା । ସ୍ଵର୍ଗତ ଖଗପତି ପ୍ରଧାନୀ ୯ଥର ସଂସଦ ଭାବେ ନିର୍ବାଚିତ ହୋଇଥିଲେ । ଖଗପତିଙ୍କ ପରେ ୧୯୯୯ଓ ୨୦୦୪ରେ କ୍ରମାଗତ ୨ଥର ବିଜେପିରୁ ଅଞ୍ଚଳର ଆଦିବାସୀ ନେତା ପର୍ଶୁରାମ ମାଝୀ ତୃଣମୂଳସ୍ତରରେ ଦୃଢ ସଂଗଠନ କରି ସାଂସଦ ହୋଇଥିଲେ । ୨୦୧୯ରେ ନବରଙ୍ଗପୂର ଲୋକସଭାର ୭ଟି ନିର୍ବାଚନ ମଣ୍ଡଳୀରୁ ବିଜେଡି ୫ ଓ ବିଜେପି ୨ଟି ଆସନକୁ ଅକ୍ତିଆର କରିଥିଲା । ବିଜେଡି ପ୍ରାର୍ଥୀ ରମେଶଙ୍କୁ ୩ଲକ୍ଷ ୯୨ହଜାର୪୮୧ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସର ପ୍ରଦୀପ ୩ଲକ୍ଷ୪୯ହଜାର୪୩୭ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ସେହିପରି ବିଜେପିର ବଳଭଦ୍ର ୩ଲକ୍ଷ୪୨ହଜାର୫୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ୨୦୧୯ଲୋକସଭା ନିର୍ବାଚନରେ ବିଜେଡି ଛାଡି ବିଜେପି ଯୋଗଥିବା ବଳଭଦ୍ର ହାରର ସାମନା କରିଥିବା ବଳଭଦ୍ରଙ୍କୁ ପୁଣିଥରେ ୨୦୨୪ରେ ଟିକଟ ଦେଇଥିବା ପରେ କର୍ମୀ ମହୋଲରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦଳରେ ତୃଣମୂଳ ସ୍ତରରେ ସଂଗଠନ କରିଥିବା ଆଦିବାସୀ ନେତା ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଟିକଟ ନ ମିଳିବାକୁ ନେଇ ବିଭିନ୍ନ ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତା ବଳଭଦ୍ରଙ୍କ ପ୍ରାର୍ଥିତ୍ଵ ନିଷ୍ପତ୍ତିକୁ ବିରୋଧ କରି ବିଦ୍ରୋହ କରିଥିଲେ । ଦଳର ନିଷ୍ପତ୍ତିକୁ ନେଇ ଜିଲ୍ଲାରୁ ରାଜ୍ୟ ଓ ଶୀର୍ଷ ନେତୃତ୍ଵ ନିକଟରେ ବାରମ୍ବାର ଲୋକସଭା ପ୍ରାର୍ଥୀ ପୁନଃ ବିଚାର କରାଯାଉ ବୋଲି ଦଳୀୟ କର୍ମୀ ବାରମ୍ବାର ଚାପ ପକାଉଥିବା ସାଧାରଣରେ ଚର୍ଚା ଜୋର ଧରିଛି । ଗୋଟିଏ ପଟେ ଲୋକସଭା ସହ ୭ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥିତ୍ଵକୁ ନେଇ ବିଦ୍ରୋହ ଓ ଦଳୀୟ ବିଶୃଙ୍ଖଳା ଯାହା କି ବିରୋଧୀ ଶିବିରରେ ଲଢେଇ ପାଇଁ ଅଧିକ ସୁହାଇବା ବୋଲି ଆଲୋଚନା ହେବା ସହ ସମସ୍ତ ଆସନରେ ବିରୋଧୀ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ ହେଉଥିବା ଆଲୋଚନା ହେଉଅଛି । ସାଂସଦ ପ୍ରାର୍ଥୀ ହେବା ପାଇଁ ଜିଦରେ ଅଟଳ ଥିବା ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ରାଜ୍ୟ ଓ କେନ୍ଦ୍ର ନେତୃତ୍ଵ ମଧ୍ୟରେ ବାରମ୍ବାର ଆଲୋଚନା ବିଫଳ ହେଉଥିବା ସହ ଟିକଟ ନ ମିଳିଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ପର୍ଶୁରାମ ଲଢିବା ଦଳୀୟ କ୍ଷତି ହେବା ସହ ମୋଦୀଙ୍କ ୪୦୦ପାରର ଲକ୍ଷ୍ୟକୁ ଅଙ୍କୁଶ ଲଗାଇବ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ବୋଲି ଚର୍ଚ୍ଚା ହେଉଅଛି ।


 ୦୫|୦୨|(ଖବର ଆମ ଅଞ୍ଚଳର)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମ ନିକଟରେ ଶନିବାର ରାତିରେ ୨୨କିଲୋ ୭୦୦ଗ୍ରାମ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବେଣୁଆଗୁଡା ଗ୍ରାମର ଜଳନ୍ଧର ମାଝୀ ମିଳିଥିବା ସୂଚନା ଅନୁଯାଇ ଜଲନ୍ଧର ଏକ ୟୁନିକନ ବାଇକ୍ ଯୋଗେ ଡଙ୍ଗରିଗୁଡ଼ା(ବରଗାଁ)କୁ ଗଞ୍ଜେଇ ଆଣୁଥବା ବେଳେ ପୋଲିସ ହାତରେ ଧରାପଡିଥିଲା । କୋଷାଗୁମୁଡା ପୋଲିସ ଗଞ୍ଜେଇ ଓ ବାଇକକୁ ଜବତ କରିଥିଲେ କୋଡିଙ୍ଗା ତହସିଲଦାର ଟିକୁନୁ ପୁଟାଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା  ଏ  ନେଇ କୋଷାଗୁମୁଡା ଥାନାରେ ଏନଡିପିଏସ ମାମଲା ରୁଜୁ କରାଯାଇଥିବା କୋଷାଗୁମୁଡା ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ସୂଚନା ଦେଇଥିଲେ 


(ଖବର ଆମ ଅଞ୍ଚଳର)୦୪।୦୨ ଜବରଦଖଲରୁ ଉଚ୍ଛେଦ ହେଲା ପ୍ରସ୍ତାବିତ 5ଟି ସ୍କୁଲ ସ୍ଥାନ । ଆଜି କୋଡିଙ୍ଗା ତହସିଲଦାର ଟିକୁନୁ ପୁଟା ନିର୍ଦ୍ଧେଶରେ ଜେସିବି ଲଗାଯାଇ ଉଚ୍ଛେଦ କରାଯାଇଛି ପ୍ରସ୍ତାବିତ କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତ 5ଟି ସ୍କୁଲ ସ୍ଥାନ । ବାଲେଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ୬୩ ଡେସିମିଲ ସ୍ଥାନରେ ଅବସ୍ଥିତ ଏହି ବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ୨୦୧୨ ମସିହାରୁ ହାଇସ୍କୁଲର ମାନ୍ୟତା ପାଇଥିବା ସ୍କୁଲରେ ପ୍ରଥମରୁ ଦଶମଶ୍ରେଣୀର ମୋଟ ୨୮୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିପାଇଁ ଜରାଜିର୍ଣ ୩ଟି ଶ୍ରେଣୀଗୃହକୁ ମିଶାଇ ପ୍ରଥମରୁ ଦଶମ ପାଇଁ ମୋଟ ୬ଟି ଶ୍ରେଣୀଗୃହ ରହିଛି । ବ୍ଲକରେ ୩ୟ ପର୍ଯ୍ୟାୟରେ ଏହି ହାଇସ୍କୁଲଟି ୫ଟି ସ୍କୁଲ ରୂପାନ୍ତରିକରଣ ପାଇଁ ମନୋନୀତ ହୋଇଥିଲା । ସ୍ଥାନ ଅଭାବ ସ୍ଥାନରେ 5ଟି ସ୍କୁଲ ରୂପାନ୍ତରିକରଣ କାମକୁ ଗ୍ରାମବାସୀ ବିରୋଧ କରିବା ସହ ମୁଖ୍ୟରାସ୍ତା ନିକଟରେ ଥିବା ପ୍ରସ୍ତାବିତ ପ୍ରାୟ ୭ଏକର ସ୍ଥାନରେ 5ଟି ସ୍କୁଲ ରୂପାନ୍ତରିକରଣ କାମ କରିବା ଦାବି କରିଥିଲେ । ତେବେ ଖାତା ନଂ ୩୮୮ ପ୍ଲାଟ ନଂ ୧୦୦୩ ପ୍ରସ୍ତାବିତ 5ଟି ସ୍କୁଲ କାମ ପାଇଁ ୭ଏକର ସ୍ଥାନରେ ଗ୍ରାମର ରାମ ଚନ୍ଦ୍ର ମିର୍ଗାନ ଜବରଦଖଲରେ ରଖିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏନେଇ କୋଡିଙ୍ଗା ତହସିଲ ପକ୍ଷରୁ ପ୍ରଥମେ ନୋଟିସ କରାଯାଇ ଆଜି କୋଡିଙ୍ଗା ତହସିଲଦାର ଶ୍ରୀ ପୁଟା, କୋଡିଙ୍ଗା ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା, ରାଜସ୍ୱ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରଯାଇଥିଲା । ଆଇନଶୃଙ୍ଖଳାକୁ ଆଖିରେ ରଖି ବ୍ୟାପକ ପୋଲିସ ମୁତୟନ କରଯାଇଥିଲା ।

୦୧/୦୨(ଆପ୍ର) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସ୍ଥାନୀୟ ମାଝିଗୁଡା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ରାସ୍ତା ପାର୍ଶ୍ବରେ ରେ ଏକ ବାଇକ୍ ଦୁର୍ଘଟଣା ରେ ଜଣେ ଯୁବକ ମୃତ୍ଯୁ ହୋଇଥିବା ଜଣାପଡିଛି I ବୁଧବାର ପ୍ରଭାତରେ ଲୋକେ ପ୍ରାତଃ ଭ୍ରମଣ ରେ ଯାଇଥିବା ଲୋକେ ଦୁର୍ଘଟଣା ଗ୍ରସ୍ତ ହୋଇ ଯୁବକ ଜଣେ ରାସ୍ତା ପାର୍ଶ୍ୱରେ ପଡିରହିଥିବା ଦେଖି କୋଷାଗୁମୁଡ଼ା ଥାନାରେ ସୂଚନା ପ୍ରଦାନ କରିଥିଲେ I ମୃତକ ହେଲେ ଛତ୍ତିଶଗଡ଼, କରପାୱାଣ୍ଡ ଗ୍ରାମର ହରି କଶ୍ୟପ (୨୭) ସେ ଏକ କାମ ରେ କୋଣ୍ଡାପୁରି  ରୁ ନିଜ ଗ୍ରାମ କୁ ଫେରୁଥିବା ଜଣାପଡିଛି I  ସୂଚନା ପାଇବା ପରେ କୋଷାଗୁମୁଡ଼ା ପୋଲିସ ଘଟଣା  ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ  ପ୍ରେରଣ କରିଥିଲେ I ଶବ ବ୍ୟବଚ୍ଛେଦ ପରେ ଶେଷ କୃତ୍ୟ ସମ୍ପାଦନ ନିମନ୍ତେ ମୃତ ଦେହ ପରିବାର କୁ ହସ୍ତାନ୍ତର କରାଯାଇଛି I ଏ ନେଇ ଥାନାରେ ଏକ ଅପ ମୃତ୍ଯୁ ମାମାଲା ରୁଜୁ କରାଯାଇଥିବା ଥାନା ଏ ଏସ୍ ଆଇ ବ୍ଯାସ କୁମାର ଜାନି ସୂଚନା ଦେଇଛନ୍ତି I

ପ୍ରିନ୍ସରାଜ ଭତ୍ରା । ବୟସ ମାତ୍ର ୪ବର୍ଷ । ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତର ତେଲିଆଗୁଡା । ପରିବାର କହିଲେ ବାପା କୃତିବାସ ଓ ଜେଜେମା ପଦ୍ମା ଭତ୍ରା । ବୋଧେ ବିଧାତାର ଖେଳ କିଛି ଅନ୍ୟ ପ୍ରକାରର ପିଲାଟି ଦିନରୁ ମାଆକୁ ହୋରାଇଥିବା ବେଳେ ପ୍ରିନ୍ସର ଦୁଇଟି ଗୋଡରେ ଠିକ ଭାବେ ନା ଚାଲି ପାରୁଛି ନା ଠିକ ଭାବେ ଠିଆ ହୋଇପାରୁଛି । ସରକାରୀ ସହାୟତା କହିଲେ ଅନ୍ତର୍ଦୋୟ ଯୋଜନାରେ ମାସିକ ୩୫କିଲୋ ଚାଉଳ । ନା ମିଳିପାରିଛି ଭିନ୍ନକ୍ଷମ ଭତ୍ତା ନା ପକ୍କାଘର । ୨ବର୍ଷ ପୂର୍ବେ ମିଳିଥିବା ଏକ ୱ୍ହିଲ ଚେୟାର ଯାହାକି ବର୍ତ୍ତମାନ ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଗଲାଣି । ପ୍ରିନ୍ସର ନିତ୍ୟକର୍ମଠାରୁ ଆରମ୍ଭ କରି ପ୍ରତ୍ୟେକଟି କାମ ବୃଦ୍ଧା ଜେଜେମା କାଖରେ ଯାକି ହୋଇ ହୋଇଯାଏ । ପଢିବାକୁ ଆଗ୍ରହ ଥିବା ପ୍ରିନ୍ସ ନିତି ୬୦୦ମିଟର ଦୂରରେ ପ୍ରି-ସ୍କୁଲ(ଅଙ୍ଗନବାଡି)କୁ ବହୁ କଷ୍ଟରେ ଯାଇ ପାଠ ମଧ୍ୟ ପଢେ । ଗରିବ ପରିବାର ପର ଘର ମୂଳ ଲାଗିଲେ ପରିବାର ଚଳେ । ଏଇଥି ପାଇଁ ବାପା ପୁଅର ଚିକିତ୍ସା ପାଇଁ କୌଣସି ମେଡିକାଲକୁ ମଧ୍ୟ ନେଇ ପାରୁନାହାନ୍ତି । ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟାରେ ଆବଶ୍ୟକ କାଗଜପତ୍ର ଦାଖଲ କରି ପରୀକ୍ଷା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ମଧ୍ୟ ମିଳିପାରିନାହି । ଭତ୍ତାଟିଏ ପାଇଁ ଗାଁଠାରୁ ୬ କିମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟଳୟରେ ଆସି ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହିପରିକି ବ୍ଲକ କାର୍ଯ୍ୟଳୟରେ ବହୁତ ଥର ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆମେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀମସେନ ପ୍ରଧାନୀଙ୍କୁ ଯୋଗାଯୋଗ କରିବାରୁ ସେ “ଆବଶ୍ୟକୀୟ କାଗଜ ପତ୍ର ଦାଖଲ ହୋଇପାରିନଥିବା ଯୋଗୁଁ ଭତ୍ତାଟି ପାଇ ପାରିନଥିବେ ଆବେଦନ କଲା ପରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରଯିବ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଦିବ୍ୟାଙ୍ଗ ପ୍ରିନ୍ସରାଜକୁ ଭତ୍ତା ସହ ସରକାରୀ ସହାୟତା ଯୋଗାଇବା ସହ ଚିକିତ୍ସା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
 


୨୫।୦୧(ଆପ୍ର) ବିଦ୍ୟାଳୟ ଅଛି ପାଠ ପଢିବାକୁ ଛାତ୍ରଛାତ୍ରୀ ଆସୁଛନ୍ତି ହେଲେ ଶିକ୍ଷକ ନାହାନ୍ତି । ନା ପିଲାଙ୍କୁ ପାଠ ପଢା ହେଉଛି ନା କାର୍ଯ୍ୟ କରୁଛି ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । କେବଳ ପିଲାଏ ଚାବି ଖୋଲି ୧୦ରୁ ୧ ବସି ପୁଣି ୨ଟାରୁ ୪ଟା ପର୍ଯ୍ୟନ୍ତ ବସି ଫେରିଯାଉଛନ୍ତି ନିଜ ନିଜ ଘରକୁ । ଶିକ୍ଷାବିଭାଗର ଏଇଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମୋତିଗାଁ ପଞ୍ଚାୟତର ଜାନୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ । ୨୦୦୮ରେ ସ୍ଥାପିତ ଜାନୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ । ମୋଟ ୪୧ଜଣ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି । ପୂର୍ବରୁ ୨ଜଣ ଶିକ୍ଷକ ଥିବା ସ୍କୁଲରେ ଜଣକ ପ୍ରମୋଶନରେ ବଦଳି ହେବା ପରେ ଜଣେ ମାତ୍ର ଶିକ୍ଷକ ଦାୟିତ୍ଵ ତୁଲାଇ ଆସୁଛନ୍ତି । ଗତ ୧୮ତାରିଖରେ ଦାୟିତ୍ଵରେ ଥିବା ଶିକ୍ଷକ ବିଷ୍ଣୁ ମୋହନ ନାୟକ କୌଣସି କାମରେ ଛୁଟିରେ ଯାଇ ଚଳିତ ମାସ ୨୪ ତାରିଖରେ କାର୍ଯ୍ୟରେ ଯୋଗ ଦେବାର ଥିଲେ ମଧ୍ୟ ଦେଇନଥିଲେ । ଅନ୍ୟପଟେ ଶିକ୍ଷକଙ୍କ ବଦଳରେ ନିକଟ ଝିଟକାଗୁଡା ସ୍କୁଲର ସହକାରୀ ଶିକ୍ଷକ ଦୁଲ୍ଲଭ ଭତରାଙ୍କୁ ବିଭାଗ ପକ୍ଷରୁ ଡେପୁଟ କରଯାଇଥିଲା । ହେଲେ ଛାତ୍ରଛାତ୍ରୀ ସ୍କୁଲକୁ ଆସୁଥିଲେ ମଧ୍ୟ ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ରହିବା ସହ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଥିଲା । ଏହିପରିକି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତାରେ ମଧ୍ୟ କେହି ଉପସ୍ଥାନ ନ ପକେଇ ପାଠ ପଢା ସମ୍ପୂର୍ଣ ବନ୍ଦ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହିପରି ଭାବେ ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏନେଇ ଆମେ ଗୋଷ୍ଟି ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସହ ଯୋଗାଯୋଗ କରିବାରୁ ସେ “ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ” ବୋଲି କହିଥିଲେ । ଶିକ୍ଷାବିଭାଗର ଦାୟିତ୍ଵହିନ ମନଭାବ ସହ କର୍ତ୍ତବ୍ୟରେ ଅବହେଳା ଶିକ୍ଷକ ପ୍ରତି ଅନୁକମ୍ପା ଯୋଗୁଁ ଶିକ୍ଷାବିଭାଗରେ ଶିକ୍ଷକଙ୍କ ମନମୁଖୀ ଦିନକୁ ଦିନ ବଢିବାରେ ଲାଗିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

(25ଜାନୁଆରୀ 2023)ନବରଙ୍ଗପୁର ଜିଲ୍ଲା କୋଷlଗୁମୁଡବ୍ଲକ କୋଡ଼ିଙ୍ଗରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଯୁବ ରେଡକ୍ରସ, ରେଡ୍ ରିବନ୍ କ୍ଲବର ଜାତୀୟ ସେବା ଯୋଜନା ଓ କୋଷାଗୁମୁଡା ପଞ୍ଚାୟତ ସମିତିର ମିଳିତ ଆନୁକୁଲ୍ୟରେ ତ୍ରୟୋଦଶ ଜାତୀୟ ମତଦାନ ଦିବସ ପାଳନ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ କୋଷlଗୁମୁଡ଼ା ବ୍ଲକ ଉପାଧକ୍ଷ  ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ବଦ୍ରୀ ନାରାୟଣ ସିଂ ମୂଖ୍ୟ ବକ୍ତା, ବିଡିଓ ସୁକାନ୍ତ ପଟ୍ଟନାୟକ, ମୋହନ ମାଝୀ, ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଷ୍ଠାନର ଉପାଧ୍ୟକ୍ଷା ବିବେକ କୁମାର ମହାଳିକ କlର୍ଯ୍ୟକର୍ମରେ ପୌରହିତ୍ୟ କରିଥିଲେ  ସର୍ବପ୍ରଥମେ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଶ୍ରୀ ଅଖିଳ କୁମାର ଭଟ୍ଟ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକର୍ମ ସମ୍ପର୍କରେ ବିସ୍ତୃତବିବରଣୀ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ମତଦାନ ସମ୍ପର୍କିତ ଶପଥ ପାଠପରେ ଉପସ୍ଥିତ ଅତିଥି ମାନେ ଭାରତ ଭଳି ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଭୋଟ ଦାନ ଆମର ସାମ୍ବିଧିନିକ ଅଧିକାର ଏବଂ ପ୍ରତ୍ୟେକ ନାଗରିକ ସେମାନଙ୍କର ଅଧିକାର ଓ ଦାୟିତ୍ଵ ସମ୍ପର୍କରେ ସଚେତତା ହେଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ  ଅନୁଷ୍ଠାନ ବର୍ଷର ପ୍ରାୟ ସମୟରେ ବିଭିନ୍ନ ସଚେତନତା ଜନହିତକର କlର୍ଯ୍ୟକ୍ରମ ମାନ ଆୟୋଜନ କରି ଜିଲ୍ଳାର ଏକ ଆଦର୍ଶ ଶିକ୍ଷାନଷ୍ଠାନ ହୋଇପାରିଛି ବୋଲି ମଞ୍ଚାସୀନ ଅତିଥିମାନେ ମତପୋଷଣ କରିଥିଲେ ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଖୋଲା ପ୍ରଶ୍ନ ମଞ୍ଚର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାକୁ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ପରିଚାଳନ କରିଥଲେ ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଡ ରବି ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ  ଓ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l
 


(25ଜାନୁଆରୀ 2023)ରାସ୍ତା ପାର୍ଶ୍ୱରେ ଦୁର୍ଘଟଣା ହୋଇ ରକ୍ତାକ୍ତ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ଯୁବକ ଓ ଆହତ ତିନି ଶିଶୁଙ୍କୁ ଉଦ୍ଧାର କରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ।  ନିଜେ ଗାଡିରେ ଆଣି ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁକାନ୍ତ କୁମାର ପଟ୍ଟନାୟକ କ୍ଷେତ୍ର ପରିଦର୍ଶନ ପାଇଁ ମୋତିଗାଁକୁ ଯାଉଥିବା ସମୟରେ ପଦରଗାଁ ଠାରୁ କିଛି ଦୂରରେ ରାସ୍ତା ପାର୍ଶ୍ବରେ ରକ୍ତାକ୍ତ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ଯୁବକ ଓ ଆହତ ତିନି ଶିଶୁଙ୍କୁ ପଡି ରହିଥିବା ଦେଖିବାକୁ ପାଇଥିଲେ । ଆହତ ମାନଙ୍କୁ ବିଡ଼ିଓ କୋଷାଗୁମୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରିଥିଲେ I ଦୁର୍ଘଟଣା ଗସ୍ତ ହୋଇଥିବା ଯୁବକ ଏକ ଦଶାହ କାମ ସାରି ଫେରୁଥିଲେ ଓ ଦୁଇଟି ବାଇକ୍ ଧକ୍କା ହୋଇ ଥିବା କୁହାଯାଉଛି I ବିଡିଓଙ୍କ ଏଇଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୋରୀ ଭୋରୀ ପ୍ରଶଂସା କରିଛନ୍ତି । 


(26ଜାନୁଆରୀ2023)ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ଗତକାଲି କୋଷାଗୁମୁଡା ଥାନା ଅଞ୍ଚଳରେ ପେଟ୍ରଲିଙ୍ଗ କରାଯାଇ ମଦକୁ ନଷ୍ଟ କରିବା ଗୋଟିଏ ବାଇକ ଜବତ ସହ ୨ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ୨ ଅଭିଯୁକ୍ତ କେର୍ଲା ଗ୍ରାମର ଅଭିମନ୍ୟୁ ବିଶୋଇ ଓ ନିତେଶ ବିଶୋଇ । ବିଭାଗ ପକ୍ଷରୁ ୬୦ଲିଟର ଦେଶୀ ମଦ ଓ ଗୋଟିଏ ମଟର ସାଇକେଲ ଜବତ କରାଯାଇଥିବା ସୂଚନା ମିଳିଛି । ଆଜିର ଏହି  ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପ-ନିରୀକ୍ଷକ ହର ପ୍ରସାଦ ରଣାଅବକାରୀ ସହ-ଉପନିରୀକ୍ଷକ ଜଗବନ୍ଧୁ ଜାନୀଅବକାରୀ କନେଷ୍ଟବଳ ରଞ୍ଜି ଜାନି, ଦେବେନ୍ଦ୍ର ସମରଥ, ଓ ସଦାଶିବ ଭତ୍ରା ପ୍ରମୁଖ ସାମିଲ ରହିଥିଲେ

(26ଜାନୁଆରୀ2023)ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତକାଲି ବାର୍ଷିକ କ୍ରୀଡ଼ା ୨୦୨୩ ଅନୁଷ୍ଠୀତ ହୋଇଯାଇଛି । ଚଳିତ ମାସ ୧୮ରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରଯାଇଥିଲା । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଅମିତା ରାୟ ସଭାପତିତ୍ଵ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିବେକ କୁମାର ମହାଲିକ, ଅଧ୍ୟାପକ ପଞ୍ଚାନନ ଦୁରିଆ, ଲାଇବ୍ରେରିଏନ ସସ୍ମିତା ପ୍ରଧାନ, ଡେମଟ୍ରେଟର ଦେବକୀ ଦିଶାରି, ସିମାଞ୍ଚଳ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତରେ ଖେଳର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । କିଭଳି ଖେଳକୁ ନେଇ ନିଜର ଭବିଷ୍ୟତ ଗଢା ଯାଇପାରିବ ସେ ନେଇ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ରବି ନାରାୟଣ ପାଣିଗ୍ରାହୀ ସଂଚାଳନ କରିଥିବା ବେଳେ ଖେଳ ଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତ ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ |


କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ରାଜ ଚାଉଁରୀଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଆଜି ଉଦଯାପିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଡିଙ୍ଗା ସମିତି ସଭ୍ୟ କେମରାଜ ଦିଶାରୀ, ସମ୍ମାନିତ ଅତିଥି ଭାବେ ଯୁବନେତା ସୁରେଶ ମାଝୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଉପଅଧ୍ୟକ୍ଷ ବିବେକ କୁମାର ମହାଲିକ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ, ଲାଇବ୍ରେରିଏନ ସସ୍ମିତା ପ୍ରଧାନ, ଡେମଟ୍ରେଟର ଦେବକୀ ଦିଶାରି, ସିମାଞ୍ଚଳ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସ୍ଥାନୀୟ ଦେବ ରାଜା ଚାଉଁରିଆଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ମଞ୍ଚାସୀନ ଅତିଥି ମାନେ ନାରୀ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଜିକା ଦିନରେ ନାରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ନିହାତି ଆବଶ୍ୟକ ହୋଇ ପଡିଥିବା ମଞ୍ଚାସୀନ ଅତିଥିମାନେ ବୁଝାଇଥିଲେ । ଆତ୍ମରକ୍ଷା କୌଶଳ ସଂଯୋଜକ ପ୍ରଦୀପ୍ତ କୁମାର ସାମନ୍ତ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରବି ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
 

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବିଏମ ସେମଳା ପଞ୍ଚାୟତ ଡାଡିଆ ମାଝୀଗୁଡା ନର୍ସରିଠାରେ ଆଜି ବ୍ଲକ ଟ୍ରାକ୍ଟର ମାଲିକ ସଙ୍ଘର ନୂଆ ବର୍ଷ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଠକର ଆରମ୍ଭରେ ସମସ୍ତ ସଭ୍ୟ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ସଂଘ ସଭାପତି ଧରମ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରକର ସଂଘର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା । ସଙ୍ଘର ବ୍ଲକ ସଂଗଠନକୁ ଆଗାମୀ ଦିନରେ କିଭଳି ଭାବେ ଅଧିକ ସଂଗଠିତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକ ଯୋଗ ଦେଇଥିଲେ ।

 


 ଆଜକୁ ୧୪ବର୍ଷ ହେବ ନିଜସ୍ୱ କୋଠା ନାହି । କେତେବେଳେ କାହା ଅଗଣାରେ ତ କେତେବେଳେ କାହା ବାରଣ୍ଡାରେ ଖରା ବର୍ଷା ବର୍ଷ ତମାମ ଚାଲୁଛି ଛୋଟ ଛୋଟ ପିଲାଙ୍କୁ ନେଇ ଅଙ୍ଗନବାଡି । ମାଁ ଓ ଶିଶୁଙ୍କ ପାଇଁ ଥିବା ଯୋଜନାର ନା ଲାଭ ଉଠାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିଗହରା ହୋଇପଡିଛି ସରକାରଙ୍କ ମାଁ ଓ ଶିଶୁବିକାଶ ଯୋଜନା । ଅଙ୍ଗନବାଡିର ହିତାଧିକାରୀ ଗର୍ଭବତୀ ମାଁ, ୦-୫ ବର୍ଷ ପ୍ରି-ସ୍କୁଲ ପିଲା ଭୋଗୁଛନ୍ତି ନାନା ଅସୁବିଧା । ଏଇଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନବାଡି କେନ୍ଦ୍ରଠାରେ । ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନବାଡି । ୨୦୦୭ମସିହାରେ ନିଜସ୍ୱ ଏକ ଘରେ ଚାଲିଆସୁଥିବା ବେଳେ ୨୦୦୯ ମସିହାରେ ଉକ୍ତ ଘରଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ୨୦୦୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ଧରି ଉକ୍ତ କେନ୍ଦ୍ରଟି ପ୍ରଥମେ ପ୍ରଥମେ ସ୍କୁଲ ବାରଣ୍ଡା ପରେ ଗ୍ରାମର ଏକ ଦେବତା ମନ୍ଦିର ଓ ଏହାପରେ ବିଭିନ୍ନ ଘର ଅଗଣା ତ କେତେବେଳେ ବାରଣ୍ଡାରେ କାର୍ଯ୍ୟକ୍ଷମ ହେଉଅଛି । ଖରା ବର୍ଷା ଶୀତରେ ବର୍ଷ ତମାମ ଏହି ନିଜସ୍ୱ କୋଠା ନଥିବା ଅଙ୍ଗନବାଡି କେନ୍ଦ୍ରଠାରେ ଅନୂକୂଳ ପରିସ୍ଥିତିରେ ବହୁ ଅଭାବ ଅସୁବିଧା ମଧ୍ୟରେ ହିତାଧିକାରୀ, ଗର୍ଭବତୀ ମାଁ, ୦-୫ ବର୍ଷ ପିଲା ଏହିପରିକି ସାଧାରଣ ଲୋକେ ପ୍ରି-ସ୍କୁଲ, ମମତା ଦିବସ ଇମୁନାଇଜେରେସନ, ପୋଷଣ ଦିବସ, ଝାଡାବାନ୍ତି ଜ୍ଵର ଚିକିତ୍ସା ପାଇଁ ନିର୍ଭର କରିଆସୁଛନ୍ତି । କୋଠା ନଥିବା ହେତୁ ଅଙ୍ଗନବାଡି କେନ୍ଦ୍ରର ଯାବତୀୟ ସରଞ୍ଜାମ ଚେୟାର, ଟେବୁଲ ଖେଳନାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ଉପଯୋଗ ହୋଇପାରୁନଥିବା ଅଙ୍ଗନବାଡି କର୍ମୀ ଦେବକୀ ହରିଜନ ପ୍ରକାଶ କରିଛନ୍ତି । ଏହିପରି କି ଖୋଲା ସ୍ଥାନରେ ଗର୍ଭବତୀ ମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସଙ୍କୋଚ ହେଉଥିବା ସହ କେବଳ ନାମକୁ ମାତ୍ର କେନ୍ଦ୍ରଟି କାର୍ଯ୍ୟକ୍ଷମ ଥିବା ବେଳେ ଗ୍ରାମବାସୀ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଲୋକପ୍ରତିନିଧିଠାରୁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆମେ କୋଷାଗୁମୁଡା ସିଡିପିଓ ଯମୁନା ଭତରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ “ନୂତନ କୋଠା ନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହି । ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଆସିଥିବା ତାଲିକାରେ ମଧ୍ୟ ବାଲେଙ୍ଗାର ନାମ ରହିନାହି ଏନେଇ ବିଭାଗକୁ ଜଣାଯାଇ  ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ |

କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତଠାରେ ସ୍ଥାନ ଅଭାବ ଥିବା ସ୍ଥାନରେ 5ଟି ସ୍କୁଲ ରୂପାନ୍ତରିକରଣ କାମ । ଯାହାକୁ ନେଇ ଗ୍ରାମବାସୀଙ୍କ ବିରୋଧ । ସ୍କୁଲ ଜାଗାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ଉପୁଜିଛି ବିବାଦ। ନିର୍ମାଣ ସ୍ଥଳୀରେ ଆଜି ନବରଙ୍ଗପୁର ପି.ଡି. ଅନନ୍ୟା ଦାସ ପହଞ୍ଚି ଗ୍ରାମବାସୀଙ୍କ ସହ ବହୁ ଆଲୋଚନା ପରେ ମଧ୍ୟ ବାହାରି ପାରିନାହିଁ କୌଣସି ନିଷ୍କର୍ଷ । ବାଲେଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ୬୩ ଡେସିମିଲ ସ୍ଥାନରେ ଅବସ୍ଥିତ ଏହି ବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ୨୦୧୨ ମସିହାରୁ ହାଇସ୍କୁଲର ମାନ୍ୟତା ପାଇଥିବା ସ୍କୁଲରେ ପ୍ରଥମରୁ ଦଶମଶ୍ରେଣୀର ମୋଟ ୨୮୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିପାଇଁ ଜରାଜିର୍ଣ ୩ଟି ଶ୍ରେଣୀଗୃହକୁ ମିଶାଇ ପ୍ରଥମରୁ ଦଶମ ପାଇଁ ମୋଟ ୬ଟି ଶ୍ରେଣୀଗୃହ ରହିଛି । ବ୍ଲକରେ ୩ୟ ପର୍ଯ୍ୟାୟରେ ଏହି ହାଇସ୍କୁଲଟି ୫ଟି ସ୍କୁଲ ରୂପାନ୍ତରିକରଣ ପାଇଁ ମନୋନୀତ ହୋଇଥିଲା । ୫ଟିରେ ଏହି ହାଇସ୍କୁଲରେ ଖେଳ ପଡିଆ ନିର୍ମାଣ, ୨ଟି ସ୍ମାର୍ଟକ୍ଳାସରୁମ, ସାଇନ୍ସ ଲେବ, ଲାଇବ୍ରେରୀ ନିର୍ମାଣ, ସାଇକେଲ ଷ୍ଟାଣ୍ଡ, ପାନୀୟ ଜଳ, ଆଇଟି ଲେବ, ସ୍ପୋର୍ଟସ ରୁମ ଓ ସୋନ୍ଦର୍ଯ୍ୟକରଣ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇଥିଲା । 5ଟି ସ୍କୁଲ ରୂପାନ୍ତରିକରଣ କାମ ପାଇଁ ସ୍କୁଲର ସ୍ଥାନ ବହୁତ ଅଭାବ ଥିବା ଯୋଗୁଁ ଗ୍ରାମର ମୁଖ୍ୟରାସ୍ତା ନିକଟରେ ଥିବା ପ୍ରସ୍ତାବିତ ପ୍ରାୟ ୭ଏକର ସ୍ଥାନରେ କରାଯିବା ନେଇ ଲୋକପ୍ରତିନିଧି ଓ ଗ୍ରାମବାସୀ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଜଣାଇଥିଲେ । ତହସିଲ ପକ୍ଷରୁ ଉକ୍ତ ସ୍ଥାନର ଚିହ୍ନଟ ପ୍ରକ୍ରିୟା ମଧ୍ୟ ସରିଯାଇଥିବା ବେଳେ ସ୍କୁଲ ରୂପାନ୍ତରିକରଣ କାମ ପୁରୁଣା ସ୍କୁଲ ମଧ୍ୟରେ ହିଁ କରାଯିବାକୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ଶେଷରେ ଗ୍ରାମବାସୀ ସ୍କୁଲ ରୂପାନ୍ତରିକରଣ କାମକୁ ବନ୍ଦ କରାଇଥିଲେ । ଆଜି ନବରଙ୍ଗପୁର ପି.ଡି. ଆଇଟିଡିଏ ଅନନ୍ୟା ଦାସ, ବିଡିଓ ସୁକାନ୍ତ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା, କନିଷ୍ଟ ଯନ୍ତ୍ରୀ ଦିଲୀପ ମିଶ୍ର, କନିଷ୍ଟ ଯନ୍ତ୍ରୀ ଗୋବିନ୍ଦ କହ୍ନର ସ୍କୁଲ ପରିସରରେ ଗ୍ରାମବାସୀଙ୍କ ସହ ସ୍କୁଲ ରୂପାନ୍ତରିକରଣ କାମ ନେଇ ବହୁ ଆଲୋଚନା କରି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ପୁରୁଣା ସ୍କୁଲ ସ୍ଥାନରେ ୫ଟି ରୂପାନ୍ତରିକରଣ କୌଣସି କାମ କରାଇ ଦିଆଯିବନାହିଁ ବୋଲି ଜିଦରେ ଅଟଳ ରହିଥିଲେ । ଏନେଇ ଆମେ ପିଡି ଶ୍ରୀମତି ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ “ପ୍ରସ୍ତାବିତ ସ୍ଥାନଟି ଜଙ୍ଗଲ କିସମ ଥିବା ଯୋଗୁଁ ଏହାକୁ ପର୍ଯ୍ୟାୟକ୍ରମେ କିସମ ବଦଳାଇ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା ଆପଣେଇ ପାଇଁ ଚେଷ୍ଟା କରାଯିବ ଓ ସମୟସୀମା ଭିତରେ ଯଦି ୫ଟି ରୂପାନ୍ତରିକରଣ କାମ ହୋଇନପାରେ ତେବେ ୪ର୍ଥ ପର୍ଯ୍ୟାୟରେ ୫ଟି ରୂପାନ୍ତରିକରଣ କାମ କରାଯିବ” ।

 


 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର କୋଡ଼ିଙ୍ଗା ପଞ୍ଚାୟତ ଗୁଡ଼ାସାହିଠାରେ ଗୁରୁବାର ଗୋଟେ ବାଲ୍ୟବିବାହକୁ ରଖିବାରେ ସଫଳ ହୋଇଛି ପ୍ରଶାସନ । ଏଥିସହ ଆସିଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ନାବାଳିକା ଓ ନାବାଳକ ପ୍ରାପ୍ତ ବୟସ ହେବ ପରେ ଏହି ବିବାହ କରାଇବାକୁ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । ସୂଚନା ଅନୁଯାୟୀ କୋଡ଼ିଙ୍ଗା ଗ୍ରାମର ଗୁଡ଼ାସାହିର ତ୍ରିପତି ହରିଜନ ଉମରକୋଟ ବ୍ଲକ କାଳିଆମ୍ବାଗୁଡ଼ା ଗ୍ରାମର ଜନୈକ ନାବାଳିକାଙ୍କୁ ୧୫ ଦିନ ତଳେ ଘରକୁ ନେଇ ଆସିଥିଲେ । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡି କର୍ମୀ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଆଜି  ଆଇସିଡିଏସ୍ ସୁପରଭାରଜର ରାଜେଶ୍ୱରୀ ନାଗ, ସ୍ଥାନୀୟ ନାଏବ ସରପଞ୍ଚ ଉର୍ଦ୍ଧ୍ବବ ଭତ୍ରା, ୱାର୍ଡ ମେମ୍ବର ଅନିତା କୁମାରୀ ପାତ୍ର, ଜଗନ୍ନାଥ ଚାଲାଣ, ଆଶା ଏବଂ କିଛି ଅଙ୍ଗନବାଡି କର୍ମୀ ମାନେ ନାବାଳକର ଘରେ ପହଞ୍ଚି ତାଙ୍କ ପରିବାରକୁ ବୁଝାସୁଝା କରି ଶପଥ ପାଠ କରାଇଥିଲେ । ବୟସ ନ ହେବା ପର୍ଯ୍ୟନ୍ତ ପୁଅ ପାଇଁ ଝିଅ ଆଣିବା ବା ବିବାହ କରାଇଦେବା ଆଇନତ ଅପରାଧ ବୋଲି କହିବା ସହିତ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବୁଝାଇଥିଲେ । ପରେ ନାବାଳକର ପରିବାର ବାଲ୍ୟବିବାହ ନ କରିବାକୁ ରାଜି ହୋଇଥିଲେ। ଶେଷରେ ନାବାଳକ ଓ ନାବାଳିକା ପ୍ରାପ୍ତ ବୟସ ହେବା ପରେ ଏହି ବିବାହ କରାଇବାକୁ ଏକ ରାଜିନାମାପତ୍ର ସ୍ବାକ୍ଷରିତ ହୋଇଥିଲା ।


 ପିଲାଙ୍କ ପାଠ ପଢାରେ ଆଗ୍ରହ ପାଇଁ ସରକାର ସର୍ବଶିକ୍ଷା ଯୋଜନାରେ ଯୋଗାଇ ଥିବା ମାଗଣା ବହି ଦେଖିବାକୁ ମିଳୁଛି କବାଡି ଦୋକାନରେ । ଗରିବ ଅଭିଭାବକ ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକର ଲାଭ ପିଲା ଉଠାଇବା ବଦଳେ ଲାଭ ଉଠାଉଛନ୍ତି ଶିକ୍ଷକ । କବାଡି ଦୋକାନରେ ପାଠ୍ୟ ପୁସ୍ତକ ବିକ୍ରି କରି ମାଲମାଲ ହେଉଛନ୍ତି ଶିକ୍ଷକ । ଶିକ୍ଷା ବିଭାଗର ସଫଳ ରୂପାୟନର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାଠାରୁ । ଚଳିତ ଶିକ୍ଷାବର୍ଷ ଆରମ୍ଭରେ ବ୍ଲକରେ ସର୍ବଶିକ୍ଷା ଯୋଜନାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗେଇ ଦିଆଯାଇଥିଲା । କିଛି ସ୍କୁଲରେ ପିଲାଙ୍କୁ ବଣ୍ଟନ କରାଯାଇଥିଲେ କିଛି କିଛି ସ୍କୁଲରେ ବଣ୍ଟନ କରାନଯାଇ କିଛି ସ୍ଥାନରେ ବହି ଗୁଡିକ ରହି ରହି ନଷ୍ଟ ହୋଇଯାଇଛି । ସମସ୍ତ ବହି ବଣ୍ଟା ନେଇ ବ୍ଲକ ଶିକ୍ଷା ବିଭାଗ କେବଳ କାଗଜପତ୍ରରେ ନିଜର ବହି ବଣ୍ଟା ସାରିଦେଇଥିବା ନେଇ ରିପୋର୍ଟ ଦାଖଲ କରିଛି । ତେବେ ପିଲାଙ୍କ ପାଇଁ ଥିବା ନୂଆ ବହି ଗୁଡିକ ବିଭାଗ ବାଣ୍ଟିବା ପରିବର୍ତ୍ତେ କିଛି ଶିକ୍ଷକ କୋଡିଙ୍ଗାରେ ଥିବା କାବାଡି ଦୋକାନରେ ବିକ୍ରି କରିଥିବା ନଜର ଆସିଛି । ସରକାରୀ ଯୋଜନାରୁ କିଭଳି ଅଧିକାରୀ ମାନେ କାଗଜ କଲମରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏଥିରୁ ସ୍ପଷ୍ଟ ବାରିହେଉଛି । ଏନେଇ ଆମେ ଗୋଷ୍ଟି ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ରାୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି “ଏଇଭଳି ହେବା କଥା ନୁହଁ ଏନେଇ ଯାଞ୍ଚ କରାଯିବ” । କର୍ତ୍ତବ୍ୟରେ ଅବହେଳା କରି ପିଲାଙ୍କ ପାଇଁ ଆସିଥିବା ମାଗଣା ପାଠ୍ୟ ପୁସ୍ତକକୁ ବିକ୍ରି ଘଟଣାରେ ଶିକ୍ଷା ବିଭାଗର ଯାଞ୍ଚ ପ୍ରକ୍ରିୟା ଓ କାର୍ଯ୍ୟନୁଷ୍ଠାନ ଦେଖିବାକୁ ବାକି ରହିଲା ।

କୋଷାଗୁମୁଡା ବ୍ଲକ ସଦର କୋଡିଙ୍ଗା ପଞ୍ଚାୟତ ମିନି ଷ୍ଟାଡିୟମଠାରେ ଆଜି ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ଣାମେଣ୍ଟଟିକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଫୁଟବଲ ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବାକୁ ସ୍ଥିର ହୋଇଥିବା ବେଳେ ଆଜି ଅନୁଷ୍ଠିତ ଉଦଘାଟନୀ ମ୍ୟାଚ କୋଷାଗୁମୁଡା ଦଳ ଓ କୋକଡି ସେମଳା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ରୋମାଞ୍ଚକ ଫୁଟବଲ ମ୍ୟାଚରେ ଉଭୟ ଦଳ ୧-୧ ଗୋଲରେ ସମାନ ହୋଇ ଖେଳଟି ଟାଇ ହୋଇ ରହିଥିଲା । ଏହାପରେ ପେନାଲଟି ସୁଟ ଆଉଟରେ କୋକଡି ସେମଳା ଦଳକୁ ବିଜେତା ଘୋଷିତ କରଯାଇଥିଲା । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲେଖ ଚରଣ ମାଝୀ, ଧରମ ସିଂ, ଚିତ୍ତ ରଞ୍ଜନ ଦାସ, ଧନସିଂ ମାଝୀ, ବାବୁଲି ବାଘ, ମୋହନ ମାଝୀ, ତ୍ରିଲୋଚନ ଧାକଡ, ଲକ୍ଷ୍ମଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଟୁର୍ଣାମେଣ୍ଟର ମଞ୍ଚରେ ଟୁର୍ଣାମେଣ୍ଟ ପରିଚାଳନା ସଭାପତି ବଦ୍ରି ନାରାୟଣ ସିଂ ସଭାପତିତ୍ଵ କରିଥିବା ବେଳେ ରେଫେରି ହରେକୃଷ୍ଣ ପୂଜାରୀ, ନନ୍ଦ ଭତରା ଓ ଭିକି ପରିଚାଳନା କରିଥିଲେ । ସ୍ଥାନୀୟ ମୃତ ଖେଳାଳୀଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ଫୁଟବଲ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ରାଜ ଚାଉଁରିଆ ସ୍ପୋର୍ଟିଂ କ୍ଲବ ଏହାକୁ ପରିଚାଳନା କରୁଅଛି ।

 

ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ପୋଲିସ ପକ୍ଷରୁ ଆଜି କୋଡିଙ୍ଗାଠାରେ ସଡକ ସୁରକ୍ଷା ମାସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । କୋଡିଙ୍ଗା ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୋଲିସ ଓ ମଟର ଚାଳକ ସଂଘ କର୍ମକର୍ତାମାନେ ଏକ ରାଲି ମାଧ୍ୟମରେ ବାହାରି ସମସ୍ତ ମୋଟର ସାଇକେଲ ଆରୋହିଙ୍କୁ ହେଲମେଟ ପିନ୍ଧିବା ଓ ଚାରିଚକିଆ ଚାଳକମାନଙ୍କୁ ସିଟ ବେଲ୍ଟ ବାନ୍ଧିବାର ଉପଦେୟତା ସମ୍ପର୍କରେ ବୁଝାଯାଇଥିଲା । ଏହା ଦ୍ଵାରା କିଭଳି ଭାବେ ନିଜର ମୁଲ୍ୟବାନ ଜୀବନକୁ ବଞ୍ଚାଯାଇ ପାଚିବ ସେ ନେଇ ସଚେତନ କରଯାଇଥିଲା । ସରକାରଙ୍କ ସମସ୍ତ ମୋଟର ଯାନ ନିୟମକୁ ନେଇ ଜୀବନ ସହ ଜୋରିମାନାଚୁ ବଞ୍ଚିବାକୁ ହେଲେ ସମସ୍ତେ ଆଇନକୁ ମାନିବାକୁ ପଡିବ ବୋଲି ସମସ୍ତଙ୍କୁ ସଚେତନ କରଯାଇଥିଲା । ସଚେତନ ମୋଟର ସାଇକେଲ ଆରୋହିଚାରିଚକିଆ ଚାଳକମାନଙ୍କୁ ଫୁଲ ତୋଡା ଦେଇ ଅଭିବାଦନ ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଡିଙ୍ଗା ଥାନାର ଏସ.ଆଇ. ବିକ୍ରମ ସାହୁ, ଏ.ଏସ.ଆଇ. ଟି.ଏସ. ପ୍ରଧାନ, ଏ.ଏସ.ଆଇ. ପ୍ରଦୀପ ବାଘ ଓ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇ ଜନ ସଚେତନ କରିଥିଲେ ।



 

ନବରଙ୍ଗପୁର ଜିଲ୍ଲା କୋଷlଗୁମୁଡl  ବ୍ଲକ କୋଡ଼ିଙ୍ଗରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ୟୁଥ ରେଡକ୍ରସର ରେଡ୍ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଯୂଗଜନ୍ମବିଶ୍ଵ ବିଜୟୀ  ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୋଷlଗୁମୁଡ଼ା ଅଞ୍ଚଳର ଯୁବ ସମାଜସେବୀ ବରିଷ୍ଟ ଅଧିବକ୍ତା କୁଞ୍ଜ ବିହାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କାର୍ଯ୍ୟକର୍ତ୍ତା ବିଶ୍ଵ ମୋହନ ତ୍ରିପାଠୀ, ଅଧ୍ୟାପକ ବିବେକ କୁମାର ମହାଳିକ, ଅଧ୍ୟାପକ ଦାମୋଦର ସାହୁ, ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ଅମିତା ରାୟ  କlର୍ଯ୍ୟକର୍ମରେ ପୌରହିତ୍ୟ କରିଥିବାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଡ ରବି ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ l ମଞ୍ଚାସୀନ ଅତିଥିମାନେ କlର୍ଯ୍ୟକର୍ମର ଲକ୍ଷ୍ୟ ଉଦେଶ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଅଛି ବୋଲି  ନିଜସ୍ଵ ମତପ୍ରଦାନ କରିବା ସହ ବିକଶିତ ଯୁବକ ବିକଶିତ ଭାରତ  ଲକ୍ଷ୍ୟରେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଥିବା ସମସ୍ତ ଅନ୍ଧ ବିଶ୍ୱାସ କୁସଂସ୍କାରକୁ ଦୂର କରି ଏକ ଆଦର୍ଶ ରାଷ୍ଟ୍ର ଗଠନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର  ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଓ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ରାଜ ଚାଉଁରୀଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ଆତ୍ମରକ୍ଷା କୌଶଳ ଶିବିର ଆଜି ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଅମିତା ରାୟ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସ୍ଥାନୀୟ ଦେବ ରାଜା ଚାଉଁରିଆଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ମୁଖ୍ୟ ଅତିଥି ମାନେ ନାରୀ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଜିକା ଦିନରେ ନାରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ନିହାତି ଆବଶ୍ୟକ ହୋଇପଡିଥିବା ମୁଖ୍ୟ ଅତିଥି ଶ୍ରୀମତି ରାୟ ବୁଝାଇଥିଲେ । ଏଥିସହ ୮ଦିନ ଧରି ଚାଳିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରୀ ସାମିଲ ହୋଇ କୌଶଳର ଲାଭ ଉଠାଇବାକୁ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।  ଆତ୍ମରକ୍ଷା କୌଶଳ ସଂଯୋଜକ ପ୍ରଦୀପ୍ତ କୁମାର ସାମନ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Author Name

Contact Form

Name

Email *

Message *

Powered by Blogger.