କୋଷାଗୁମୁଡା ବ୍ଲକ ସଦର କୋଡିଙ୍ଗା ପଞ୍ଚାୟତ ମିନି ଷ୍ଟାଡିୟମଠାରେ ଆଜି ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ଣାମେଣ୍ଟଟିକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଫୁଟବଲ ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବାକୁ ସ୍ଥିର ହୋଇଥିବା ବେଳେ ଆଜି ଅନୁଷ୍ଠିତ ଉଦଘାଟନୀ ମ୍ୟାଚ କୋଷାଗୁମୁଡା ଦଳ ଓ କୋକଡି ସେମଳା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ରୋମାଞ୍ଚକ ଫୁଟବଲ ମ୍ୟାଚରେ ଉଭୟ ଦଳ ୧-୧ ଗୋଲରେ ସମାନ ହୋଇ ଖେଳଟି ଟାଇ ହୋଇ ରହିଥିଲା । ଏହାପରେ ପେନାଲଟି ସୁଟ ଆଉଟରେ କୋକଡି ସେମଳା ଦଳକୁ ବିଜେତା ଘୋଷିତ କରଯାଇଥିଲା । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲେଖ ଚରଣ ମାଝୀ, ଧରମ ସିଂ, ଚିତ୍ତ ରଞ୍ଜନ ଦାସ, ଧନସିଂ ମାଝୀ, ବାବୁଲି ବାଘ, ମୋହନ ମାଝୀ, ତ୍ରିଲୋଚନ ଧାକଡ, ଲକ୍ଷ୍ମଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଟୁର୍ଣାମେଣ୍ଟର ମଞ୍ଚରେ ଟୁର୍ଣାମେଣ୍ଟ ପରିଚାଳନା ସଭାପତି ବଦ୍ରି ନାରାୟଣ ସିଂ ସଭାପତିତ୍ଵ କରିଥିବା ବେଳେ ରେଫେରି ହରେକୃଷ୍ଣ ପୂଜାରୀ, ନନ୍ଦ ଭତରା ଓ ଭିକି ପରିଚାଳନା କରିଥିଲେ । ସ୍ଥାନୀୟ ମୃତ ଖେଳାଳୀଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ଫୁଟବଲ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ରାଜ ଚାଉଁରିଆ ସ୍ପୋର୍ଟିଂ କ୍ଲବ ଏହାକୁ ପରିଚାଳନା କରୁଅଛି ।

Post a Comment