ମକାର ଅଭାବ ବିକ୍ରି ନାଁକୁ ମାତ୍ର ମଣ୍ଡି
ନବରଙ୍ଗପୁରରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ ::ନବରଙ୍ଗପୁର
ଜିଲ୍ଲା କୋଷାଗୁମୁଡା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ । ବ୍ଲକର ପ୍ରାୟ ଶତକଡା ୮୦ ଭାଗ ଲୋକ କୃଷି
କିମ୍ଭା ତତସଂଶ୍ଳିଷ୍ଠ ବୃତ୍ତି ଉପରେ ଜୀବିକା ନିର୍ବାହ କରନ୍ତି । ବ୍ଲକରେ ମୁଖ୍ୟତ ଧାନ ମଣ୍ଡିଆ
ବିରି କୋଳଥ କରାଯାଇଥାଏ । ଅର୍ଥକାରୀ ଫସଲ ଭାବେ ଆଖୁ ଏବଂ ମକା ଚାଷ କରାଯାଇଥାଏ । ଧାନଚାଷ ପରେ ସର୍ବାଧିକ
ମକାଚାଷ ଏହି ଅଞ୍ଚଳରେ କରାଯାଇଥାଏ । ମକଚାଷୀଙ୍କୁ ହତାସ କରିଛି ମଣ୍ଡି ଦେଖାଦେଇଛି ମକାର ଅଭାବ
ବିକ୍ରି । ସରକାର ନାମକୁ ମାତ୍ର ମକାମଣ୍ଡି ଉଦଘାଟନ କରି ଚାଷୀଙ୍କ ପାଇଁ ଅସୁବିଧାର ଦ୍ଵାରଦେଶକୁ
ଠେଲିଦେଇଛନ୍ତି ସରକାର । ମକାମଣ୍ଡିରେ ନିୟନ୍ତ୍ରିତ ବଜାର କମିଟି, କମ୍ପାନୀ ଏବଂ ଚାଷୀ ମାନଙ୍କ
ମଧ୍ୟରେ ରହିଛି ଯୋଗସୂତ୍ରର ଅଭାବ । ଏକଦା ସମଗ୍ର ଏସିଆ ମହାଦେଶରେ ମକା ଉତ୍ପାଦନ ପାଇଁ ନିଜର
ସ୍ଵତନ୍ତ୍ର ପରିଚୟ ସୃଷ୍ଠୀ କରିଥିବା ନବରଙ୍ଗପୁର ଜିଲ୍ଲା ମକାଚାଷୀଙ୍କ ଦୁର୍ଦିନ ଆରମ୍ଭ
ହୋଇଯାଇଛି । ଏଥିରୁ ବାଦ ପଡିନାହି କୋଷାଗୁମୁଡା ବ୍ଲକ ମକାଚାଷୀମାନେ ଶାଗମାଛ ଦରରେ
ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ବର୍ତମାନ
ଖାସକରି ମକାମଣ୍ଡି ଆରମ୍ଭ ହେବା ଦିନଠାରୁ କୋଷାଗୁମୁଡା ବ୍ଲକ ମକାଚାଷୀ ନାହି ନଥିବା ଅସୁବିଧା
ଭୋଗ କରୁଥିବା ଦେଖଗିବାକୁ ମିଳୁଛି । କୋଷାଗୁମୁଡା ବ୍ଲକ ଚଳିତବର୍ଷ ଖରିଫରେ ମୋଟ ୫୮୦୦ ହେକ୍ଟର
ଜମିରେ ବ୍ଲକର ଚାଷୀ ମକାଚାଷ କରିଛନ୍ତି । ପୂର୍ବରୁ ବ୍ଲକ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଠୀରେ ରଖି
୨୦୧୭ ମସିହାରେ ସରକାରଙ୍କ ଦ୍ଵାରା ଖରିଫ ମକାମଣ୍ଡି ବ୍ଲକର ବଡଅମ୍ବଡା ଠାରେ ଆରମ୍ଭ କରଯାଇଥିଲା
। ପ୍ରଥମ ବର୍ଷରେ ଏମସିଏନଏଲ କମ୍ପାନୀକୁ ଏଜେନ୍ସି ମାଧ୍ୟମରେ ମକାକ୍ରୟ କରିବା ପାଇଁ
ନିୟନ୍ତ୍ରିତ ବଜାର କମିଟିର ତତ୍ଵାବଧନରେ ମକାମଣ୍ଡି ଆରମ୍ଭ କରଯାଇଥିଲା । ଉକ୍ତ ସମୟରେ
ନିୟନ୍ତ୍ରିତ ବଜାର କମିଟିର ଉଦାସୀନ ମନୋଭାବ ଯୋଗୁଁ ବ୍ଲକର ମକାଚାଷୀ ନହିଁ ନଥିବା ଅସୁବିଧା
ଭୋଗକରିଛନ୍ତି । ମକାମଣ୍ଡିରେ ଚାଷୀ ରେଜିଷ୍ଟେସନ, କମିଟି ନଥିବା ଯୋଗୁଁ ତଥା କମ୍ପାନୀର ମନମୁଖୀ ନିୟମରେ
ଚାଷୀମାନେ ନିଜେ ମକାମଣ୍ଡିରେ ଲେବର ଗାଡିଭଡା ଲୋଡ଼ଅନଲୋଡ଼ ସମସ୍ତ ଖର୍ଚ୍ଚ ଉଠାଇଥିଲେ । ପ୍ରଥମ
ବର୍ଷ ମକାମଣ୍ଡିରେ ଚାଷୀଙ୍କ ମକା କାହାର ୧୫ ଦିନ ତ କାହାର ୨୫ଦିନ ଯାଏଁ ମକା ମଣ୍ଡିରେ
ପଡିରହିଥିଲା । ଏହାପରେ ଓଜନ କରିବାପରେ ପ୍ରାୟ ୨ମାସ ପରେ ମକାମଣ୍ଡିରୁ ମକା ଉଠିଥିଲା ।
ଏହିପରିକି ଚାଷୀଙ୍କ ନିକଟରେ ଟଙ୍କା ଆସିବା ସମୟରେ ପ୍ରାୟ ୪ମାସ ଯାଏଁ ସମୟ ଲାଗିଥିବା ବେଳେ
ଅନେକ ଚାଷୀ କିଛି ମକାବିକ୍ରି କରି ଟଙ୍କା ପାଇନଥିବା ବ୍ଲକର ଚାଷୀମାନେ ଅଭିଯୋଗ କରିଛନ୍ତି । କିଛି ଲୋକ ଟଙ୍କା ପାଇନଥିବା ନେଇ
ଚାଷୀ ଚାଷୀ ମାନଙ୍କ ମଧ୍ୟରେ ଆଉ ମକାମଣ୍ଡି ପ୍ରତି ଆସ୍ଥା ହୋରାଇଛନ୍ତି ଚାଷୀ । ଏହାପରେ
ହର୍ଷଟ୍ରଷ୍ଟ ମକା ଚାଷୀଙ୍କ ଠାରୁ କ୍ରୟ ମକାମଣ୍ଡିରେ କିଣିବାକୁ ପ୍ରୟାସ ଆରମ୍ଭ କରିଥିଲା ।
ସେହି କୌଣସି ନିୟମନୀତି ନଥିବା ମକାମଣ୍ଡିରେ ଚାଷୀ-ମଣ୍ଡି ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ
କେତେବେଳେ ମକା ନଉଠିବା ସହ ଠିକ ସମୟରେ ଟଙ୍କା ନମିଳିବା ଆଶଙ୍କା କରି ଅନେକ ଚାଷୀ ମକାମଣ୍ଡି
ବାହାରକୁ ଟେକିଦେଇଥିଲେ ମକା । ଚଳିତ
ବର୍ଷ ପ୍ରାୟ ଅଧିକାଂଶ ଚାଷୀଙ୍କ ଜମିରେ ଫସଲ ଭଲ ହୋଇଥିବାରୁ ଚାଷୀମାନେ ଖୁସି ଥିଲେ । କିନ୍ତୁ ମକାମଣ୍ଡିରେ ଚାଷୀଙ୍କ ସମସ୍ୟାଶୁଣିବାକୁ କେହି ନଥିବା ବେଳେ ଏବେ
ଚାଷୀଙ୍କ ଆଶା ମଉଳି ଯାଇଛି । ଲକ
ଡାଉନ ସମୟକୁ ସାର ଅଭାବ ତ କେତେବେଳେ ପ୍ରତିକୂଳ ପାଗ ସାଙ୍ଗକୁ ମଜୁରିର ମୂଲ୍ୟ ବୃଦ୍ଧି ନେଇ
ଚଳିତବର୍ଷର ମକାର କୁଇଣ୍ଟାଲ ପ୍ରତି ଦର କଣ ରହିବ ସେନେଇ ଚାଷୀକୁଳ ଆଶଙ୍କାରେ ରହିଥିବା
ଦେଖିବାକୁ ମିଳିଛି । ଋଣ କରି ଚାଷ କରିଥିବା ମକା ଚାଷୀମାନେ କିପରି
ଋଣ ପରିଶଧ କରିବେ ସେନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି । ଧାନମଣ୍ଡିରେ ବିଭିନ୍ନ ଯୋଗସୂତ୍ର ରକ୍ଷାକରି ନିୟନ୍ତ୍ରିତ ବଜାର କମିଟିରେ ଲାଭବାନ
ହେଉଥିବା ବେଳେ ମକାମଣ୍ଡିରେ କୌଣସି ଯୋଗସୂତ୍ରର ସମ୍ଭାବନା ନଥିବା ହେତୁ ନିୟନ୍ତ୍ରିତ ବଜାର
କମିଟି ମକାମଣ୍ଡିରେ ସହଯୋଗ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚଳିତ
ବର୍ଷ ମକାମଣ୍ଡିରେ ଉଚିତ ଦରରେ ସରକାର
କିମ୍ଭା କମ୍ପାନୀ ସିଧାସଳଖ ମକାକ୍ରୟ
କଲେ ଚାଷୀମାନେ ଉପକୃତ ହୋଇଥାନ୍ତେ ବୋଲି ବ୍ଲକର ମକାଚାଷୀ ରଞ୍ଜିତ ପାଢୀ,ପ୍ରଫୁଲ କୁମାର ନାୟକ, ସୁଦର୍ଶନ ଭତରା, ଚନ୍ଦ୍ର ଭତରା, ଲଚମନ ବିଶୋଇ, ଖଗପତି ଭତରା, ବଳଧର ଭତରା, ସମାରୁ ମାଝି, ଫୁଲଧର ମାଝି, ଲକିନାଥ ଭତରା, ଦାନି ନାୟକ ପ୍ରମୁଖ କହିଛନ୍ତି ।

Post a Comment