Articles by "ବିଶ୍ଵ"

Showing posts with label ବିଶ୍ଵ. Show all posts


 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର କୋଡ଼ିଙ୍ଗା ପଞ୍ଚାୟତ ଗୁଡ଼ାସାହିଠାରେ ଗୁରୁବାର ଗୋଟେ ବାଲ୍ୟବିବାହକୁ ରଖିବାରେ ସଫଳ ହୋଇଛି ପ୍ରଶାସନ । ଏଥିସହ ଆସିଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ନାବାଳିକା ଓ ନାବାଳକ ପ୍ରାପ୍ତ ବୟସ ହେବ ପରେ ଏହି ବିବାହ କରାଇବାକୁ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । ସୂଚନା ଅନୁଯାୟୀ କୋଡ଼ିଙ୍ଗା ଗ୍ରାମର ଗୁଡ଼ାସାହିର ତ୍ରିପତି ହରିଜନ ଉମରକୋଟ ବ୍ଲକ କାଳିଆମ୍ବାଗୁଡ଼ା ଗ୍ରାମର ଜନୈକ ନାବାଳିକାଙ୍କୁ ୧୫ ଦିନ ତଳେ ଘରକୁ ନେଇ ଆସିଥିଲେ । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡି କର୍ମୀ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଆଜି  ଆଇସିଡିଏସ୍ ସୁପରଭାରଜର ରାଜେଶ୍ୱରୀ ନାଗ, ସ୍ଥାନୀୟ ନାଏବ ସରପଞ୍ଚ ଉର୍ଦ୍ଧ୍ବବ ଭତ୍ରା, ୱାର୍ଡ ମେମ୍ବର ଅନିତା କୁମାରୀ ପାତ୍ର, ଜଗନ୍ନାଥ ଚାଲାଣ, ଆଶା ଏବଂ କିଛି ଅଙ୍ଗନବାଡି କର୍ମୀ ମାନେ ନାବାଳକର ଘରେ ପହଞ୍ଚି ତାଙ୍କ ପରିବାରକୁ ବୁଝାସୁଝା କରି ଶପଥ ପାଠ କରାଇଥିଲେ । ବୟସ ନ ହେବା ପର୍ଯ୍ୟନ୍ତ ପୁଅ ପାଇଁ ଝିଅ ଆଣିବା ବା ବିବାହ କରାଇଦେବା ଆଇନତ ଅପରାଧ ବୋଲି କହିବା ସହିତ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବୁଝାଇଥିଲେ । ପରେ ନାବାଳକର ପରିବାର ବାଲ୍ୟବିବାହ ନ କରିବାକୁ ରାଜି ହୋଇଥିଲେ। ଶେଷରେ ନାବାଳକ ଓ ନାବାଳିକା ପ୍ରାପ୍ତ ବୟସ ହେବା ପରେ ଏହି ବିବାହ କରାଇବାକୁ ଏକ ରାଜିନାମାପତ୍ର ସ୍ବାକ୍ଷରିତ ହୋଇଥିଲା ।

ଖବର ଆମ ଅଞ୍ଚଳର:୧୦/୦୨-ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତୀୟ ଟିମ୍ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି ୪୭.୨ ଓଭରରେ ୧୭୭ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଯଶସ୍ୱୀ ପୁଣିଥରେ ଦମଦାର ବ୍ୟାଟିଂ କରି ୮୮ (୧୨୧ ବଲ୍‌, ୮ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ। ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୪୧ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଡିଏଲ୍ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ ୪୬ ଓଭରରେ ୧୭୦ ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା ବାଂଲାଦେଶ ୪୨.୧ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିବା ସହ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। କ୍ୟାପଟେନ୍ ଆକବର୍ ଅଲୀ ୪୩ ଓ ରକିବୁଲ୍ ହାସନ୍ ୯ ରନରେ ଅପରାଜିତ ରହି ବାଂଲାଦେଶକୁ ଜିତାଇଛନ୍ତି। ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ବାଂଲା ପେସ୍ ଆଟାକ୍ ନିଜ ସୁଇଂ ବଳରେ ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନାଙ୍କୁ ବାନ୍ଧି ରଖିଥିଲେ । ଫଳସ୍ୱରୂପ ଭାରତ ତାର ପ୍ରଥମ ଓଭରରେ ସପ୍ତମ ଓଭରରେ ହରାଇଥିଲେ । ଭଲ ଫର୍ମରେ ଥିବା ଦିବ୍ୟାଂଶ ମାତ୍ର ୨ ରନ୍ କରି ଅଭିଷେକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଯଶସ୍ୱୀ ଓ ତିଳକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ। ତିଲକ ୩୮ (୬୫ ବଲ୍‌, ୩ ଚୌକା) ରନ୍ କରି ତାଞ୍ଜିମ ହାସନ୍ ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ପ୍ରିୟମ ଗର୍ଗ (୭) କିଛି ଖାସ୍ କରିପାରିନଥିଲେ। ଯଶସ୍ୱୀ ଓ ୱିକେଟକିପର ଧ୍ରୁବ ଜୁରେଲ୍ ପୁଣିଥରେ ସ୍ଥିତି ସମ୍ଭାଳିଥିଲେ। ଯଶସ୍ୱୀ ଧୀରେ ଧୀରେ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶୋରିଫୁଲ୍ ଇସଲାମ୍ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଭାରତ ତାର ଶେଷ ୭ ୱିକେଟ୍ ମାତ୍ର ୨୧ ରନରେ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ଭାରତ ଇନିଂସରେ ଦୁଇଟି ରନଆଉଟ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଧ୍ରୁବ ୨୨ ରନ୍ କରିଥିବା ବେଳେ ସିଦ୍ଦେଶ ବୀର (୦), ଅର୍ଥବ ଅଙ୍କୋଲେକର୍ (୩), ରବି ବିଶ୍ନୋଇ (୨), ସୁଶାନ୍ତ ମିଶ୍ର (୩), କାର୍ତ୍ତିକ ତ୍ୟାଗି (୦) ଦୁଇଅଙ୍କ ଛୁଇଁପାରିନଥିଲେ । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ଟି, ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ୍ ହାସନ୍ ସାକିବ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପ୍ନର ପରଭେଜ୍ ହୁସେନ୍ ଇମୋନ୍ ଓ ତାଞ୍ଜିଦ୍ ହାସନ୍ ପ୍ରଥମ ୱିକେଟ୍ ପାଇଁ ୫୦ ରନର ଭାଗୀଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଷ୍ଟାର୍ ସ୍ପିନର୍ ରବି ବିଶ୍ନୋଇ ଭାଙ୍ଗିଥିଲେ। ହାସନ୍ ୧୭ ରନ୍ କରି କାର୍ତ୍ତିକ ତ୍ୟାଗିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ବାଂଲାଦେଶର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇନଫର୍ମ ମହମଦୁଲ୍ଲ ହାସନ୍ ଜୟ (୮), ତୋହିଦ୍ ହୃଦୟ (୦) ଓ ଶାହାଦତ୍ ହୁସେନ୍ (୧)ଙ୍କୁ ମଧ୍ୟ ବିଶ୍ନୋଇ ନିଜର ଶିକାର ବନାଇଥିଲେ। ଏହା ପରେ ସୁଶାନ୍ତ ମିଶ୍ର ଶାମିମ୍ ହୁସେନ୍ (୭) ଓ ଅଭିଷେକ ଦାସ (୫)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ରିଟାୟର୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିବା ବେଳେ ଓପ୍ନର ପରଭେଜ୍ ପୁଣିଥରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କ୍ୟାପଟେନ୍ ଆକବର୍ ଅଲୀଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୪୧ ରନର ନିର୍ଣ୍ଣାୟକ ଭାଗୀଦାରୀ କରିଥିଲେ। ପରଭେଜ୍ ୪୭ ରନ୍ କରି ଯଶସ୍ୱୀଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପଟେନ୍ ଆକବର୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ରକିବୁଲ୍ ହାସନ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୨୭ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ବିଶ୍ନୋଇ ୩୦ ରନ୍ ଦେଇ ୪ଟି, ସୁଶାନ୍ତ ୨ଟି ଓ ଯଶସ୍ୱୀ ଗୋଟିଏ ୱିକେଟ୍ ନେଇଥିଲେ।

                    ୦୨/୦୯:ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗଂଜାମ RTO ଵ୍ରହ୍ମପୁର BIKE ଅରୋହୀଙ୍କ ଠାରୁ ରେକର୍ଡ ଛୁଆଁ ଜରିମାନା ଆଜି କାଟିଛନ୍ତି । ଟ୍ରାଫିକ ନିୟମ ଆସିଲା । କାଲି ଠାରୁ ସାରା ଭାରତରେ ଗୋଟିଏ ନିୟମ । ଟ୍ରାଫିକ ନିୟମ ଉଲଙ୍ଘନକାରୀ ଙ୍କୁ ଦିଲ୍ଲୀ ରେ ଯାହା ଜରିମାନା ଦେବାକୁ ପଡିବ ଵ୍ରହ୍ମପୁର ଭଳି ଆମ ସହରରେ ମଧ୍ୟ ସମାନ ଜରିମାନା ଦେବାକୁ ପଡିବ । ମିଳିଥିବା ସୂଚନା ଅନୁସାରେ ଏପରି ଅବସ୍ଥାରେ ଆଜି ଗଂଜାମ R T O  ସଞ୍ଜୟ କୁମାର ବିଶ୍ବାଳ ଜଣେ ବାଇକ ଅରୋହି ଙ୍କ ଠାରୁ  ବିଭିନ୍ନ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ରେ 24,500 /- ଟଙ୍କାର ଜରିମାନା କାଟିଛନ୍ତି । ଜଣେ ବାଇକ ଅରୋହୀଙ୍କ ଠାରୁ ଏତେ ପରିମାଣରେ ଜରିମାନା ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ଏହି ଜରିମାନା ଆଜି ଵ୍ରହ୍ମପୁର ନିକଟସ୍ତ 16 ନଂ ଜାତୀୟ ରାଜପଥ ଅଗସ୍ତି ନୂଆଗାଁ ନିକଟରେ R T O  ଗଂଜାମ କାଟିଛନ୍ତି । ଏହି ଜରିମାନା ଶିକାର ହୋଇଥିବା ବ୍ୟକ୍ତି ନିଜ ବାଇକ ରେ ନମ୍ବର ଲେଖି ନଥିବା ଯୋଗୁଁ 10000/-, driving ଲାଇସେନ୍ସ ନଥିବା ଯୋଗୁଁ 10000/- , ଗାଡ଼ିରେ ଇଂସୁରାନ୍ସ ନଥିବା ଯୋଗୁଁ 2000/- , ଏହା ସହ ଗାଡି ଚଲାଇବା ବେଳେ mobile ରେ କଥା ହୋଇ ଯାଉଥିବା ଯୋଗୁଁ 2000 ସହ ଏକା ଥରକେ ଏତେ ନିୟମ ଖିଲାପ କରିଥିବା ଯୋଗୁଁ 500/- ଟଙ୍କା ଜରିମାନା RTO GANJAM କାଟିଥିଲେ । ନିୟମ ଲାଗୁ ହେବାର ପ୍ରଥମ ଦିନରେ ହିଁ ବାଇକ  ଅରୋହିଙ୍କୁ ଏକ ବଡ଼ ଝଟକା ଲାଗିଛି ।  ଗଂଜାମ RTO ସଂଜୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।

୨/୯ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି।ଆଜିଠୁ ଏହି କଡା ଟ୍ରାଫିକ୍ ନିୟମ ଲାଗୁ ହେବାକୁ ଯାଉଛି। ଶହେ କି ପାଞ୍ଚ ଶହ ନୁହେଁ, ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ। ଆଜିଠୁ ଓଡ଼ିଶା ସମେତ ପୁରା ଦେଶରେ ଏହି ପରିବର୍ତ୍ତିତ ନିୟମ ଲାଗୁ ହେବାକୁ ଯାଉଛି।
ନୂଆ ନିୟମ ଅନୁସାରେ, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ଶହ ବଦଳରେ ୫ ହଜାର ଦେବାକୁ ପଡ଼ିବ। ମଦ୍ୟପାନ କରି ଗାଡ଼ି ଚଲାଇଲେ ୨ ହଜାର ବଦଳରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ।ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ଶହ ବଦଳରେ ୫ ହଜାର ଟଙ୍କା ତଣ୍ଡ ଗଣିବେ ଖିଲାପକାରୀ।


ହୋକିର ଯାଦୁଗର ମେଜୋର ଧ୍ୟାନଚାନ୍ଦ 
ହକି କଥା ଯଦି ମୁହଁରେ ଆସେ, ତାହେଲେ ସର୍ବପ୍ରଥମ ନାଁ ଧ୍ୟାନଚାନ୍ଦଙ୍କର ଆସିବ। ହକିର ଯାଦୁଗରଭାବେ ପରିଚିତ ଭାରତୀୟ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ହକି ଇତିହାସର ସବୁଠାରୁ ମହାନ ଖେଳାଳି। ଧ୍ୟାନଚାନ୍ଦ ନିଜର ଅଦ୍ଭୁତ ଖେଳ ଦ୍ୱାରା ଭାରତକୁ ତିନିଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। କୁହାଯାଏ, ଧ୍ୟାନଚାନ୍ଦଙ୍କ ଭଳି ହକି ଖେଳାଳି ଆଜି ପର୍ଯ୍ୟନ୍ତ ଜନ୍ମ ନେଇ ନାହାନ୍ତି। ମେଜର ଧ୍ୟାନଚାନ୍ଦଙ୍କୁ ଫୁଟବଲର ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ। ଅଖଣ୍ଡ ଭାରତ ଦେଶର ହକି ଯାଦୁଗର ଭାବେ ପରିଚିତ ଧ୍ୟାନଚାନ୍ଦଙ୍କର ଆଜି ୧୧୪ତମ ଜୟନ୍ତୀ। ଧ୍ୟାନଚାନ୍ଦଙ୍କ ସମ୍ମାନରେ ତାଙ୍କ ଜନ୍ମଦିନ ଅର୍ଥାତ୍ ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ତାଙ୍କ ଜୟନ୍ତୀ ଅବସରରେ କିଛି ପୁରୁଣା ସ୍ମୃତିକୁ ମନେ ପକାଇବା।
ପ୍ରାରମ୍ଭିକ ଜୀବନ: ୨୯ ଅଗଷ୍ଟ, ୧୯୦୫ରେ ଆଲ୍ଲାହାବାଦରେ ଧ୍ୟାନଚାନ୍ଦଙ୍କ ଜନ୍ମ ଏକ ରାଜପୁତ ପରିବାରରେ ହୋଇଥିଲା । ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳିସାରିଛନ୍ତି। ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ରାମେଶ୍ୱର ସିଂହ ଏବଂ ମାଙ୍କ ନାଁ ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ ଭର୍ତ୍ତି ଥିଲେ ଏବଂ ସେ ସେନା ପକ୍ଷରୁ ହକି ଖେଳିଥିଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଏବଂ ରୂପ ସିଂହ। ଆର୍ମିରେ ରହିବା କାରଣରୁ ଧ୍ୟାନଚାନ୍ଦଙ୍କ ପିତାଙ୍କର ବିଭିନ୍ନ ସ୍ଥାନକୁ ଟ୍ରାନ୍ସଫର୍ ହେଉଥିଲା। ଏହି କାରଣରୁ ଧ୍ୟାନଚାନ୍ଦଙ୍କ ସ୍କୁଲ ଶିକ୍ଷା ପ୍ରଭାବିତ ହୋଇଥିଲା। ଶେଷରେ ତାଙ୍କ ପରିବାର ଉତ୍ତର ପ୍ରଦେଶର ଝାନସୀରେ ରହିଥିଲେ। ଧ୍ୟାନଚାନ୍ଦ ୧୯୩୨ରେ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍ କରିଥିଲେ। ତେବେ ତାଙ୍କୁ ଆରମ୍ଭରୁ ହକି ପ୍ରତି ସେତେଟା ଆଗ୍ରହ ନଥିଲା, କାରଣ ସେ କୁସ୍ତିକୁ ବହୁତ ପସନ୍ଦ ଥିଲା।
୧୭ ବର୍ଷରେ ସେନାରେ ସାମିଲ୍: ୨୯ ଅଗଷ୍ଟ, ୧୯୨୨ରେ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମରେ ଚୟନ କରାଯାଇଥିଲା। ଏହି ଗସ୍ତରେ ଟିମ୍ ଭଲ ପ୍ରଦଶୟନ କରି ୧୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ରଏବଂ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ଶେଷରେ ଧ୍ୟାନଚାନ୍ଦ ୧୯୫୬ରେ ମେଜର ପୋଷ୍ଟରୁ ରିଟାୟର୍ ହୋଇଥିଲେ। ସେ ସେନା ଭାବେ ୩୪ ବର୍ଷ କାର୍ଯ୍ୟ କରିଥିଲେ।
ସ୍ମରଣୀୟ ଉପଲବ୍ଧି: ତାଙ୍କ ବାୟୋଗ୍ରାଫି ଗୋଲ୍ଅନୁଯାୟୀ, ମେଜର ଧ୍ୟାନଚାନ୍ଦ ନିଜର ୨୨ ବର୍ଷର କ୍ୟାରିୟରରେ ୧୮୫ ମ୍ୟାଚ୍ ଖେଳି ୫୭୦ ଗୋଲ୍ କରିଛନ୍ତି। ଧ୍ୟାନଚାନ୍ଦ ୧୯୨୮୯ରେ ଆମଷ୍ଟରଡାମ୍ ଅଲିମ୍ପିକରେ ୧୪ ଗୋଲ୍ ଦେଇଥିଲେ। ଏହି ଅଲିମ୍ପିକରେ ସେ ସର୍ବାଧିକ ଗୋଲ୍ କରିବାର ରେକର୍ଡ କରିଥିଲେ । ୧୯୩୨ରେ ଖେଳାଯାଇଥିବା ଅଲିମ୍ପିକରେ ସେ ୮ ଗୋଲ ସହ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ତିନୋଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଥିଲା। ଧ୍ୟାନଚାନ୍ଦ ୪୦ ବର୍ଷର ହୋଇଥିଲା ବେଳେ ୨୨ ମ୍ୟାଚରେ ୬୮ ଗୋଲ୍ ଦେଇଥିଲେ।


ଇସ୍‌ଲାମାବାଦ୍‌: କୋଟି କୋଟି ଟଙ୍କା ବିଜୁଳି ଦେୟ ବାକି ପଡ଼ିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ବୁଧବାର ଦିନ ଏ ସଂକ୍ରନ୍ତରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି ନୋଟିସ୍‌ ଜାରି କରିଛି।
ପାକିସ୍ତାନ ଗଣମାଧ୍ୟମ ଖବର ଅନୁସାରେ, ସଂପ୍ରତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେକେଟେରିଏଟ୍‌ ଉପରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନିର ୪୧ ଲକ୍ଷ ଟଙ୍କା ବାକି ପଡ଼ିଛି। ଗତ ମାସରେ ଅର୍ଥର ପରିମାଣ ଥିଲା ୩୫ ଲକ୍ଷ ଟଙ୍କା।
ଥରକୁ ଥର ରିମାଇଣ୍ଡର୍‌ ନୋଟିସ୍‌ ପଠାଇ ମଧ୍ୟ ପ୍ରଧାମନ୍ତ୍ରୀଙ୍କ ସଚିବାଳୟ ବକେୟା ବିଲ୍‌ ପୈଠ କରିବାରେ ବିଫଳ ହେଲା ବୋଲି ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନିର ଜଣେ ନିକଟତମଙ୍କସୂତ୍ରରୁ ପ୍ରକାଶ।
ସଚିବାଳୟର ଏ ସମସ୍ୟା ଥରକୁଥର ଘଟି ଚାଲୁଛି। ଯଦି ବକେୟା ଅର୍ଥ ପୈଠ ନ ହୁଏ ଆମେ ବିଜୁଳି କାଟି ଦେବୁ ବୋଲି ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି କହିଥିଲା।
ଅଗଷ୍ଟ ୨୮ ତାରିଖ ଦିନ ମଧ୍ୟ ଏ ସଂକ୍ରାନ୍ତରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି ନୋଟିସ୍‌ ଜାରି କରିଥିଲା।


ଓ୍ଵାସିଂଟନ୍‌: ୩. ୮ ନିୟୁତ ବର୍ଷ ପୂର୍ବେ ବସବାସ କରୁଥିବା ଆଦିମାନବର ପୂର୍ବଜମାନଙ୍କର ଗୋଟିଏ ପୂର୍ଣ୍ଣାଙ୍ଗପ୍ରାୟ ଖପୁରିର ଜୀବାଶ୍ମ ଇଥିଓପିଆରୁ ଆବିଷ୍କାର କରାଯାଇଥିବା କଥା ବୁଧବାର ଦିନ ବୈଜ୍ଞାନିକମାନେ ଘୋଷଣା କରିଛନ୍ତି। ମର୍କଟ ଓ ମାନବ ବୈଶିଷ୍ଟ୍ୟଗୁଡ଼ିକର ଜଟିଳ ମିଶ୍ରଣରେ ଏହି ପ୍ରଜାତିଟି ସୃଷ୍ଟି ହୋଇଥିଲା। ଏହା ହେଉଛି ହାରାହାରି ୪. ୨ ନିୟୁତ ବର୍ଷ ପୂର୍ବେ ଅଷ୍ଟ୍ରାଲୋପିଥିକସ୍‌ ଆନାମେନ୍‌ସିସ୍‌ ପ୍ରଜାତିର ଜୀବ।
ଏମ୍‌ଆର୍‌ଡି ବୋଲି ନାମିତ ଏହି ଜୀବାଶ୍ମ ଆଧୁନିକ ମାନବକୁ ବିବର୍ତ୍ତିତ ହୋଇଥିବା ଜୀବନଧାରାର ଗୁରୁତ୍ୱପୂର୍ଣ୍ଣ ସମୟ ପ୍ରତି ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି।
Image Source: Canoe
ଏହି ଖପୁରିଟି ଇଥିଓପିଆର ରାଜଧାନୀ ଆଡ୍ଡିସ୍‌ ଆବାବାର ଉତ୍ତରପୂର୍ବକୁ ପ୍ରାୟ ୫୫୦ କିଲୋମିଟର୍‌ ଦୂରରୁ ମିଳିଛି। ଆଗରୁ ପଛ ଯାଏଁ ଏହାର ଦୈର୍ଘ୍ୟ ହେଉଛି ୮ ଇଞ୍ଚ୍‌ ଏବଂ ପ୍ରସ୍ଥ ହେଉଛି ୪. ୫ ଇଞ୍ଚ୍‌। ଏହି ପ୍ରଜାତିର ଉଚ୍ଚତା ପ୍ରାୟ ୫ ଫୁଟ୍‌ ଥିଲା ବୋଲି ପୂର୍ବ ଗବେଷକମାନେ ଅନୁମାନ କରିଥିଲେ।
Image Source: Hindustan Times
ମାଟି ଭିତରୁ ଉପରକୁ ଫୁଟି ବାହାରିଥିବା ଉପରଭାଗ ହନୁହାଡ଼ ଖଣ୍ଡିକ ପ୍ରଥମେ ମିଳିଥିଲା। ପରେ ପରେ ସେ ସ୍ଥାନ ଉତ୍‌ଖନନ କରାଯାଇ ଖପୁରିଟିର ବାକି ଅଂଶ ବାହାର କରାଯାଇଥିଲା।
ଏହି ଖପୁରିଟି ଦେଖିବାକୁ ଆଦିମାନବର ମୁହଁ ପରି। ଏହି ପ୍ରଜାତିର ଶରୀର ଗଠନ ଥିଲା ଟାଣୁଆ। ମୁହଁ ଲମ୍ବା। ନଦୀ ଓ ହ୍ରଦ ଅବହାହିକା ଅଞ୍ଚଳରେ ଏମାନେ ବସବାସ କରୁଥିଲେ ବୋଲି ଗବେଷକମାନଙ୍କର ବିଶ୍ୱାସ।

Author Name

Contact Form

Name

Email *

Message *

Powered by Blogger.