ଓ୍ଵାସିଂଟନ୍: ୩. ୮ ନିୟୁତ ବର୍ଷ ପୂର୍ବେ ବସବାସ କରୁଥିବା ଆଦିମାନବର ପୂର୍ବଜମାନଙ୍କର ଗୋଟିଏ ପୂର୍ଣ୍ଣାଙ୍ଗପ୍ରାୟ ଖପୁରିର ଜୀବାଶ୍ମ ଇଥିଓପିଆରୁ ଆବିଷ୍କାର କରାଯାଇଥିବା କଥା ବୁଧବାର ଦିନ ବୈଜ୍ଞାନିକମାନେ ଘୋଷଣା କରିଛନ୍ତି। ମର୍କଟ ଓ ମାନବ ବୈଶିଷ୍ଟ୍ୟଗୁଡ଼ିକର ଜଟିଳ ମିଶ୍ରଣରେ ଏହି ପ୍ରଜାତିଟି ସୃଷ୍ଟି ହୋଇଥିଲା। ଏହା ହେଉଛି ହାରାହାରି ୪. ୨ ନିୟୁତ ବର୍ଷ ପୂର୍ବେ ଅଷ୍ଟ୍ରାଲୋପିଥିକସ୍ ଆନାମେନ୍ସିସ୍ ପ୍ରଜାତିର ଜୀବ।
ଏମ୍ଆର୍ଡି ବୋଲି ନାମିତ ଏହି ଜୀବାଶ୍ମ ଆଧୁନିକ ମାନବକୁ ବିବର୍ତ୍ତିତ ହୋଇଥିବା ଜୀବନଧାରାର ଗୁରୁତ୍ୱପୂର୍ଣ୍ଣ ସମୟ ପ୍ରତି ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି।
Image Source: Canoe
ଏହି ଖପୁରିଟି ଇଥିଓପିଆର ରାଜଧାନୀ ଆଡ୍ଡିସ୍ ଆବାବାର ଉତ୍ତରପୂର୍ବକୁ ପ୍ରାୟ ୫୫୦ କିଲୋମିଟର୍ ଦୂରରୁ ମିଳିଛି। ଆଗରୁ ପଛ ଯାଏଁ ଏହାର ଦୈର୍ଘ୍ୟ ହେଉଛି ୮ ଇଞ୍ଚ୍ ଏବଂ ପ୍ରସ୍ଥ ହେଉଛି ୪. ୫ ଇଞ୍ଚ୍। ଏହି ପ୍ରଜାତିର ଉଚ୍ଚତା ପ୍ରାୟ ୫ ଫୁଟ୍ ଥିଲା ବୋଲି ପୂର୍ବ ଗବେଷକମାନେ ଅନୁମାନ କରିଥିଲେ।
Image Source: Hindustan Times
ମାଟି ଭିତରୁ ଉପରକୁ ଫୁଟି ବାହାରିଥିବା ଉପରଭାଗ ହନୁହାଡ଼ ଖଣ୍ଡିକ ପ୍ରଥମେ ମିଳିଥିଲା। ପରେ ପରେ ସେ ସ୍ଥାନ ଉତ୍ଖନନ କରାଯାଇ ଖପୁରିଟିର ବାକି ଅଂଶ ବାହାର କରାଯାଇଥିଲା।
ଏହି ଖପୁରିଟି ଦେଖିବାକୁ ଆଦିମାନବର ମୁହଁ ପରି। ଏହି ପ୍ରଜାତିର ଶରୀର ଗଠନ ଥିଲା ଟାଣୁଆ। ମୁହଁ ଲମ୍ବା। ନଦୀ ଓ ହ୍ରଦ ଅବହାହିକା ଅଞ୍ଚଳରେ ଏମାନେ ବସବାସ କରୁଥିଲେ ବୋଲି ଗବେଷକମାନଙ୍କର ବିଶ୍ୱାସ।


Post a Comment