ରlଜ୍ ଚଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ
ନବରଂଗପୁର ଜିଲ୍ଲା କୋଷଗୁମଡl ବ୍ଲକ କୋଡ଼ିଙ୍ଗl ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ୟୁବ ରେଡକ୍ରସ ବିଭାଗ ଓ ରେଡ୍ ରିବନ୍ କ୍ଲବ୍ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଇକେଲ ଯୋଗେ ସଚେତନତା ରାଲି ଓ ପୁରସ୍କାର ବିତରଣ ଉତ୍ସବ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶ୍ରୀ ଟିକୁନୁ ପୁଟl ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ଡାକ୍ତର ମୋନାଲିସା ପାଟୋଯୋଶୀ, ସମ୍ମାନିତ ଅତିଥି ଭାବେ କୋଷଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ପୋଲିସ ଏଏସଆଇ ପ୍ରଦୀପ କୁମାର୍ ବାଘ, ଅଧ୍ୟାପକ ବିବେକ୍ କୁମାର୍ ମହାଳିକ, ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରବି ନାରାୟଣ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ କର୍ଯ୍ୟକର୍ମରେ ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ତଥା ଅନୁଷ୍ଠାନ ର ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସ୍ବାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟ କର୍ମର ଲକ୍ଷ୍ୟ ଆଭିମୂଖ୍ୟ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଶେଷରେ ଅଧ୍ୟାପକ ଦାମୋଦର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l l ଆଜିର ଦିବସ ପାଳନ ଅବସରରେ ମଞ୍ଚା ସିନ ଅତିଥି ମାନେ ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ ଏଡସ ବ୍ୟାପିବାର କାରଣ ନିରାକରଣ ସଂପର୍କରେ ବିସ୍ତୃତ ଆଲୋଚନା କରି ସଚେତନତା ଓ ସଂଯମତା ଦ୍ଵାରା ହିଁ ଏଡ଼ସକୁ ଧ୍ବଂସ କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ l ପୂର୍ବରୁ ଆୟୋଜନ ହୋଇଥିବା ପ୍ରବନ୍ଧ ବକ୍ତୃତା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ,ସ୍ଥାନୀୟ ପୋଲିସ , ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଅନୁଷ୍ଠାନର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

Post a Comment