କୁକୁଡା ଗାଲି ଚଢାଉ କରି ହଟହଟା ହେଲେ ପୋଲିସ
କୋଷାଗୁମୁଡ଼ା,୩୦।୧୨(ଖବର ଆମ ଅଞ୍ଚଳର)କୁକୁଡା ଗାଲି ଉପରେ ଚଢାଉ କରି ଶୁକ୍ରବାର କୋଡ଼ିଙ୍ଗା ପୋଲିସ ଆକ୍ରୋଶର ଶିକାର ହୋଇଛି । ଘଟଣାରେ ଦୁର୍ବୁତ୍ତଙ୍କ ଟେକା ପଥର ମାଡରେ ପୋଲିସ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଜଣେ ହୋମଗାର୍ଡଙ୍କ ମୁଣ୍ଡଫାଟି ଆହତ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ କୋଡିଙ୍ଗା ଥାନା ଅନ୍ତର୍ଗତ ତାରାଗାଁ ନିକଟ ବେହେରାଗୁଡାଠାରେ କୁକୁଡା ଗାଲି ଚାଲିଥିବା ପୋଲିସ ସୂଚନା ପାଇଥିଲା ଅପରାହ୍ନ ସାଢେ ୫ଟା ସମୟରେ ପୋଲିସ କୁକୁଡା ଗାଲିରେ ଚଢାଉ କରିଥିଲା । ଉକ୍ତ ସମୟରେ କୁକୁଡା ଗାଲିରେ ଥିବା ଲୋକେ ଟେକା ପଥର ପୋଲିସ ଉପରକୁ ଫିଙ୍ଗିଥିଲେ ଟେକା ପଥର ବାଜି ପୋଲିସ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଜଣେ ହୋମଗାର୍ଡଙ୍କ ମୁଣ୍ଡଫାଟି ଆହତ ହୋଇଥିଲେ । ସୂଚନା ଥାଉକୁ ଆଦିବାସୀ ଅଦ୍ୟୁସିତ କୋଷାଗୁମୁଡା ବ୍ଲକର କୋଡିଙ୍ଗା ଥାନା ଓ କୋଷାଗୁମୁଡା ଥାନା ଅଞ୍ଚଳର ସୀମାନ୍ତ ବିଭିନ୍ନ ସ୍ଥାନ ମାନଙ୍କରେ ସ୍ଥାନୀୟ କିଛି ପୋଲିସ ଅଧିକାରୀଙ୍କ ମଧ୍ୟସ୍ଥତାରେ କୁକୁଡା ଗାଲି ଦିନକୁ ଦିନ ବଢିବାରେ ଲାଗିଛି । ସୂଚନା ଥାଉକି ୩ ବର୍ଷ ପୂର୍ବେ କୋଡିଙ୍ଗା ଥାନା ଖୁଟିଗୁଡାଠାରେ ଏହିପରି କୁକୁଡାଗାଲି ଚଢାଉରେ ଜଣକୁ ଗିରଫ କରି ପୋଲିସର କାର୍ଯ୍ୟନୁଷ୍ଠାନରେ ପରେ ଗିରଫ ବ୍ୟକ୍ତିଙ୍କ ପୋଲିସ ହାଜତରେ ମୃତ୍ୟୁକୁ ନେଇ ପରବର୍ତ୍ତୀ ସମୟରେ କୋଡିଙ୍ଗା ଥାନାକୁ ଭଙ୍ଗାରୁଜା କରଯାଇଥିଲା ।

Post a Comment