ମହା ଆଡମ୍ବର ସହକାରେ ବଡ଼ଦିନ ପର୍ବ ପାଳିତ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ବଡ଼ଦିନ ମହାଆଡମ୍ବରରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଖ୍ରୀଷ୍ଟିମାସ ପର୍ବଟି ଫିକା ପଢିଥିବା ବେଳେ ଚଳିତ ବର୍ଷ କିନ୍ତୁ ଧୁମଧାମରେ ପାଳିତ ହୋଇଛି । ବ୍ଲକର କୋଷାଗୁମୁଡ଼ା, ପୂଜାରୀଗୁଡା, କୋଡ଼ିଙ୍ଗା, କୋଣ୍ଡାପୁରୀ, ବି.ଏମ. ସେମଳା, ବନ୍ଦୀଗୁଡା, ରାନୀଗୁଡା, ସାନଆମ୍ବଡା, ଆଦି ଅଞ୍ଚଳର ଚର୍ଚ୍ଚ ମାନଙ୍କରେ ବଡ଼ଦିନକୁ ମହା ସମାରୋହରେ ପାଳନ କରାଯାଇଥିବା ନଜରରେ ଆସିଛି । ଶନିବାର ରାତ୍ରଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା ।ଏହି ଅବସରରେ ପ୍ରଥମେ ଚର୍ଚ୍ଚ ମାନଙ୍କରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୋଇ ବିଶ୍ୱ କଲ୍ୟାଣ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ ପରେ ଚର୍ଚ୍ଚର ପାଳକ ମାନେ ବାଇବେଲରୁ ପ୍ରଭୁ ଯୀଶୁଙ୍କ ଜନ୍ମର ଶୁଭ ବାର୍ତ୍ତା ସମସ୍ତ ଙ୍କୁ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟମାସ କେକ କଟାଯାଇଥିଲା। କେକ ସହ ଚକୋଲେଟ ବଣ୍ଟନ କରାଯାଇଥିଲା । ସମସ୍ତଙ୍କ ଦ୍ବାରା ଭକ୍ତି ସଙ୍ଗୀତ ଗାନ କରିବା ସହ କୁନି କୁନି ଛୁଆମାନଙ୍କ ନୃତ୍ୟ ଓ ସ୍ୱର୍ଣ୍ଣମୟ ବାକ୍ୟ ପରିବେଷଣ କରାଯାଇଥିଲା।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.