ଖବର ଆମ ଅଞ୍ଚଳର (୧୩॰୦୬) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା
ଥାନା ଅନ୍ତର୍ଗତ କୋଷାଗୁମୁଡା-କୋଣ୍ଡାପୁରୀ ରାସ୍ତା ଡ଼ଙ୍ଗରିଗୁଡାଛକ ନିକଟରେ ଆଜି
ପ୍ରାୟ ୧୧ ଘଣ୍ଟା ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ
ଆହତ ହୋଇଛନ୍ତି । ମୃତକ ଜଣକ ଟେମରା ଗ୍ରାମର ଯୋଗେନ୍ଦ୍ର ମାଳୀ (୨୨) । ପ୍ରାପ୍ତ
ସୂଚନା ଅନୁଯାଇ ଟେମରା ଗ୍ରାମର ଯୋଗେନ୍ଦ୍ର ମାଳୀ ଏବଂ ଦୁଲାରି ମାଳୀ (୧୩) ନବରଙ୍ଗପୁର ଠାରୁ
ନିଜଗାଁକୁ ଫେରୁଥିବା ବେଳେ କୋଟପାଡ ସର୍ଗିଗୁଡା ଗ୍ରାମର ଯୋଶେଫ ହରିଜନ ଏବଂ ରାଜ କୁମାର ପାଢୀ
କୋଟପାଡ ଠାରୁ କୋଣ୍ଡାପୁରୀ ଗ୍ରାମକୁ ଆସୁଥିଲେ । କୋଷାଗୁମୁଡା-କୋଣ୍ଡାପୁରୀ ରାସ୍ତା
ଡ଼ଙ୍ଗରିଗୁଡାଛକ ଠାରେ ଉଭୟ ଉଭୟଙ୍କ ବାଇକକୁ ମୁହାଁମୁହିଁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ
ଦୁଲାରି ମାଳୀ ନିକଟସ୍ଥ ଆଖୁ କ୍ଷେତ ନିକଟରେ ଛିଟିକି ପଡି ଆହତ ହୋଇଥିବା ବେଳେ ଯୋଗେନ୍ଦ୍ର ରାସ୍ତାରେ
ପଡି ମୃତ୍ୟୁବରଣ କରିଥିଲେ । କୋଷାଗୁମୁଡା
ପୋଲିସ କୋଡିଙ୍ଗା ଯାଉଥିବା ବେଳେ ଏସ॰ଆଇ॰ବଳରାମ ବେହେରା,ହାବିଲଦାର ରଘୁନାଥ ନାୟକ,କନେଷ୍ଟବଳ କର୍ଣାଲ ବାଘ, ସୁରେନ୍ଦ୍ର ବାଘ, ସାଗରିକା ନାୟକ ଘଟଣାସ୍ଥଳ ଦେଇ ଯାଉଥିବାବେଳେ ଘଟଣାଦେଖି ୧୦୮
ଆସିବା ପୂର୍ବରୁ ଉଦ୍ଧାରକରି ଗୁରୁତର ଯୋଶେଫ ହରିଜନ, ଆହତ ରାଜ କୁମାର ପାଢୀ ଓ ଦୁଲାରି ମାଳୀଙ୍କୁ କୋଷାଗୁମୁଡା
ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିସା କରାଇଥିଲେ । ପ୍ରାଥମିକ ଚିକିତ୍ସାପରେ
ଗୁରୁତର ଯୋଶେଫ ହରିଜନକୁ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବା ସହ କୋଷାଗୁମୁଡା
ପୋଲିସଥାନାରେ ଏକ ମାମଲା ରୁଜୁ କରି ଶବ
ଜବତକରିବା ସହ ଶବ ବ୍ୟବଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । କୋଷାଗୁମୁଡା ଥାନା ଏସଆଇ ବଳରାମ
ବେହେରା ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

Post a Comment