ସର୍ପାଘାତରେ ଜଣେ ମୃତ
ଖବର ଆମ ଅଞ୍ଚଳର (୦୭।୦୮) : ନବରଙ୍ଗପୁର ଜିଲ୍ଲା
କୋଷାଗୁମୁଡା ଥାନା ଅନ୍ତର୍ଗତ ବାମୂଣୀ ଗ୍ରାମ ଠାରେ ଆଜି ସର୍ପା ଘାତରେ ଜଣକର ମୃତ୍ୟୁ ଘଟିଛି ।
ମୃତକ ଜଣକଙ୍କ ନାମ ଲଚ୍ଛମନ ରନ୍ଧାରୀ (୭୩) ।
ସୂଚନା ଅନୁଯାଇ ଲକ୍ଷ୍ମଣ ଗ୍ରାମରେ ଚାଷ ଜମିକୁ ଯିବା ସମୟରେ ହିଡ ଠାରେ ଏକ ବିଷକ୍ତ ସାପ
କାମୁଡିଥିଲା । ତାକୁ ଜମିରୁ ଘରକୁ ୨ ଜଣ ଆଣି ପୁଣି ଆମ୍ବୁଲେନ୍ସ ଯୋଗେ କୋଷାଗୁମୁଡା ଗୋଷ୍ଟି
ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ତାରେ
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କୋଷାଗୁମୁଡା ଥାନାରେ ଏକ ଅପମୃତ୍ୟୁ ମାମଲା
ନଂ-୧୩।୨୦୨୦ ପ୍ରକାରେ ରୁଜୁ କରାଯାଇ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗକୁ
ହସ୍ତାନ୍ତର କରଯାଇଥିବା ଏସଆଇ ବଳରାମ ବେହେରା ସୂଚନା ଦେଇଛନ୍ତି । ମୃତକ ଜଣକ ଗୋରିବ ଶ୍ରେଣୀର
ହୋଇଥିବା ଯୋଗୁଁ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି
କରିଛନ୍ତି ।

Post a Comment