ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା
ବ୍ଲକ କୋଡିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍ବଚ୍ଛତା ପକୱାଡା ଅବସରରେ ନାଲକୋ ପକ୍ଷରୁ
ଅଳିଅଳି ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ନବରଙ୍ଗପୁର
“ଈଷାରା” ସଂଗଠନ ପକ୍ଷରୁ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ସଂଗଠନର ନିର୍ଦ୍ଧେଶକ ଗଜେନ୍ଦ୍ର ଦାସଙ୍କ
ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ପାତ୍ର
ସଭାପତିତ୍ଵ କରିଥିଲେ । ମଞ୍ଚାସୀନ
ଅତିଥି ତଥା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ସ୍ବଚ୍ଛତା
ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନାଲକୋ ପକ୍ଷରୁ
କୋଷାଗୁମୁଡା ବ୍ଲକର ଏକୋରି ଏବଂ କୋଡିଙ୍ଗା ଦୁଇଟି ସରକାରୀ ଉଚ୍ଚ ବିଦ୍ୟାଳୟର ମୋଟ ୧୬୭ ଜଣ ଛାତ୍ରୀ
ମାନଙ୍କୁ ହାଇଜେନିକ କୀଟ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା
କମିଟି ଉପ-ସଭାପତି ତ୍ରିଲୋଚନ ସିଂ,ମୋଦେଇଗାଁ ସି॰ଆର॰ସି॰ସି ମନୋଜ
ବିଶୋଇ,କୋଡିଙ୍ଗା ସି॰ଆର॰ସି॰ସି ଲୋକନାଥ ଭତରା, କୋଡିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋଶ୍ନାରାଣୀ
ମଲିକ ,ଶିକ୍ଷକ ବାବୁଲାଲ ବାରିକ, ବିଶ୍ଵେଶ୍ଵର ସାହୁ,ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Post a Comment