ମଦ ଦୋକାନକୁ ବିରୋଧ କଲେ ଗ୍ରାମବାସୀ


 ସରକାରଙ୍କ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ତେଜିଲା ବିବାଦ । ଗ୍ରାମରେ କୌଣସି ପ୍ରକାର ମଦ ଦୋକାନ ଖୋଲାଯାଇପାରିବ ନାହିଁ ଜିଦରେ ଅଟଳ ଗ୍ରାମବାସୀ । ମଦ ଦୋକାନ ଖୋଲିବାକୁ ବିରୋଧ କରି ଦୋକାନ ନିକଟରେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ରାସ୍ତାକୁ ଓଲ୍ଲେଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ବ୍ଲକର ସନ୍ତୋଷପୁରଠାରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ପୁରୁଣା ମଦ ଦୋକାନର ଲାଇସେନ୍ସ ଅବଧି ସରିଯିବା ପରେ ଚଳିତ ବର୍ଷ ସରକାର ପକ୍ଷରୁ ଟେଣ୍ଡର ଆହ୍ଵାନ କରଯାଇଥିଲା । ଉକ୍ତ ସ୍ଥାନରେ ନୂତନ ମଦ ଦୋକାନ ଖୋଲିବା ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ ହୋଇଯାଇଥିଲା । ତେବେ ମଦ ଦୋକାନ ନଖୋଲିବା ପାଇଁ ଦୀର୍ଘଦିନଠାରୁ ବିରୋଧ କରିବା ସହ ସଂପୃକ୍ତ ବିଭାଗ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା  ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପରେ ଆଜି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ରାସ୍ତାକୁ ଓଲ୍ଲେଇ ଖୋଲିବାକୁ ଥିବା ଦୋକାନ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ପ୍ରଦର୍ଶନକାରୀଙ୍କୁ କୋଷାଗୁମୁଡା ପୋଲିସ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସକୁ ନାକେଦମ କରିଥିଲେ ଗ୍ରାମବାସୀ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.