ଜିଲ୍ଲାପାଳଙ୍କ ଦ୍ୱାରା କୋଭିଡ କେୟାର ସେଣ୍ଟର ଲୋକାର୍ପିତ


 ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆଜି କୋଷାଗୁମୁଡା ବ୍ଲକ ପରିଦର୍ଶନରେ ଆସି ଜନସାଧାରଣଙ୍କ ସେବାରେ କୋଭିଡ କେୟାର ସେଣ୍ଟର ଲୋକାର୍ପିତ କରିଛନ୍ତି ।ଲୋକାର୍ପିତ ହେଇଥିବା କୋଭିଡ କେୟାର ସେଣ୍ଟରରେ ୧୦୦ ଶଯ୍ୟା ସାଙ୍ଗକୁ ଅମ୍ଳଜାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଅଛି । ଏହି ପରିପେକ୍ଷୀରେ ଜିଲ୍ଲାପାଳ ଜିଲ୍ଲା କୋଭିଡ କେୟାର ହସ୍ପିଟାଲକୁ ନଯାଇ ସମସ୍ତ ସେବା ଲୋକାର୍ପିତ କୋଭିଡ କେୟାର ସେଣ୍ଟରରେ ନେବା ପାଇଁ କହିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ବ୍ଲକରେ ଚାଲିଥିବା ୬ଟି କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି ।ଏହି ଅବସରରେ କୋଷାଗୁମୁଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ, ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.