ସୌର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ


 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ପଞ୍ଚାୟତ ଜାହାଜଭଟ୍ଟା ଠାରେ ଆଜି କୋଡିଙ୍ଗା ସରପଞ୍ଚ ଡମାଇ ଭତରାଙ୍କ ଦ୍ଵାରା ଏକ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । କୋଡିଙ୍ଗା ଗ୍ରାମର ଜାହାଜଭଟ୍ଟା ଠାରେ ଦୀର୍ଘଦିନ ହେବ ଲୋକେ ପାନୀୟ ଜଳ ନିମନ୍ତେ ଅସୁବିଧାର ସମୁଖୀନ ହେଉଥିଲେ । ଏହାକୁ ଦୃଷ୍ଠୀରେ ରଖି କୋଡିଙ୍ଗା ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟରେ ୫ ହଜାର କ୍ଷମତା ବିଶିଷ୍ଠ ପାଣିଟାଙ୍କି ସହ ସଲାର ଦ୍ଵାରା ସୌର ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । ଏହାକୁ ଆଜି ସରପଞ୍ଚ ଡମାଇ ଭତରା ଲୋକାର୍ପିତ କରିଛନ୍ତି । ପ୍ରକଳ୍ପ ଆଜି କାର୍ଯ୍ୟକ୍ଷମ ହେବାପରେ ପ୍ରାୟ ୧୧୦ରୁ ଊର୍ଦ୍ଧ୍ଵ ପରିବାର ଉପକୃତ ହେବା ସହ ସାହି ବାସିନ୍ଦା ସରପଞ୍ଚଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.