ରାଜ ଚାଉଁରିଆ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶିବିର ଉଦଘାଟିତ

                ରାଜ ଚାଉଁରିଆ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶିବିର ଉଦଘାଟିତ 

ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଳକ କୋଡିଙ୍ଗା ରାଜ ଚାଉଁରିଆ ମହାବିଦ୍ୟାଳୟଠାରେ ଆଜି ଜାତୀୟ ସେବା ଯୋଜନାର ୭ଦିନିଆ ସ୍ଵତନ୍ତ୍ର ପ୍ରଶିକ୍ଷଣ ତାଲିମ ଶିବିର  ଉଦଘାଟିତ ହୋଇଯାଇଛି କାର୍ଯ୍ୟକ୍ରମର ପ୍ରଥମଦିନରେ ମୁଖ୍ୟ ଅତିଥିଭାବେ କୋଡିଙ୍ଗା ତହସିଲଦାର ପୂର୍ଣଚନ୍ଦ୍ର ଜେନା  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ତାଲିମ ଶିବିର  ଉଦଘାଟିତ କରିଥିଲେ    ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବ୍ଲକ ଅଧକ୍ଷ୍ୟା ଗୀତରାଣୀ ସମରଥ କୋଡିଙ୍ଗା ଅଧିଷ୍ଠିତ ଦେବତା ରାଜା ଚାଉଁରିଆଙ୍କ ନିକଟରେ ପୂଜାର୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଆଜିର ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ୍ୟା ଅମିତା ରାୟ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିବେକ କୁମାର ମହାଳିକ ଯୋଗଦେଇଥିଲେ ପ୍ରଥମ ଦିନରେ ଜାତୀୟ ସେବା ଯୋଜନା ଅଧିକାରୀ ଓଡିଆ ଅଧ୍ୟାପକ ଡାଃ ରବିନାରାୟଣ ପାଣିଗ୍ରାହୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିବରଣୀ ପ୍ରଦାନ କରିଥିଲେ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ମଞ୍ଚାସୀନ ଅତିଥି ମାନେ ସେବା ମାଧ୍ୟମରେ କିଭଳି ବ୍ୟକ୍ତିତ୍ବର ବିକାଶ ହେବ ସେନେଇ ସେମାନଙ୍କ ମତ ଅଭିଭାଷଣ ମାଧ୍ୟମ ରେ ରଖିଥିଲେ ଏହି ଅବସରରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ଏହି ଶିବିର ଆସନ୍ତା ୭ ଦିନ ଧରି ଚାଲିବାକୁ ଥିବା ବେଳେ ମହାବିଦ୍ୟାଳୟ ପୌଷ୍ୟ ଗ୍ରାମ ରାବଣାଗୁଡା ଠାରେ ସେବା ପ୍ରଦାନ ଓ ସଚେତନତା ସୃଷ୍ଠୀ କରାଯିବ ବୋଲି ଜାତୀୟ ସେବା ଯୋଜନା ଅଧିକାରୀ ଓଡିଆ ଅଧ୍ୟାପକ ଡାଃ ରବିନାରାୟଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଶେଷରେ ଅଧ୍ୟାପକ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମକୁ  କ୍ରୀଡା ପରିଚାଳକ ପ୍ରଦୀପ୍ତ କୁମାର ସାମନ୍ତ, ଅଧ୍ୟାପକ ପଞ୍ଚାନନ ଦୁରିଆ, କିରାଣୀ ସିମାଞ୍ଚଳ ପଟ୍ଟନାୟକ,ଦେବକୀ ଦିଶାରି, ଶୁଭଶ୍ରୀ ଦାସ, ରାକେଶ ମଲ୍ଲିକ, ଇଶ୍ଵର ମାଝି ମହାବିଦ୍ୟାଳୟ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.