୧୨ ଘଣ୍ଟିଆ ବନ୍ଦ ପାଳନ ସଫଳ

             ୧୨ ଘଣ୍ଟିଆ ବନ୍ଦ ପାଳନ ସଫଳ

   ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ  କୋଷାଗୁମ୍ନୁଡା ବ୍ଲକ ସଦର ମହକୁମା ଏବଂ କୋଡିଙ୍ଗାଠାରେ ଅଭିବକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ଆଜି ସକାଳ ୬ ଘଣ୍ଟା ସମୟରେ କୋଷାଗୁମୁଡା ,କୋଡିଙ୍ଗା ଏବଂ କୋଟାଗାଁ ଠାରେ ରାସ୍ତାରେ ଟାୟାର ଜାଳି ଧାରଣା ଦେଇଥିଲେ । କୋଡିଙ୍ଗା ତହସିଲ ଆଇନଜୀବି ସଂଘ ପକ୍ଷ୍ୟରୁ ଦିଆଯାଇଥିବା ଏହି ବନ୍ଦ ଡକରାରେ ଅଞ୍ଚାଳର ସମସ୍ତ ରାଜନୈତିକ ଦଳ ବନ୍ଦରେ ସାମିଲ ହେବା ସହ ଜରୁରୀ କାଳୀନ ସେବା କୁ ଛାଡି ଦୋକାନ ବଜାର,ସ୍କୁଲ କଲେଜ ,ଗାଡି ମୋଟର ,ବ୍ୟାଙ୍କ ,ସରକାରୀ ବେସରକାରୀ କାର୍ଯ୍ୟଳୟ ସମ୍ପୂର୍ଣ ଭାବେ ବନ୍ଦ ରହିଥିଲା । କୋଷଗୁମୁଡା ଠାରେ ଅରୁଣ ପ୍ରଶନ ନାୟକ, ଅର୍ଜୁନ ବିଶୋଇ ,ତୁଲସୀ ରାମ ସମରଥ, ରାଜ ରୋଷନ ସାଗରିଆ ବନ୍ଦ ପାଳନର ନେତୃତ୍ଵ ନେଇଥିବା ବେଳେ କୋଟାଗାଁ ଠାରେ ଦିନେଶ ରଞ୍ଜନ ଗଉଡ,ସେହିପରି କୋଡିଙ୍ଗା ଠାରେ ଉମେଶ ଚନ୍ଦ୍ର ମିଶ୍ର, ଦିଗମ୍ବର ପାନିଗ୍ରାହୀ ,ତାରିଣୀ ଦାସ ,ଅମରେଶ ପାନିଗ୍ରାହୀ, ବାବୁଲି ବାଘ ପ୍ରମୁଖ ଆଇନ ଜୀବି ମାନେ ନେତୃତ୍ଵ ନେଇଥିବା ବେଳେ ବଦ୍ରି ନାରାୟଣ ସିଂ, ଧରମ ସିଂ, କମଳ ସିଂ, ଗୁପ୍ତ ପଟ୍ଟନାୟକ, ରାବଣା ରାଓ ,ଭୁବନେଶ୍ବର ନାୟକ, ହରେକୃଷ୍ଣ ପ୍ରଧାନ , ପଦ୍ମନ ନାୟକ ,ଦୁର୍ଜ୍ୟାଧନ ମୀର୍ଗନ ପ୍ରମୁଖ ଏହି ବନ୍ଦ ପାଳନରେ ସାମିଲ ଥିଲେ । ବନ୍ଦ ପାଳନକୁ ଆଖିରେ ରଖୀ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟାବସ୍ତା କରଯାଇଥିଲା । 

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.