ଗ୍ରାମବାସୀଙ୍କ ସହଯୋଗରେ ଜୟଦେବ ନିର୍ମାଣ କଲେ ବାଁଉଶ ପୋଲ, ଯୋଡିଲେ ୨ ଜିଲ୍ଲାକୁ

ନବରଙ୍ଗପୁର,୧୫।୧୧(ଖବର ଆମ ଅଞ୍ଚଳର)ଇଛା ଥିଲେ ବୁଦ୍ଧି ଆପଣାଛାଏଁ ଆସିଯାଏ । ଏଥିପାଇଁ ଦରକାର ଟିକିଏ ଚେଷ୍ଟା ଓ ସହଯୋଗ । ଲୋକମାନଙ୍କ ସୁବିଧା ପାଇଁ କରିଥିବା ପ୍ରୟାସ ଆଣିଛି ବାସ୍ତବତା । ଗ୍ରାମବାସୀଙ୍କ ସହଯୋଗରେ ବାଉଁଶରେ ପୋଲ ନିର୍ମାଣ କରି ୨ଜିଲ୍ଲା ନବରଙ୍ଗପୁର ଓ କୋରାପୁଟକୁ ଯୋଡି ପାରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋକୋଡି ସେମଳା ପଞ୍ଚାୟତ କଣ୍ଟାସରୁଗୁଡା ଗ୍ରାମର ଜୟଦେବ ଭତ୍ରା(୬୦) । କଣ୍ଟାସରୁଗୁଡା ଗ୍ରାମର ଜୟଦେବ ଭତରା, ଡଙ୍ଗା ଘଟୁଆଳି ଭାବେ ବେସ ପରିଚିତ ଅଞ୍ଚଳରେ । ସରକାରୀ ସହାୟତା କହିଲେ ମୁଣ୍ଡପିଛା ୫କେଜି ଚାଉଳ । ନା ମିଳିଛି ପେନସନ ନା କୌଣସି ଘର । ଜୟଦେବ ଭାଗରେ ପଡିଥିବା ଏକ ଏକରରୁ ମଧ୍ୟ କମ ଜମି ଚାଷକୁ ଛାଡିଦେଲେ ନଦିଘାଟରେ ଦେଶୀ ଡଙ୍ଗାସାଜିଛି ରୋଜଗାରର ମାଧ୍ୟମ । ପୋଡଶୀ କୋରାପୁଟ ଜିଲ୍ଲାର ମୁଖ୍ୟ ସହର କୋଟପାଡ ଓ ବାସୁଲୀ ଗ୍ରାମକୁ ଯିବାକୁ ହେଲେ ଇନ୍ଦ୍ରାବତୀ ନଦୀ ପାର କରି ଯିବାକୁ ପଡିଥାଏ l ଏହି ନଦୀ ଘାଟ ଉପରେ କୋଷାଗୁମୁଡା ବ୍ଲକ ସହ ଡାବୁଗାଁ, ପାପଡାହାଣ୍ଡି, ନବରଙ୍ଗପୁର ବ୍ଲକର ଅଧିକାଂଶ ଲୋକ ବେପାରବଣିଜ, ସ୍କୁଲ କଲେଜ, ଅନ୍ୟ ରାଜ୍ୟକୁ ଯିବାଆସିବା, ଗମନାଗମନ ସ୍ୱାସ୍ଥ୍ୟ ସହ ଦୈନନ୍ଧିନ ଜୀବନରେ ବ୍ୟବହାର ସମସ୍ତ ସୁବିଧା ପାଇଁ ମୋଟରସାଇକେଲ, ସାଇକେଲ, ପାଦଚଲା ରାସ୍ତା ଭାବେ ବ୍ୟବହାର କରିଥାନ୍ତି । କଣ୍ଟାସରୁଗୁଡା-ବାସଲି ନଦୀଘାଟକୁ ପଞ୍ଚାୟତ ପକ୍ଷରୁ ସରକାର ନିଲାମ ସୂତ୍ରରେ ଲୋକଙ୍କୁ ଦେଇ ଘାଟରେ ଡଙ୍ଗା ଚଳାଇବା ପାଇଁ ଅନୁମତି ପ୍ରଦାନ କରିଥାନ୍ତି । ବର୍ଷାଦିନରେ ଉକ୍ତ ନଦୀଘାଟରେ ଦେଶୀ ଡଙ୍ଗା ଚାଲିଲା ପରେ ବର୍ତମାନ ନଦୀରେ ପାଣିକମ ହେବାପରେ ଜୟଦେବ ଗ୍ରାମବାସୀଙ୍କ ସହଯୋଗରେ କିଛି ବାଉଁଶ, ନୀଳଗିରି ଗଛ, ଦଉଡି, ବାଲିବସ୍ତା, ହୋମ ପାଇପ ଏବଂ ଲୁହା ତାର ନେଇ ପ୍ରାୟ ୪୫ହଜାର ଟଙ୍କା ବିନିମୟରେ ନିଜ ପ୍ରୟାସରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି । ଏବେ ଲୋକେ ଏହି ବାଉଁଶ ପୋଲ ଦେଇ ସହଜରେ ବାଇକ୍ ସାଇକେଲ ନେଇ ଯାତାୟତ କରୁଛନ୍ତି I ନିର୍ମାଣ କରିଥିବା ଜୟ ଦେବ ବାଉଁଶ ପୋଲ ପାଖର ରହି ସେପଟେ ଆସୁଥିବା ଲୋକଙ୍କୁ ଓ ଏପଟରୁ ଯିବା ଲୋକମାନଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟିବା ସହ ଯିବା ଆସିବା କରୁଥିବା ଲୋକେ ଯିଏ ଯା ଖୁସିରେ ଦଶ କୋଡିଏ ଟଙ୍କା ଦେଉଛନ୍ତି ତହିଁରେ ପରିବାର ପ୍ରତିଶୋଷଣ କରୁଛନ୍ତି । ଏଥିସହ ଚିର୍ମା ପଞ୍ଚାୟତର ଜାଗନିଗୁଡା ଠାରେ ମଧ୍ୟ ଗ୍ରାମବାସୀମାନେ ଗ୍ରାମରେ ଚାନ୍ଦା ଆଦାୟ କରି ବାଉଁଶ ପୋଲ ନିର୍ମାଣ କରି ସମ୍ପର୍କର ପାଉଁଶ ପୋଲରେ ୨ଜିଲ୍ଲା ନବରଙ୍ଗପୁର ଓ କୋରାପୁଟକୁ ଯୋଡି ପାରିଛନ୍ତି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.