ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କୋଷାଗୁମୁଡା ଗସ୍ତ


କୋଷାଗୁମୁଡା,୦୨।୧୧(ଆପ୍ର) : ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଆଜି କୋଷଗୁମୁଡ଼ା ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି କୋଷଗୁମୁଡ଼ା ବ୍ଲକ କର୍ଚ୍ଚାମାଳ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ୩୦ହେକ୍ଟର କାଜୁ ବୃକ୍ଷରୋପଣ ସହ ମିଶ୍ରିତ ଚାଷ ପରିଦର୍ଶନ କରିଥିଲେ । ଏଥିସହ ୨ଟି ଫାଇପ, ମୋ କ୍ଷେତ-ପୋଖରୀ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବା ସହ ଗ୍ରାମର ପୋଖରୀ ହିତାଧିକାରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । କର୍ଚ୍ଚାମାଳର ୩୦ହେକ୍ଟର କାଜୁ ବଗିଚା ଓ ୨ଟି ଫାଇପ, ମୋ କ୍ଷେତ-ପୋଖରୀ କାର୍ଯ୍ୟ ଦେଖି ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଖୁସି ପ୍ରକଟ କରିଥିଲେ ଆଲୋଚନାରେ ହିତାଧିକାରୀମାନେ ଏହି ଯୋଜନା ମାଧ୍ୟମରେ ଅଧିକ ଆତ୍ମନିର୍ଭରଶୀଳ ହେବା ସହ ଆର୍ଥିକ ସ୍ଥିତି ମଜୁବୁତ ହୋଇ ପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ମୋ କ୍ଷେତ-ପୋଖରୀ ହୁଡାରେ ଆମ୍ବ ଗଛ, କଦଳୀ ଗଛ, ପନିପରିବା ଚାଷ କରାଯାଉଥିବାବେଳେ ପୋଖରୀରେ ମାଛ ଯାଂଳ ଓ ବତକ ଛଡ଼ାଯାଇଛି ଯାହାକୁ ନେଇ ଶ୍ରୀ ପଣ୍ଡା ବିଭାଗୀୟ କାର୍ଯ୍ୟପନ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏହି ଗସ୍ତରେ ନିର୍ଦ୍ଦେଶକ ସହ ନବରଙ୍ଗପୁର  ଜଳଛାୟା ପ୍ରକଳ୍ପ ନିର୍ଦେଶକ ଲକ୍ଷ୍ମୀଧର ଜେନା ଉପସ୍ଥିତ ଥିଲେ । ଏଥିସହ ପାପଡ଼ାହାଣ୍ଡି ବ୍ଲକ ଗସ୍ତ କରି ଖଲିଗୁଡା ଗ୍ରାମ ପଞ୍ଚୟତ ପାତ୍ରୀ ସ୍ଥିତ ୪୦ ହେକ୍ଟରରେ କାଜୁ ଚାଷ ମଧ୍ୟରେ ମିଶ୍ରିତ ଚାଷ, ଡେଙ୍ଗାଗୁଡା ଗ୍ରାମ ପଞ୍ଚୟତ ଡଙ୍ଗରା ସ୍ଥିତ ୧୦ ହେକ୍ଟର, ଭଣ୍ଡିଆ ଗ୍ରାମ ସ୍ଥିତ ଡେଙ୍ଗାଗୁଡାର ୧୦ହେକ୍ଟର, ଖୁଟୁବାଇ ପଞ୍ଚାଯତ ଖୁଟୁବାଇର ୪୦ ହେକ୍ଟର କାଜୁ ବୃକ୍ଷରୋପଣ ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ ।

 

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.