୨୦ବର୍ଷ ହେବ ରକ୍ଷଣାବେକ୍ଷଣା ନାହିଁ ମାନଚିତ୍ରରୁ ଉଭାନ ରାସ୍ତା
ରାସ୍ତା ଥାଇ ମଧ୍ୟ ରାସ୍ତା ନଥିବା ଗାଁର ଲୋକଙ୍କ ଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ଲୋକେ । ନିର୍ମାଣ ହୋଇଗଲା ସତ କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ ରାସ୍ତାର ଅବସ୍ତା କହିଲେ ନ ସରେ । ଯେପରି ବାହ୍ୟଜଗତରୁ ବିଛିନ୍ନ ହୋଇଯାଏ ଗାଁ ଓ ଏହି ଅଞ୍ଚଳର ଲୋକମାନେ । ମନେ ହୁଏ ଯେପରି ମାନଚିତ୍ରରୁ ଉଭାନ ହୋଇଯାଇଛି ରାସ୍ତା । ରାସ୍ତାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ-ମାଲେକୋଟ ସଂଯୋଗ କରୁଥିବା ରାସ୍ତା । ଖୁଟୁବାଇ-ମାଲେକୋଟ ୫.୨୦୦ ମିଟର ରାସ୍ତା । ଏହି ରାସ୍ତା ଉପରେ କୋଡିଙ୍ଗା, ଖୁଟୁବାଇ ଓ ଡଙ୍ଗରା ପଞ୍ଚାୟତର ପ୍ରାୟ ୨୦ରୁ ଉର୍ଦ୍ଧ୍ଵଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ହାଟ ବଜାର, ରାସନସାମଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତ ସରକାରୀ ବେସରକାରୀ କାର୍ଯ୍ୟଳୟ, କୋର୍ଟ କଚେରୀ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରନ୍ତି । ପ୍ରାୟ ୨୩ ବର୍ଷ ପୂର୍ବେ ବ୍ଲକ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ରୁରାଲ କନେକ୍ଟଭିଟି ପ୍ରୋଜେକ୍ଟ ମାଧ୍ୟମରେ ଏହି ରାସ୍ତାକୁ ପ୍ରଥମ ପର୍ଯ୍ୟାୟ ୧୯୯୭-୯୮ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ମେଟେଲିଙ୍ଗ ଓ ଦିତ୍ୱିୟ ପର୍ଯ୍ୟାୟ ୧୯୯୯ରେ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟରେ ପିଚୁ ପକାଯାଇ ପକ୍କା ରାସ୍ତା ନିର୍ମାଣ କରଯାଇଥିଲା । ଏହି ରାସ୍ତା ଖୁଟୁବାଇ ସଦର ପଞ୍ଚାୟତଠାରୁ ବ୍ଲକକୁ ସଂଯୋଗ କରୁଥିଲା । ନିର୍ମାଣ ଦିନଠାରୁ ରାସ୍ତାର ମରାମତି ଅଭାବରୁ ରାସ୍ତାଟି ବର୍ତମାନ ଯାତାୟତ ଅନୁପଯୋଗୀ ହୋଇ ପିଚୁ ଉଠିଯାଇ ମେଟାଲ ସବୁ ବାହାରି ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ନଷ୍ଟ ହେବାକୁ ବସିଲାଣି । ଲାଗୁଛି ରାସ୍ତାଟି ମାନଚିତ୍ରରୁ ଉଭାନ ହୋଇଯାଇଛି । ଆଜକୁ ୨୩ ବର୍ଷ ହେବାକୁ ଯାଉଥିବା ବେଳେ ରାସ୍ତାରେ ବ୍ଲକ କିମ୍ଭା ପଞ୍ଚାୟତ ପକ୍ଷରୁ ମରାମତି ତ ଦୂରର କଥା ମାଟି ଟିକିଏ ପକା ଯାଇନାହି ବିଭାଗ ପକ୍ଷରୁ । ବର୍ଷର ସାଧାରଣ ଦିନ ମାନଙ୍କରେ ଏହି ରାସ୍ତାରେ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମୁଖୀନ ହେଉଥିବା ବେଳେ ବର୍ଷା ଦିନ କଥା ଏହି ଅଞ୍ଚଳ ଯେପରି ବାହ୍ୟ ଜଗତରୁ ବିଛିନ୍ନ ହେବାଭଳି ସ୍ଥିତି ଉପୁଜିଥାଏ । ଉକ୍ତ ରାସ୍ତା ଦେଇ ଗାଡି ମଟର, ଆମ୍ବୁଲାନ୍ସ, ମୋଟର ସାଇକେଲ ତ ଦୂରର କଥା ଲୋକେ ଚାଲିକି ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ବାଧ୍ୟହୋଇ କୋଡିଙ୍ଗା ରାସ୍ତା ଦେଇ ପ୍ରାୟ ୧୨କିମି ଅଧିକ ଅତିକ୍ରମ କରି ଯାତାୟତ କରୁଥିବା ବେଳେ ବତମାନ ଏହି ରାସ୍ତା କେଉଁ ବିଭାଗ ଅଧୀନରେ ରହିଛି ତାହା ମଧ୍ୟ କେହି ସ୍ପଷ୍ଠ ହୋଇପାରୁନାହାନ୍ତି । ପ୍ରତିବର୍ଷ ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ରାସ୍ତାର ଉନ୍ନତିକରଣ ପାଇଁ ଦାବି କରିଥିଲେ ମଧ୍ୟ କେହି କର୍ଣପାତ କରୁନଥିବା ଝାଡେଶ୍ଵର ନାୟକ, ସୁରେନ୍ଦ୍ର ଗଉଡ, ତୁଳାରାମ ଜାନି, କମଳସିଙ୍ଗ ଗଉଡ, ଦେବୀସିଂ ଭତରା, ତୁଳାରାମ ଭତରା, ରାମ କୃଷ୍ଣ ହରିଜନ, ବଦର ଗଉଡ, ଦୁର୍ଜୟ ସିଂ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ରାସ୍ତାର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ରାସ୍ତାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଞ୍ଚଳବାସୀ ଚେତେଇ ଦେଇଛନ୍ତି ।

Post a Comment