ଆଦିବାସୀଙ୍କ ଘର ଡିହ ପଟ୍ଟା ଉପରେ ଅଣ ଓଡିଆଙ୍କ ଲଲୁପଦୃଷ୍ଠୀ ନିର୍ମାଣ ହୋଇଛି ଘର ଅଭିଯୋଗ କଲେ ମିଳୁଛି ଧମକ

 

ନିଜ ପୈତୃକ ସମ୍ପତ୍ତିର ୧୨ ଡେସିମିଲ ଘରବାରି । ବିଶ୍ଵାସରେ ବିଷ ଦେଲା ଭଳି ସରଳ ଆଦିବାସୀଙ୍କ ସରଳ ପଣିଆ ଓ ବିଶ୍ଵାସକୁ ଖେଳି ଆଦିବାସୀ ଘର ଡିହ ପଟ୍ଟା ଉପରେ ଜଣେ ଅଣ ଓଡିଆ ଭୋଗକରି ଆସିବା ସହ ଅଧିକାର ସାବ୍ୟସ୍ତ କରିବାରେ ଲାଗି ପଢିଛନ୍ତି । ଅଭିଯୋଗ କଲେ ମିଳୁଛି ଅଣ ଓଡିଆଙ୍କ ଠାରୁ ଧମକ । ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ ଆଟିଗାଁ ପଞ୍ଚାୟତର ଆମ୍ବଗାଁ ଗ୍ରାମରେ । କୋଡିଙ୍ଗା ତହସିଲ କୋଟାଗାଁ ରାଜସ୍ୱ ସର୍କଲର ଆମ୍ବଗାଁ ମୌଜା । ପୈତୃକ ସମ୍ପତ୍ତି ଖାତା ନଂ-୭୭ ପ୍ଳଟ ନଂ-୧୨୨୨ଅନୁଯାଇ ୧୨ ଡେସିମିଲ ଘରବାରି ଆମ୍ବଗାଁ ଗ୍ରାମର ସୀତାରାମ ଭତରା ଓ ଶୁକୁରୁ ଭତରା ନାମରେ ରେକର୍ଡ ରହିଅଛି । ସୀତାରାମ ଓ ଶୁକୁରୁଙ୍କ ୨ପୁଅଙ୍କ ପରିବାର କହିଲେ ୧୨ ଜଣକୁ ନେଇ ପରିବାର । କୁଲି ମଜୁରି କଲେ ପେଟକୁ ମୁଠାଏ ଦାନା ସହ ଘରେ ଚୁଲି ଜଳେ । ଗ୍ରାମ ଆରମ୍ଭରୁ ପରିବାରର ପୂର୍ବଜ ଏହି ସ୍ଥାନରେ ରହିଆସୁଥିଲେ । ତେବେ ସୀତାରାମ ଓ ଶୁକୁରୁ ଗ୍ରାମରେ ଥିବା ଜଣେ ଅଣ ଓଡିଆ ନିରଞ୍ଜନ ପ୍ରସାଦ ସାହୁଙ୍କ ସହ ଦୀର୍ଘ ଦିନର ବିଶ୍ଵସ୍ତ ଥିବାରୁ ସେ ନିଜର ସେହି ୧୨ ଡେସିମିଲ ଘରବାରି ଉପରେ ଅଳ୍ପ ସ୍ଥାନରେ ଘର ନିର୍ମାଣ କରି ପରେ ସୁବିଧା ଦେଖି ଅନ୍ୟ ସ୍ଥାନରେ ଘର କରିବା ପାଇଁ ନିରଞ୍ଜନକୁ କହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୨ବର୍ଷ ହେବ ଶୁକୁରୁ ଭତରାଙ୍କ ପୁଅ ସମାରୁ ଭତରାଙ୍କ ନାମରେ ଏକ ପ୍ରଧାନ ମନ୍ତ୍ରୀ ଆବାସ ଗୃହ କାର୍ଯ୍ୟଦେଶ ଆସିଥିଲା । ଆବାସ ଘର ଚୁକ୍ତି ମୁତାବକ  ନିଜର ପଟ୍ଟା ଥିବା ସ୍ଥାନରେ ଗୃହ ନିର୍ମାଣ ପାଇଁ ଆଦେଶ ହେବାରୁ ନିରଞ୍ଜନ ପ୍ରସାଦ ସାହୁଙ୍କୁ ପୈତୃକ ୧୨ ଡେସିମିଲ ଜାଗା ମଧ୍ୟରୁ ଜାଗା ଦେବା ପାଇଁ କହିଥିଲେ । ତେବେ ଆଦିବାସୀ ଘରବାରି ଉପରେ ନିର୍ମାଣ କରିଥିବା ଘର ଜାଗାକୁ  ଅଣ ଓଡିଆ ନିରଞ୍ଜନ ପ୍ରସାଦ ସାହୁ ଫେରାଇବା ପାଇଁ ମନା କରିଦେଇଥିବା ସହ ଧମକ ଚମକ ଦେଇଥିବା ସମାରୁ ଭତରା ଅଭିଯୋଗ କରିଛନ୍ତି । ଏନେଇ ସମାରୁ କୋଡିଙ୍ଗା ଥାନା, ଜିଲ୍ଲାପାଳ ନବରଙ୍ଗପୁର, ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ସମାରୁ ଅଭିଯୋଗ କରିଛନ୍ତି ଗୋରିବ, ସରଳତା ଓ ନିରକ୍ଷରତାର ସୁଯୋଗ ନେଇ କେବଳ ସମାରୁ ନୁହେଁ ସମାରୁ ଭଳି ଅନେକ ଆଦିବାସୀ କୋଷାଗୁମୁଡା ବ୍ଲକରେ ଘରବାରି, ଡଙ୍ଗର, ଚାଷ ଜମି, ପୈତୃକ ସମ୍ପତ୍ତି ଉପରେ ଅଣ ଓଡିଆ ମାନଙ୍କ ଲୋଲୁପ ଦୃଷ୍ଠୀ ପଡି ଆଦିବାସୀ ମାନେ ସେମାନଙ୍କ ଅଧିକାର ହରାଇ ବସୁଛନ୍ତି । ଆଦିବାସୀଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଅନୁଷ୍ଠାନ ସୁରକ୍ଷା ଯୋଗାଇବା ପାଇଁ ଥିବା ବେଳେ ଆଦିବାସୀ ଅଦ୍ୟୁସିତ କୋଷାଗୁମୁଡା ବ୍ଲକରେ ଅନୁଷ୍ଠାନମାନ ପଙ୍ଗୁ ପାଲଟିବା ଭଳି ମନେହେଉଛି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.