ଶଙ୍କରଙ୍କୁ ଘାରିଛି ଦେଶୀ ଧାନ ସଂଗ୍ରହର ନିଶା





 ସଂଗ୍ରହ : ଜଗନ୍ନାଥ ନାୟକ, କୋଡିଙ୍ଗା, ଜିଲ୍ଲା : ନବରଙ୍ଗପୁର
ଆଧୁନିକତାର ଚାକଚକ୍ୟ ମଧ୍ୟରେ କମ ଚାଷ ମଧ୍ୟ ଆଧୁନିକତା ଆଡକୁ ଗତିକଲାଣି । ବର୍ତ୍ତମାନର ଆଧୁନିକ ମଣିଷ କମ୍ ଦିନରେ ଓ କମ୍ ଖର୍ଚ୍ଚରେ କିଭଳି ଅଧିକ ଅମଳ କରିପାରିବ ତାପଛରେ ଧାଉଁ ଥିବାବେଳେ ଦେଶୀ ପ୍ରଜାତିର ଧାନ ବିହନକୁ ଚାଷୀ ପ୍ରାୟତ ଭୁଲିଯିବାକୁ ବସିଲାଣି । ଧୀରେଧୀରେ ଲୋପ ପାଇବାକୁ ବସିଲାଣି ଦେଶୀ ଧାନ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଲୁପ୍ତ ପ୍ରାୟ ଦେଶୀ ଧାନ ବିହନକୁ ଚେତେଇବାକୁ ପ୍ରୟାସ ଜାରି ରଖିକରି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁ ସଦର ଗ୍ରାମପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ ୨୦୧୪ ମସିହାରୁ ଶିକ୍ଷକତାରୁ ଅବସର ନେଲାପରେ ପିଲାଟି ଦିନରୁ ଚାଷୀ ପରିବାରର ଶଙ୍କରଙ୍କ ଚାଷ ପ୍ରତି ରହିଥିଲା ଦୁର୍ବଳତା । ଦେଶୀ ଧାନ ସଂଗ୍ରହ କରି ସେଥିରୁ ପୁଣି ବିହନ ସୃଷ୍ଠୀ କରି ଦେଶୀ ବିଲୁପ୍ତ ପ୍ରଜାତିର ପ୍ରାୟ ୪୫୦ରୁ ଊର୍ଦ୍ଧ୍ଵ ପ୍ରଜାତିର ଦେଶୀ ଧାନ ସଂଗ୍ରହ କରି ବେସ ପ୍ରଶଂସା ସାଉଠୁଛନ୍ତି ଶଙ୍କର । ଶ୍ରୀ ପଟ୍ଟନାୟକଙ୍କ ପରିବାର କହିଲେ ସହ ଧର୍ମିଣୀ ଓ ଗୋଟିଏ ଝିଅଙ୍କ ବାହାଘର ପରେ ଆଉ ଗୋଟିଏ ଝିଅ ଅବସରର ପ୍ରାୟ ସମୟ କଟେ ଗଛପତ୍ର ସାଙ୍ଗକୁ ଦେଶୀ ଧାନ ସଂଗ୍ରହର ଯେପରି ନିଶା ଘାରିଛି ଶଙ୍କରଙ୍କୁ । ବର୍ତ୍ତମାନ କଳାକୃଷ୍ଣ, ହୀରାଖଣ୍ଡି, ରାଧେ, ଲକଟି ମଛି, କଳା ଜୀରା, ଉମରିଆ, ହଳଦୀସାରି, ନଡ଼ିଆ ଫୁଲ, ଲଲାଟ, ସମେତ ୪୫୦ରୁ ଊର୍ଦ୍ଧ୍ଵ ପ୍ରକାର ବିଲୁପ୍ତ ପ୍ରାୟ ଦେଶୀ ଧାନକୁ ସେ ସଂଗ୍ରହ କରିଛନ୍ତି । ମାଟିରେ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଦ୍ଵାରା ମାଟିର ଉର୍ବରତା କମିଯାଉଥିବା ବେଳେ କିଭଳି ଜୈବିକ ଖତ ପ୍ରୟୋଗ ଦ୍ଵାରା ଅଧିକରୁ ଅଧିକ ଅମଳକ୍ଷମ ହୋଇପାରିବ ସେ ବିଷୟରେ ଅଞ୍ଚଳର ଚାଷୀମାନଙ୍କୁ ବୁଝାଇ ଦେଶୀ ଧାନ ବିହନର ଉପକାରିତା ଓ ଚାଷ କରିବା ପାଇଁ ଇଚ୍ଛା ଜାଗ୍ରତ କରିବାରେ ସକ୍ଷମ ହୋଇପାରିଛନ୍ତି ଶଙ୍କର । ରାଜ୍ୟ ଓ ରାଜ୍ୟ ବାହାରୁ ଦେଶୀ ଧାନ ସଂଗ୍ରହ କରି ଶଙ୍କର ପ୍ରଥମେ ପ୍ରଥମେ ୭ଟି ଦେଶୀ ପ୍ରଜାତିର ଧାନକୁ ଅଞ୍ଚଳରେ ଚାଷ ଓ ଅମଳକୁ ନିରୀକ୍ଷଣ କରି ଆଜି ପ୍ରାୟ ୪୫୦ରୁ ଉର୍ଦ୍ଧ୍ଵ ପ୍ରଜାତିର ଦେଶୀ ଧାନକୁ ଚାଷ ଓ ଅମଳ କରି ବିହନ ସଂଗ୍ରହ କରି ରଖିଛନ୍ତି । ଫାଇଲ କରି ଧାନର ନାମ, ଚାଷ ଓ ଅମଳ ସହ ଫୁଲ ଫଳିବା, କେବେ ଫଳିବ ଏକର ପ୍ରତି କେତେ ପରିମାଣର ଧାନ ସଂଗ୍ରହ ହେବ ସମସ୍ତ ତଥ୍ୟକୁ ନିରୀକ୍ଷଣ କରି ସଂଗ୍ରହ କରି ରଖୁଛନ୍ତି ଶଙ୍କର । ଧାନ ସଂଗ୍ରହ ସହ କିଛି ବଗିଚାରେ ମଧ୍ୟ ବିଭିନ୍ନ ଫୁଲଫଳ ମଧ୍ୟ ଚାଷ କରିଛନ୍ତି । ସେ ବିଲୁପ୍ତ ଧାନକୁ ସଂଗ୍ରହ କରି ସ୍ଥାନୀୟ ଚାଷୀମାନଙ୍କୁ ଦେବାସହ କୃଷି କ୍ଷେତ୍ରରେ ନୂଆ ଦିଗଦର୍ଶନ ସୃଷ୍ଟି କରିପାରିଛନ୍ତି ଶଙ୍କର । ବିରଳ ପ୍ରଜାତିର ବିଭିନ୍ନ ଧାନ କିସମ ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତିରେ ଏହାର ବଂଶ ରକ୍ଷା କରିବାର ଗୁରୁ ଦାୟିତ୍ଵ ବହନ କରିବା ସହ କଳା ଚାଉଳ, ନାଲି ଚାଉଳ, ବାସ୍ନା ଚାଉଳ ଭଳି ଶତାଧିକ ପ୍ରଜାତିକୁ ବଞ୍ଚାଇ ରଖିଛନ୍ତି ଶ୍ରୀ ପଟ୍ଟନାୟକ । ସେହି କିସମ ଗୁଡିକର ଔଷଧୀୟ ଗୁଣ ସମ୍ପର୍କରେ ଅନ୍ୟଚାଷୀ ମାନଙ୍କୁ ଅବଗତ କରାଇଛନ୍ତି ଓ ଏଗୁଡିକୁ ଲୋକପ୍ରିୟ କରାଇବା ପ୍ରୟାସ ପାଇଁ ନୂଆ ଦିଗଦର୍ଶନ ସୃଷ୍ଟି ଓ ଚିନ୍ତାଧାରା ପାଇଁ “ଇୟେସ ଉଇ କେନ” ସଂସ୍ଥା ତରଫରୁ ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ନିଜ ନାମକୁ ସ୍ଥାନିତ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ । ଡଃ ରିଛାରିଆ ସମ୍ମାନ ୨୦୧୮, ୭୨ତମ ସାଧାରଣତନ୍ତ୍ର ଦିବସରେ ଶ୍ରେଷ୍ଠ କୃଷକ ଭାବେ ଜିଲ୍ଲାରେ ତଥା ରାଜ୍ୟରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦେଶୀ ଧାନ ସଂଗ୍ରହ କରି ଏକତା ସଂସ୍ଥା, ହର୍ଷ ଟ୍ରଷ୍ଟ ଓ ପ୍ରଗତି ଭଳି କୃଷି ନିମନ୍ତେ କାର୍ଯ୍ୟରତ ସଂସ୍ଥା ମାନଙ୍କୁ ଦେଶୀ ବିହନ ଯୋଗାଇବାରେ ସକ୍ଷମ ହୋଇପାରିଛନ୍ତି ଶଙ୍କର । କେବଳ ଧାନ ହିଁ ନୁହେଁ ବର୍ତମାନ ୧୨ ପ୍ରଜାତିର ମାଣ୍ଡିଆ ଓ ୫ ପ୍ରଜାତିର ରାଶି ସଂଗ୍ରହ କରିବା ଆରମ୍ଭ ହୋଇଛି ଶ୍ରୀ ପଟ୍ଟନାୟକଙ୍କର । ଦେଶୀ ଧାନ ସଂଗ୍ରହ କରି ବିହନ ଲୋକଙ୍କ ନିକଟରେ ପହଞ୍ଚାଇବା ପରେ ଲୋକଙ୍କ ମନରେ ତିଆରି ହୋଇପାରିଥିବା ପରିଚୟ ସହ ନିଜକୁ ଚାଷୀଙ୍କ ମନରେ ବଞ୍ଚାଇବାର ପ୍ରୟାସ ଅଧିକ ଉତ୍ସାହ ଯୋଗାଉଥିବା ଶଙ୍କର ପ୍ରକାଶ କରିଛନ୍ତି । 

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.