ସୀମାନ୍ତ କୋଷାଗୁମୁଡାରେ କୋଭିଡ ପ୍ରସ୍ତୁତି


 ପୋଡଶୀ ଛତିଶଗଡ ରାଜ୍ୟକୁ ଲାଗି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ । ସାରା ବିଶ୍ଵ ତଥା ଜିଲ୍ଲାରେ କରନା ସ୍ଥିତି ହୁ ହୁ ହୋଇ ବଢୁଥିବା ବେଳେ ସ୍ଥାନୀୟ ପ୍ରଶାସନର କଟକଣା ସାଙ୍ଗକୁ ଅମାନିଆଙ୍କୁ ସାବାଡ କରି ଲୋକଙ୍କୁ ସଚେତନ କରି ନିୟନ୍ତ୍ରଣରେ ରହିଛି ବଢୁଥିବା କରନା ଗ୍ରାଫ । ବ୍ଲକ ପ୍ରଶାସନ ପକ୍ଷରୁ କରନା ମୁକାବିଲା ପାଇଁ ସନ୍ଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହୁଥିବା ବେଳେ ସୀମାନ୍ତ ଅଞ୍ଚଳଗୁଡିକରେ ପୋଲିସ ପହରା ଦେବା ସହ ସିଲ ହୋଇଥିବା ରାସ୍ତା ଗୁଡିକ ଉପରେ କଡା ନଜର ରଖିଛି । ଦିନରେ ହେଉଥିବା ଜନସମାଗମ ଗହଳିକୁ ଦୃଷ୍ଠୀରେ ରଖି ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖାଯାଇଥିବା ବେଳେ ମାସ୍କ ଯାଞ୍ଚକୁ କଡାକଡି କରାଯାଇଛି । ମିଳିତ ଭାବେ ଉଭୟ ପୋଲିସ, କୋଡିଙ୍ଗା ତହସିଲଦାର ତଥା ଏକ୍ସଜ୍ୟୁକ୍ୟୁଟିଭ ମାଜିଷ୍ଟେଟ ସବ୍ୟସାଚୀ ଜେନା ଅମାନିଆ ଲୋକ, ଦୋକାନୀଙ୍କଠାରୁ ପ୍ରାୟ ୨ଲକ୍ଷ ୭୦ହଜାରରୁ ଊର୍ଦ୍ଧ୍ଵ ତଣ୍ଡ ଆଦାୟ କରାଯିବା, ୩ରୁ ୪ଟି ଦୋକାନକୁ ସିଲ କରିବା ପରେ ସ୍ଥାନୀୟ ଲୋକ ନିୟନ୍ତ୍ରଣରେ ରହିଥିବା ଦେଖିବାକୁ ମିଳିଛି । ଏଥିସହ ପୋଲିସ ପ୍ରଶାସନ କୋଡିଙ୍ଗା ତହସିଲଦାର ନାଇଟ କର୍ଫ୍ୟୁ ସମୟରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶକୁ କଡାକଡି ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ସନ୍ଧ୍ୟା ସମୟରେ ଲୋକେ ଘରୁ ବାହାରୁନଥିବା ଦେଖିବାକୁ ମିଳିଛି । ବ୍ଲକ ପକ୍ଷରୁ ୨୬ଟି ପଞ୍ଚାୟତର ପ୍ରବାସୀଙ୍କ ପାଇଁ ବ୍ଲକର ଚିର୍ମା, ରାଜୋଡା, ତାରାଗାଁ, ବଡଗୁମୁଡା, ବି.ଏମ.ସେମଳା ଓ ସନ୍ତୋଷପୁରଠାରେ ୫ଟି କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି । ପୋଡଶୀରାଜ୍ୟ ଛତିଶଗଡଠାରେ ହୁ ଗୁ ହୋଇ କରନା ସଂକ୍ରମଣ ବଢୁଥିବା ବେଳେ ସୀମାନ୍ତ କୋଷାଗୁମୁଡା ବ୍ଲକର ୬ଟି ପଞ୍ଚାୟତର ୧୫ଟି ଗ୍ରାମ ପୋଡଶୀ ଛତିଶଗଡ ରାଜ୍ୟ ସୀମାକୁ ଲାଗିଅଛି । ଚଳିତ ଥର କରନା ପାଇଁ କଣ୍ଟେନମେଣ୍ଟ କିମ୍ଭା ଅନ୍ୟ କୌଣସି ପ୍ରକାର ଜୋନ ନଥିବା ସତ୍ଵେ ଅନ୍ୟ ସୀମାନ୍ତ ବ୍ଲକ ତୁଳନାରେ କୋଷାଗୁମୁଡା ବ୍ଲକର କରନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ଦେଖିବାକୁ ମିଳିଛି । 

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.