ନାବାଳିକାର ଆତ୍ମହତ୍ୟା



ନବରଙ୍ଗପୁର: ନବରଙ୍ଗପୁର ସହରର ନୂଆବନ୍ଧ ସାହି ନିକଟସ୍ଥ ଉମାରେଡି କଲୋନିର ଜଣେ ନାବାଳିକା ସୋନାଲି ତ୍ରିପାଠୀ(୧୭) ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷ ଛାତ୍ରୀ ସୋନାଲି ଆଜି ସକାଳେ ଟ୍ୟୁସନ ସାରି ଘରକୁ ଫେରିଥିଲା। ଭାଇ ସ୍କୁଲକୁ ଚାଲିଯାଇଥିବା ବେଳେ ବାପା ଓ ମା ବାହାରକୁ ଯାଇଥିଲେ। ଭାଇ ମଧ୍ୟାହ୍ନ ଭୋଜନ ଖାଇବାକୁ ଘରେ ପହଞ୍ଚି କବାଟ ବାଡେଇଥିଲା। କିନ୍ତୁ ସୋଲାନି କବାଟ ଖୋଲିନଥିଲେ। ଫଳରେ ପଡୋଶୀ ତାଙ୍କ ମା ଙ୍କୁ ଫୋନ କରି ଡାକିବା ପରେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ସୋନାଲି ବେକରେ ଲୁଗା ବାନ୍ଧି ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକ ସୋନାଲିକୁ ତଳକୁ ଓହ୍ଲାଇଥିଲେ। କିନ୍ତୁ ସୋଲାନିର ମୃତ୍ୟୁ ହୋଇସାରିଥିଲା। ଏ ସମ୍ପର୍କରେ ନବରଙ୍ଗପୁର ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲା। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଏ ନେଇ ନବରଙ୍ଗପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୁଲିସ କହିଛି।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.