ଅସଂପୂର୍ଣ୍ଣ ଇନ୍ଦିରା ଆବାସକୁ ନେଇ ବିବାଦ, ମାମଲା ଥାନାରେ


ନବରଙ୍ଗପୁର: ଇନ୍ଦିରା ଆବାସ ଗୃହ କାର୍ଯ୍ୟ ଶେଷ ନହେଉଣୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଟଙ୍କା ଆସିଗଲା। ଘର କାମ ସଂପୂର୍ଣ୍ଣ କରିଦେବ କହି ଦଲାଲ ସବୁ ଟଙ୍କା ନେଇଗଲେ। ହେଲେ କାମ କରିବାର ନାମ ଧରିଲେନି। ଏ ସଂପର୍କରେ ଦଲାଲଙ୍କୁ ପଚାରିବାରୁ ଓଲଟି ଧମକ ଦେଲେ। ଶେଷରେ ଏହି ମାମଲା ଏବେ ଥାନାକୁ ଯାଇଛି। ପାପଡାହାଣ୍ଡି ବ୍ଲକର ଗୋଟିଏ ଅସଂପୂର୍ଣ୍ଣ ଇନ୍ଦିରାଆବାସକୁ ନେଇ ଦଲାଲ ଏବଂ ହିତାଧିକାରୀଙ୍କ ମଧ୍ୟରେ ବିବାଦ ଶେଷରେ ଥାନାରେ ପହଞ୍ଚିଛି।
ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗାଁର ରାମେଶ୍ୱର ମାଳି ଗତ ୨୦୧୫-୧୬ ରେ ଏକ ଇନ୍ଦିରା ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ସେତେବେଳେ ପକ୍କା ଆଜବେଷ୍ଟ ଘର କରିବା ପାଇଁ ୭୫ ହଜାର ଟଙ୍କା ଯୋଜନା ରହିଥିଲା। ରାମେଶ୍ୱରଙ୍କ ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ନିକଟସ୍ଥ ଡଙ୍ଗରା ଗାଁର ଜଣେ ମଧ୍ୟସ୍ଥି ତାଙ୍କ ନିକଟରେ ପହଞ୍ଚି ସେ ତାଙ୍କ ପାଇଁ ଘର କରିଦେବେ ବୋଲି କହି ରାମେଶ୍ୱରଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଆସିଥିବା ସମସ୍ତ ଟଙ୍କାକୁ ଉଠାଇ ନେଇଗଲେ। ରାମେଶ୍ୱର ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଗତ ୧୭-୭-୨୦୧୫ ରେ ୧୯ ହଜାର ଟଙ୍କା ଉଠାଇଥିବା ବେଳେ ୨୨-୨-୨୦୧୬ ରେ ୪୦ ହଜାର ଏବଂ ୧-୭-୨୦୧୬ ରେ ୧୫ହଜାର ୫ଶହ ଟଙ୍କା ଏପରି ସମସ୍ତ ୭୫ ହଜାର ଟଙ୍କା ଉଠାଇ ମଧ୍ୟସ୍ଥିକୁ ଦେଇଦେଲେ। ତେବେ ବିଲ୍‌ କିପରି ହେବ ଏବଂ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଯିବ ସେ ସବୁ କଥା ଉକ୍ତ ମଧ୍ୟସ୍ଥି ହିଁ ବୁଝୁଥିଲା । ସରକାରଙ୍କ ନିୟମ ଅନୁଯାୟୀ ଘର ଲମ୍ବା ଓ ଓସାର ୩୧୨ ବର୍ଗଫୁଟ ଏବଂ ଉଚ୍ଚା ୭ ଫୁଟରୁ ଅଧିକ ରହିବା କଥା। ଘର ର କାନ୍ଥ ନିର୍ମାଣ ହେବା ପରେ କାନ୍ଥ ଉପରେ ଲୁହାରଡ ଦେଇ ତା ଉପରେ ଆଜବେଷ୍ଟ ରହିବା ସହ ଘରର କବାଟ ଓ ଝରକା ଲୁହା ର ରହିବା ପାଇଁ ନିୟମ ରହିଛି।

କିନ୍ତୁ ଉକ୍ତ ମଧ୍ୟସ୍ଥି ରାମେଶ୍ୱରଙ୍କ ପାଇଁ ଯେଉଁ ଘର ଖଣ୍ଡେ ନିର୍ମାଣ କଲେ ସେହି ଘର କମ ଲମ୍ବ ଓ ଉଚ୍ଚା ରହିବା ସହ କାଠ ଉପରେ ଭଙ୍ଗା ଓ ପୁରୁଣା ଆଜବେଷ୍ଟ ରଖାଯାଇଥିଲା। କବାଟ ଓ ଝରକା ଆଦୌ ଲଗାଯାଇନଥିଲା। ଏହା ସହ ଉକ୍ତ ମଧ୍ୟସ୍ଥି ସ୍ୱଛ ଭାରତ ଯୋଜନାରେ ଯେଉଁ ପାଇଖାନାଟି ନିର୍ମାଣ କରିଲେ ଉକ୍ତ ପାଇଖାନା ର କବାଟ ଲାଗିନାହିଁ କିମ୍ବା ଟାଙ୍କି ହୋଇନାହିଁ। ଯେଉଁ ଇନ୍ଦିରା ଆବାସ ଘର ନିର୍ମାଣ ହୋଇଛି ସେଥିରେ କବାଟ ଲାଗିନଥିବା ଏବଂ ଭଙ୍ଗା ଆଜବେଷ୍ଟସ ଯୋଗୁଁ ଘରରେ ବର୍ଷା ହେଲେ ପାଣି ଗଳୁଥିବାରୁ ରାମେଶ୍ୱର ଏଠାରେ ରହି ନପାରି ପୂର୍ବରୁ ରହୁଥିବା ମାଟି ଓ ଝୁମ୍ପୁଡି ଘରେ ହିଁ ପରିବାର ସହ ରହି ଆସୁଛନ୍ତି।
ଅସଂପୂର୍ଣ୍ଣ ଘର ଓ ପାଇଖାନା ପାଇଁ ବିଭାଗୀୟ ଅଧିକାରୀ କିପରି ସଂପୂର୍ଣ୍ଣ ବିଲ୍‌ କଲେ ବୋଲି ପ୍ରଶ୍ନ ଉଠିଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଗ୍ରାମ ବାସୀ ଦାବି କରିଛନ୍ତି। ଏପଟେ ହିତାଧିକାରୀ ରାମେଶ୍ୱର ବାରମ୍ବାର ଘର ସଂପୂର୍ଣ୍ଣ କରିବା ପାଇଁ ଉକ୍ତ ମଧ୍ୟସ୍ଥିଙ୍କୁ କହିବାରୁ ବଚସା ହୋଇଥିଲା। ଏହାପରେ ମଧ୍ୟସ୍ଥି କୋଡିଗାଁ ଥାନାରେ ଏତଲା ଦେଇଥିଲେ। ପରେ ରାମେଶ୍ୱର ଜାମିନରେ ଥାନାରୁ ଆସିଥିଲେ। ରାମେଶ୍ୱର କହିଛନ୍ତି ଯେ ଦଲାଲ ଜଣକ ତାଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ମାଡ ମାରି ଓଲଟା ଏତଲା ଦେଇଛି ବୋଲି କହିଛନ୍ତି।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.