ଆକ୍ରମଣ କରିପାରନ୍ତି ପାକ୍‌ କମାଣ୍ଡୋ : ଗୁଜରା‌ଟ ଉପକୂଳ‌ରେ ହାଇ ଆଲର୍ଟ, ସମୁଦ୍ରପଥ ଦେଇ ଆକ୍ରମଣ ଆଶଙ୍କା


ଅହମଦାବାଦ୍‌ : ପାକିସ୍ତାନର ତାଲିମପ୍ରାପ୍ତ କମାଣ୍ଡୋମାନେ ଗୁଜରାଟର କଚ୍ଛ ଦେଇ ଭାରତରେ ପଶି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି କମାଣ୍ଡୋମାନେ ହରମି ନଲା କ୍ରିକ୍‌ ଅଞ୍ଚଳ ଦେଇ ଗୁଜରାଟର କଚ୍ଛ ଅଂଚଳକୁ ପ୍ରବେଶ କରିବାପାଇଁ ଚେଷ୍ଟା କରୁଛନ୍ତି। ସମୁଦ୍ର ପଥଦେଇ ପାକ୍‌ କମାଣ୍ଡୋମାନେ ଆକ୍ରମଣ କରିବା ଆଶଙ୍କା ଥିବାରୁ ମୁନ୍ଦ୍ରାର କନ୍ଦ୍‌ଲା ଏବଂ ଅଦାନି ବନ୍ଦର ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ବନ୍ଦର ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସୂଚନାଯାୟୀ ‘ହରାମି ନଳା ’ଅଞ୍ଚଳରେ ବିଏସ୍‌ଏଫ୍‌କୁ ଦୁଇଟି ପରିତ୍ୟକ୍ତ ପାକିସ୍ତାନୀ ବୋଟ୍‌ ମିଳିଛି। ଏନେଇ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ବିଏସଏଫ୍‌ ମୁଖପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନୀ କମାଣ୍ଡୋମାନେ ଜଳପଥ ଦେଇ ଭାରତରେ ଆକ୍ରମଣ କରିବାପାଇଁ ତାଲିମ ନେଇଛନ୍ତି। ଗୁଇନ୍ଦା ସୂଚନା ପାଇବାପରେ କଚ୍ଛର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବାପାଇଁ ଗୁଜରାଟ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପାକ୍‌ କମାଣ୍ଡୋମାାନେ ଆତଙ୍କବାଦୀ ଆକ୍ରମଣ କିମ୍ବା ସାମ୍ପ୍ରଦାୟିକ ହିଂସା ଘଟାଇପାରନ୍ତି ବୋଲି ସୂଚନା ମିଳିଛି। ସମସ୍ତ ଜାହାଜଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ମଧ୍ୟ ସମୁଦ୍ରପଥ‌ ଦେଇ ଆକ୍ରମଣ ପାଇଁ ଏବେ ତାଲିମ ନେଉଥିବା ଜଣାପଡ଼ିଛି। କିନ୍ତୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.