୨ ବାଇକ ମୁହାଁମୁହିଁ ଧକ୍କା ୪ ଗୁରୁତର
ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା କୋଡିଙ୍ଗା-କୋଷାଗୁମୁଡା ମୁଖ୍ୟରାସ୍ତା ବିଏମସେମଳା ଛକ ନିକଟରେ ଆଜି ପ୍ରାୟ ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ କୁସୁମିଗୁଡା ଗ୍ରାମର ଶାମ ଭତରା ଏବଂ ଭଗତ ଭତରା ଏକ ମୋଟର ସାଇକେଲ ଯୋଗେ କୋଷାଗୁମୁଡା ଠାରୁ ନିଜ ଗାଁକୁ ଯିବା ସମୟରେ ବିପରୀତ ଦିଗରୁ ବିଏମ ସେମଳା ଗ୍ରାମର ପ୍ରହଲ୍ଲାଦ ମାଳୀ ଏବଂ ପରଶୁରାମ ମାଝି କୋଡିଙ୍ଗା ଠାରୁ ନିଜ ଗାଁକୁ ଯିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସୂଚନା ପାଇ କୋଡିଙ୍ଗା ପୋଲିସ ଘଟଣା ସ୍ଥଳକୁ ଯାଇ ଗୁରୁତର ୪ ଜଣଙ୍କୁ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇ ଥିଲେ । ପରବର୍ତୀ ସମୟରେ ୪ ଜଣଙ୍କୁ କୋଷାଗୁମୁଡା ଠାରୁ ନବରଙ୍ଗପୁର ଜିଲ୍ଲା ସଦର ମହାକୁମ୍ମା ହସ୍ପିଟାଲକୁ ସ୍ଥାନାନ୍ତରିତ କରଯାଇଥିଲା ।


Post a Comment