ଭିନ୍ନ ଏକ ବିଶ୍ଵାସ ଓ ପରମ୍ପରା

 ବିଶ୍ୱାସ ଏଇଭଳି ଏକ ଶବ୍ଦ ଯାହା ସମସ୍ତଙ୍କ ଆସ୍ଥା ସହିତ ଜଡିତ । କୁହାଯାଏ ଭଗବାନଙ୍କ ଅସ୍ତିତ୍ୱର ପରୀକ୍ଷା ସବୁବେଳେ ମଣିଷ ମାନବଜାତିର କଲ୍ୟାଣ ପାଇଁ ବିନିଯୋଗ କରିଥାଏ । ଏକ ଅନନ୍ୟ ବିଶ୍ୱାସ ଓ ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଦ୍ୟୁଷିତ ସୀମାନ୍ତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ବଡ଼ଅମ୍ବଡା ପଞ୍ଚାୟତର ବଡ଼ଅମ୍ବଡା ଗ୍ରାମ ଠାରେ । ଏଠାରେ ବର୍ଷା ଅଭାବର ପ୍ରତିକାର ପାଇଁ ଅନୁଷ୍ଠିତ ହୋଇଯାଇଛି ଭୀମା ଏବଂ ଭିମାନୀର ବାହାଘର ।

                ଶ୍ରାବଣ ମାସ ଶେଷ ହେଲାଣି କିନ୍ତୁ ବର୍ଷା ଅଭାବରୁ ବନ୍ଦ ରହିଛି ଧାନ ରୁଆ ତତସହିତ ଧାନ ଗଛ ପୋଡି ହେବାକୁ ବସିଲାଣି । ଚିନ୍ତାରେ ସମଗ୍ର ଅଞ୍ଚଳର ଚାଷୀ । ଚଳିତ ବର୍ଷ ମୌସୁମୀ ମଧ୍ୟ ଦାଉ ସାଜିଛି । ଭଗବାନଙ୍କୁ ଆଶାରଖି ଚାଷୀ ଅନେଇ ରହିଛି ଆକାଶକୁ । କେତେବେଳେ ଯେ ଇନ୍ଦ୍ର ଦେବତା ପ୍ରସନ୍ନ ସାଜି ଅଜାଡ଼ିଦେବେ ଚାଷୀଙ୍କ ପାଇଁ ବର୍ଷା ତହିଁରେ ଭରିରହିଛି ଚାଷୀଙ୍କ ପାଇଁ ପୁଳାଏ ହସ । କାହିଁ ଅନାଦି କାଳରୁ ବର୍ଷା ହେବା ପାଇଁ ଅଞ୍ଚଳରେ ବିଶ୍ୱାସ ରହିଥିବା ଏକ ପରମ୍ପରାକୁ ଆପଣେଇଛନ୍ତି ବଡଆମ୍ବଡା ଗ୍ରାମବାସୀ ଆଜି ବାଲିଯାତ୍ରା ପାଇଁ ହୋଇଥିବା ଭୀମାଦେବ ଓ ଭିମାନୀ ମାତାଙ୍କ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ବାହାଘର । ଜଣେ ୮ବର୍ଷର ପୁଅ(ଭୀମଦେବ) ଏବଂ ସମବୟସ୍କା ୨ ଜଣ ଝିଅ(ଭିମାନୀ ମାତା)ଙ୍କୁ ସମାନ ବାହାଘର ବୈଦିକ ରୀତିନୀତି ଅନୁସାରେ ୩ ଜଣଙ୍କୁ ବାହାକରାଯାଇଥାଏ ପ୍ରଥମେ ବାଜାମହୁରୀ ତାଳେ ତାଳେ ପ୍ରଥମେ ଗ୍ରାମ ପୋଖରୀରୁ ପୂଜାପାଠ କରାଯାଇ ବର ଏବଂ କନ୍ୟା ପକ୍ଷରୁ କୋଇଲିପାଣି ଅଣାଯାଇଥିଲା । ପରେ ବର ଏବଂ କନ୍ୟାଙ୍କୁ ହଳଦୀ ଲେପନ କରାଯାଇ ବାଡୁଅପାଣି ଉପରେ ଓଜଡ଼ା ଯାଇଥିଲା । ଏହାପରେ ଉଭୟଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ବରକନ୍ୟାଙ୍କୁ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ବାହାଘର କରଯାଇଥିଲା । କାହିଁ ଅନାଦି କାଳରୁ ଚାଲିଆସିଥିବା ଏହି ଭିନ୍ନ ଧରଣର ପରମ୍ପରାରେ ଲୋକଙ୍କ ବିଶ୍ଵାସ ରହିଛି ଏହି ପରି ଭୀମାଦେବ ଓ ଭିମାନୀ ମାତାଙ୍କ ବାହାଘର କରିବା ଦ୍ଵାରା ଇନ୍ଦ୍ରଦେବ ସନ୍ତୁଷ୍ଟହୋଇ ବର୍ଷା କରାଇଥାନ୍ତି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.