ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା
ବ୍ଲକ ଅଞ୍ଚଳରେ କୋଭିଡ କଟକଣା ସମୟରେ ବିଭିନ୍ନ ଗାଁଗୋହଳି ମାନଙ୍କରେ ଖେଳପ୍ରେମୀଙ୍କ ଟର୍ଣ୍ଣାମେଣ୍ଟ
ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ବ୍ଲକର କୋଟାଗାଁ, ବାଲେଙ୍ଗା, ଟେମରା, ମୋତିଗାଁ, ଆଟିଗାଁ, ସନ୍ତୋଷପୁର ପଞ୍ଚାୟତର ଗାଁଗୋହଳି ଅଞ୍ଚଳ ମାନଙ୍କରେ
ଖେଳପ୍ରେମୀ ମାନେ କ୍ରିକେଟ ଫୁଟବଲ ଭଲିବଲ ଟର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । ଖାସକରି ଫୁଟବଲ
ଏବଂ ଭଲିବଲ ଟର୍ଣ୍ଣାମେଣ୍ଟ ମାନଙ୍କରେ ସଟାବଜାର ଜମାଇ ଖେଳର ମଜାନେବା ସହ ଅର୍ଥଲାଳସା ଯୋଗୁଁ ବହୁତ
ଭିଡ ଦେଖିବାକୁ ମିଳୁଛି । ଫୁଟବଲ ଟର୍ଣ୍ଣାମେଣ୍ଟ ମାନଙ୍କରେ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ
ଜିଲ୍ଲା ଏମିତି କି ପୋଡଶୀ ଛତିଶଗଡ ରାଜ୍ୟରୁ ପ୍ରତିଯୋଗୀ ଦଳଗୁଡିକ ଆସି ଟର୍ଣ୍ଣାମେଣ୍ଟରେ
ଅଂଶଗ୍ରହଣ କରୁଛନ୍ତି । କୋଭିଡ କଟକଣା ମଧ୍ୟରେ ଭିଡ ସୃଷ୍ଠୀ କରାଇ ବିନା ମାସ୍କ ଓ ସେନିଟାଇଜରରେ
ଗୋଷ୍ଠୀ ସଂକ୍ରମଣର ବାହକ ସାଜିଛି ଟର୍ଣ୍ଣାମେଣ୍ଟ । ଏହି ସମସ୍ତ ଅଞ୍ଚଳ ଭାସ୍କେଲ ନଦୀର
ଅପରପକ୍ଷରେ ଥିବା ହେତୁ ଉଭୟ କୋଡିଙ୍ଗା ଓ କୋଷାଗୁମୁଡା ଥାନା ଠାରୁ ଟିକିଏ ଦୁରନ୍ତ ହେବାଯୋଗୁଁ ବିନା
ବାଧାରେ ଟର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ସ୍ଥାନୀୟ ସରପଞ୍ଚମାନେ ମଧ୍ୟ ଜିଲ୍ଲାପାଳ କ୍ଷମତା
ଭୁଲିଯାଇ ଟର୍ଣ୍ଣାମେଣ୍ଟ ବିରୋଧ କରିବା ପରିବର୍ତେ ଟର୍ଣ୍ଣାମେଣ୍ଟ ଆୟୋଜକ ସାଜୁଛନ୍ତି । ଜିଲ୍ଲା
ପ୍ରଶାସନ ତୁରନ୍ତ ଏହି ଦିଗରେ ସ୍ଵତନ୍ତ୍ର ଦୃଷ୍ଠୀ ଦେଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା
ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Post a Comment