ସଡକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଆହତ

  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ମୋତିଗାଁ ପଞ୍ଚାୟତର କାଲାହଲିଆଗୁଡା ନିକଟରେ ଗତକାଲି ସନ୍ଧ୍ୟାପ୍ରାୟ ୬ ଘଣ୍ଟା ସମୟରେ ବାଇକ ଦୁର୍ଘଟଣାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ମୃତକ ଜଣକ କାଲା ହଲିଆଗୁଡା ଗ୍ରାମର ସନସିଙ୍ଗ ଗୌଡ । ପ୍ରାପ୍ତ ସୂଚନା ଅନୁଯାଇ କାଲା ହଲିଆଗୁଡା ଗ୍ରାମର ସନସିଙ୍ଗ ଗୌଡ ଏବଂ ଜୟରାମ କଲାର ଦୁହେଁ ନିଜ ଘରନିକଟ ରାସ୍ତା ପାର୍ଶ୍ଵରେ ବାର୍ତାଳପ କରୁଥିଲେ । ତେବେ ମୋତିଗାଁ ରାସ୍ତା ଦେଇ ଘାସିରାମ କଲାର ଆସୁଥିବା ବେଳେ ଉଭୟଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ସନସିଙ୍ଗ ଗୌଡଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଜୟରାମ କଲାର ଏବଂ ବାଇକ ଆରୋହୀ ଘାସିରାମ କଲାର ଦୁହେଁ ଆହତ ହୋଇଥିଲେ । ଖବର ପାଇ କୋଷାଗୁମୁଡା ପୋଲିସ ଘଟଣାସ୍ଥଳକୁ ଯାଇ କେସନଂ ୭୬/୨୦୨୦ରେ ଏକ ମାମଲା ରୁଜୁ କରି  ଶବ ଜବତକରିବା ସହ ଶବ ବ୍ୟବଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାର ତଦନ୍ତ କୋଷାଗୁମୁଡା ଥାନା ଏଏସଆଇ ବସନ୍ତ କୁମାର ସ୍ଵାଇଁ କରୁଥିବା ସୂଚନା ମିଳିଛି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.