ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ମାଡ଼ ଘଟଣା:୧୩ ଜଣଙ୍କୁ କୋର୍ଟ ଚାଲାଣ


ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଗୁଡା ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରକୁ ତଦନ୍ତ ପାଇଁ ଯାଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ଓ ଅମଲା ଅଜୟ କୁମାର ଦାଶଙ୍କୁ ମାଡ ଘଟଣାରେ ପୁଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗତକାଲି ଉପଜିଲ୍ଲାପାଳ ଭାସ୍କର ରଇତ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ଖାଦ୍ୟ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। ସେ ଖାଦ୍ୟ ଅନିୟମିତତାର ତଦନ୍ତ ବେଳେ କିଛି ଲୋକ ଉପଜିଲ୍ଲାପାଳ ଠିକ ଭାବେ ତଦନ୍ତ କରୁନଥିବା କହି ତାଲା ପକେଇବା ପାଇଁ ଧମକ ଦେଇଥିଲେ । ପରେ ଉପଜିଲ୍ଲାପାଳ ଓ କିରାନିଙ୍କୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ବାହରକୁ ଟାଣି ଆଣି ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି ଏହି ଘଟଣା ବେଳର ଏକ ଭିଡିଓ ଫୁଟେଜ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ଭିଡିଓ କ୍ଲିପରେ ଉପଜିଲ୍ଲାପାଳଙ୍କୁ ଟାଣି ଆଣିବା ଏବଂ ଠେଲା ପେଲା କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜଣେ ଯୁବକ ଚାପୁଡ଼ା ମାରିଥିବା ସ୍ପଷ୍ଟ ଦେଖାଯାଉଛି। ୩୦ ରୁ ଉର୍ଦ୍ଧ ଲୋକଙ୍କ ନାମରେ ଗତକାଲି ଖାତିଗୁଡା ଥାନାରେ ଏତଲା ହୋଇଥିବା ଜଣାପଡିଛି। ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ନିତିନ କୁସଲାକର ନେତୃତ୍ୱରେ ନବରଙ୍ଗପୁର ଆଇ.ଆଇ. ସି ତାରିକ ଅହମ୍ମଦ, ଇନ୍ଦ୍ରାବତୀ ଓଆଇସି ପଞ୍ଚାନନ ପରିଡା, ତେନ୍ତୁଳିଖୁଣ୍ଟି ଥାନା ଆଇ.ଆଇ.ସି ପରମାନନ୍ଦ ସୁନାନୀଙ୍କ ସମେତ ସମେତ ବ୍ୟାପକ ପୁଲିସ ଫୋର୍ସ ଝାଡ଼ବନ୍ଧ ଗୁଡରେ ପହଂଚି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଆଜି ବି ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ସେହ‌ି ଗାଁକୁ ଯାଇଥିବ‌ା ଜଣାପଡିଛି। ଗାଁରେ ପୁଲିସ ଚଢ଼ାଉ ଭୟରେ ଗାଁରେ ପୁରୁଷ ଶୁନ୍ୟ ହୋଇଥିବା ବେଳେ ପୁଲିସ ଛାଉଣି ହୋଇ ରହିଛି।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.