କରୋନା ପାଇଁ ୨ ମାସ ଲେଖାଏଁ ଭତ୍ତା ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ବୃଦ୍ଧ ଦମ୍ପତି


ନବରଙ୍ଗପୁର: ସାରା ବିଶ୍ବ କରୋନା ଭଳି ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼େଇ କରୁଥିବା ବେଳେ ଜଣେ ଗରିବ ବୃଦ୍ଧ ଦମ୍ପତି ନିଜେ ପାଇଥିବା ଭତ୍ତା ଟଙ୍କା ପ୍ରଦାନ କରି ମହାନତାର ପରିଚୟ ଦେଇଛନ୍ତି। ନବରଙ୍ଗପୁର ସହରର ମେଦ୍ରୀ ସାହିରେ ଏକ ବସ୍ତିରେ ରହୁଥିବା କମୁଳୁ ହରିଜନ (୬୭) ଓ ସ୍ତ୍ରୀ ମଙ୍ଗାଇ ହରିଜନ(୬୩) ବହୁତ ଗରିବ ଶ୍ରେଣୀର ଅଟନ୍ତି। ତାଙ୍କର କେହି ସନ୍ତାନ ନଥିବା ବେଳେ ସରକାରଙ୍କ ମିଳୁଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୩୫ କେଜି ଚାଉଳ ରେ ଉଭୟେ ଚଳୁଛନ୍ତି ।
କରୋନା ଭଳି ଏକ ମହାମାରୀ ବିରୋଧ ରେ ସାରା ଦେଶ ଲଢ଼େଇ କରୁଥିବା ବେଳେ ଉଭୟ ଦମ୍ପତି ସରକାରଙ୍କୁ କିଛି ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି। ଆଜି ଉଭୟ ଦମ୍ପତି ପାଇଥିବା ୩ ମାସ ର ଭତ୍ତା ଟଙ୍କା ୧୫ଶହ ଟଙ୍କାରୁ ୨ ମାସର ଭତ୍ତା ଟଙ୍କା ୧ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପଠାଇଛନ୍ତି। ଉଭୟେ କହିଛନ୍ତି ଯେ ସରକାର ତାଙ୍କୁ ସବୁ ବେଳେ ସହାୟତା ଯୋଗାଇଆସୁଥିବା ବେଳେ ଏବେ ସେମାନେ ଏପରି ଏକ ଜରୂରୀ ପରିସ୍ଥିତି ରେ ସରକାରଙ୍କୁ କିଛି ସହାୟତା ଦେବାର ସମୟ ଆସିଛି। ସେମାନେ ଏହି ଅର୍ଥ ସରକାରଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଦମ୍ପତି କହିଛନ୍ତି ଯେ ପ୍ରତ୍ୟେକ ସ୍ବଛଳ ବ୍ୟକ୍ତି ଉଭୟ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଛି କିଛି ଆର୍ଥିକ ସହାୟତା ଯୋଗାଇଦେଲେ ସାରା ଦେଶ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ସେଥିରୁ ମୁକୁଳିପାରିଥାନ୍ତା ବୋଲି କହିଛନ୍ତି। କମୁଳୁ ହରୀଜନଙ୍କ କିଛି ହେଲେ ସମ୍ପତ୍ତି ନଥାଇ ମଧ୍ୟ ବିଶାଳ ହୃଦୟର ଅଧିକାରୀ ହୋଇଛନ୍ତି। ସମାଜସେବା କରି ଏବେ ବାର୍ଦ୍ଧକ୍ୟ ଅବସ୍ଥା ଆସିଯାଇଥିଲେ ମଧ୍ୟ ଏବେ ବି ସମାଜସେବା ପାଇଁ ଆଗେଇ ଆସୁଛନ୍ତି।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.