ପଞ୍ଚଭୂତରେ ଲୀନ ହେଲେ ଗୋକର୍ଣାନନ୍ଦ ଦାସ ବାବା

ପଞ୍ଚଭୂତରେ ଲୀନ ହେଲେ ଗୋକର୍ଣାନନ୍ଦ ଦାସ ବାବା । ଏନେଇ ଆଜି ଶତାଧିକ ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟରେ ବାବାଙ୍କ ସଲିଳ ସମାଧି ଦିଆଯାଇ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଛି ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ବଡଆମ୍ବଡା ପଞ୍ଚାୟତଠାରେ । ନିଜର ଜନ୍ମମାଟି କଳାହାଣ୍ଡି ଜିଲ୍ଲାରୁ ପିଲାଟି ଦିନରୁ ତ୍ୟାଗ କରି ଗୋକର୍ଣାନନ୍ଦ ଦାସ ବାବା କୋଷାଗୁମୁଡା ବ୍ଲକ ଅଲେଖ ମହିମା ଧର୍ମର ପ୍ରସାର ନିଜର ବାଲ୍ୟକାଳରୁ ଆରମ୍ଭ କରିଥିଲେ । ଅଞ୍ଚଳରେ ମହିମା ଧର୍ମ, ମାନବ ସେବା ଓ ପରପକାର ପାଇଁ ବାବା ଗୋକର୍ଣାନନ୍ଦ ବହୁ ଖ୍ୟାତି ଅର୍ଜନ କରିଥିଲେ । ଗତ କିଛି ଦିନ ଧରି ଦେହ ଅସୁସ୍ଥ ରହିଥିବା ନେଇ ଗୋକର୍ଣାନନ୍ଦଙ୍କୁ ଛତିଶଗଡର ଡିମିରିପାଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଗୋକର୍ଣାନନ୍ଦବାବାଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ରାତିରେ ବାବାଙ୍କ ପାର୍ଥିବ ଶରୀର ବଡ-ଆମ୍ବଡା ଆଣିବା ପରେ ଆଜି ମହିମା ଧର୍ମର ସମସ୍ତ ରୀତିନୀତି ଅନୁଯାଇ ଶତାଧିକ ମହିମା ଧର୍ମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.