ବନ ବିଭାଗ ପକ୍ଷରୁ ଗ୍ୟାସ ସଂଯୋଗ ବିତରଣ

ନବରଙ୍ଗପୁର,୧୫।୧୧(ଖବର ଆମ ଅଞ୍ଚଳର) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବାଲେଙ୍ଗା ପଞ୍ଚାୟତର ବୋଦାଗୁଡା ଠାରେ ଆଜି କୋଡିଙ୍ଗା ବନାଞ୍ଚଳ ପକ୍ଷରୁ ଗ୍ୟାସ ସଂଯୋଗ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ତରଫରୁ ଉଜ୍ଜଳା ଯୋଜନା ୨.୦ ମାଧ୍ୟମରେ ବୋଦାଗୁଡା ଓ ମନ୍ତ୍ରୀଗୁଡା ଗ୍ରାମର ଵନ ସୁରକ୍ଷା ସମିତିର ୨୭ ଜଣ ସଭ୍ୟାଙ୍କୁ ଏଲ.ପି.ଜି ଗ୍ୟାସ ସଂଯୋଗ ବିତରଣ କରାଗଲା । ଏହି କାର୍ଯ୍ୟକ୍ରମରେ ବାଲେଙ୍ଗା ସରପଞ୍ଚ ମୋତିରାମ ଭତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ଆଶିଷ କୁମାର କହଁର ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନେ ଉଜ୍ଜଲା ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଗ୍ୟାସ ସଂଯୋଗର ସୁରକ୍ଷା ଓ ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଗ୍ୟାସ ସଂଯୋଗ ଦ୍ଵାରା ଜଙ୍ଗଲ କିଭଳି ଭାବେ ସିଧା ସଳଖ ରକ୍ଷା ହୋଇପାରୁଛି ସେନେଇ ବିସ୍ତୃତ ଭାବେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ମାନେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଗୁମୁଡ଼ା ବନପାଳ ଡି. ଉମେଶ୍ୱର ନାଇଡୁ, ବନରକ୍ଷୀ ଟଗରମଣି ସମରଥ, ଆମ ଜଙ୍ଗଲ ଯୋଜନା କର୍ମକର୍ତ୍ତା ଓ କୋଷାଗୁମୁଡା ଇଣ୍ଡନେ ଗ୍ୟାସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.