ବଢୁଛି ନକଲି ଓ ବେଆଇନ ବିଦେଶୀ ମଦ କାରବାର ଚେଇଁ ଶୋଇଛି ବିଭାଗ
ନବରଙ୍ଗପୁର,୧୫।୧୧(ଖବର ଆମ ଅଞ୍ଚଳର)
ବଢି ଚାଲିଛି ନକଲି ସହ ବିଦେଶୀ ମଦ କାରବାର ଏଣେ କୁମ୍ଭକର୍ଣ ନିଦ୍ରାରେ ଅବକାରୀ ବିଭାଗ । ଦେଶୀ ମଦ ଉପରେ ବିଭାଗ ପକ୍ଷରୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ପ୍ରଶାସନର ବିଦେଶୀ ମଦ ପ୍ରୀତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁରଠାରେ । ସନ୍ତୋଷପୁର ଠାରେ ଥିବା ବିଦେଶୀ ଠିପି ଖୋଲା ମଦ ଦୋକାନ ଦିନକୁ ଦିନ ବେଆଇନ ଭାବରେ ମଦ କାରବାର କରିଚାଲିଥିବା ନଜର କୁ ଆସିଛି । ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଅଞ୍ଚଳରେ ସନ୍ତୋଷପୁର, କୋଟପାଡ଼, ନବରଙ୍ଗପୁର, ପାପଡାହାଣ୍ଡିରୁ କୋଷାଗୁମୁଡା ବ୍ଲକ୍ର ବିଭିନ୍ନ କିରାଣୀ, ପାନ, ଫାଷ୍ଟ ଫୁଡ଼, ଫେନ୍ସି, ପରିବା ଦୋକାନରେ ମିଳୁଛି ବିଦେଶୀ ମଦ । ଅନ୍ୟପକ୍ଷେ କିଛିଦିନ ପୂର୍ବରୁ ବ୍ଲକର ମୁଣ୍ଡାଗୁଡା ଠାରୁ ନକଲି ବିଦେଶୀ ମଦ ତିଆରି ଉପରେ ଚଢ଼ାଉ କରାଯାଇଥିବା ବେଳେ ମିଳୁଥିବା ବିଦେଶୀ ମଦର ମାନ ଓ ତାହା ଅସଲି କି ଅତ୍ୟଧିକ ଲାଭ ଆଶାରେ ନକଲି ବିଦେଶୀ ମଦ ବିକ୍ରି କରାଯାଉଛି ତାହାକୁ ନେଇ ଦ୍ଵନ୍ଦ ଦେଖାଦେଇଛି । ବିଭାଗୀୟ ଅଧିକାରୀ ଏବଂ ବିଦେଶୀ ମଦ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ଖୁଲାମଖୁଲା ଦିନ ଦ୍ବିପ୍ରହରରେ ବେଆଇନ ମଦବେପାର କରି ମଦ ବ୍ୟବସାୟୀ କାହାକୁ ଖାତିର କରୁନଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଗରିବ ଖଟିଖିଆଙ୍କ ଘରେ ପ୍ରତିଦିନ ଅଶାନ୍ତି ଦେଖାଦେଉଛି । ସରକାର ସ୍ଥାନୀୟ ସନ୍ତୋଷପୁର ଥରେ ଗୋଟିଏ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଅନୁମତି ଦେଇଥିବା ବେଳେ ସେ ନିଜ ଜାଗାରେ ହିଁ ବିକ୍ରି କରିବା ପାଇଁ ଅନୁମତି ଥିବା ବେଳେ ସେ, ନିଜ ଗାଡ଼ିରେ ସ୍ଥାନେ ସ୍ଥାନେ ମଦ ବିକ୍ରି କରିବା ପାଇଁ ଅନୁମତି ଦେଲା କିଏ ତାକୁ ନେଇ ପ୍ରଶ୍ନ ସୃଷ୍ଠି ହେଉଛି । ଏହିଭଳି ବେଆଇନ କାର୍ଯ୍ୟକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ନେତା ମନ୍ତ୍ରୀଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଉନଥିବା କୋଷାଗୁମୁଡ଼ା ଅଞ୍ଚଳରେ ଗଭୀର ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି । ଏହି ବିଦେଶୀ ଠିପି ଖୋଲା ମଦ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ସନ୍ତୋଷପୁର ନିବାସୀ ବିରୋଧ କରିବା ସହ ମଝିରେ ବଡ ଧରଣର ଭଙ୍ଗାରୁଜା ସହ ସ୍ତାନୀୟ କୋଷାଗୁମୁଡ଼ା ଥାନାକୁ ୫ ଘଣ୍ଟାରୁ ଅଧିକ ସମୟ ଧରି ଘେରାଉ କରିଥିବା ସାମ୍ନାକୁ ଆସିଛି । ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ।ଏଠି ପ୍ରଶ୍ନ ଉଠୁଛି ଚାଷୀ ଙ୍କୁ ଚାଷ ନିମନ୍ତେ ୟୁରିଆ ର ଘୋର ଅଭାବ ଦେଖାଦେଇ ଥିଲା ବେଳେ ପ୍ରୋଜ୍ୟାପ୍ତ ସାର ଯୋଗାଇବାରେ ବିଫୋଳ ଥିଲେ, ସରକାର କିନ୍ତୁ ରାଜସ୍ୱ ଆଦାୟ ସକାଶେ ଠିପି ଖୋଲା ମଦ ଦୋକାନ ଗୁଡିକ ନିଜ ମନ ମୁତାବକ ଦିନ ରାତି ଗାଡ଼ିରେ ବୋହି ଗାଁ ଗାଁ ବୁଲି ବିକିବାଟା କେତେ ଦୂର ଠିକ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବେଆଇନ ମଦ କାରବାର ବିଷୟରେ ସବୁ ଜାଣି ବିଭାଗୀୟ ଅଧିକାରୀ ନିଦା ବିଷ୍ଣୁ ପାଲଟିଛନ୍ତି । ବିଭାଗୀୟ ଅଧିକାରୀ ଙ୍କ ଏହି ନୀରବତା ପଛର କାରଣ ଜଣାପଡୁନଥିବା ବେଳେ ଅଧିକାରୀ ଏବଂ ବ୍ୟବସାୟୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହିଁ ଏହାର କାରଣ ହୋଇଥାଇପରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Post a Comment