ଷ୍ଟାର୍‌ ବନିଲା ପରେ ମାଆ ପ୍ରତି ସ୍ନେହ ଝରାଇ ପକାଉଥିବା ରାନୁ ମଣ୍ଡଲଙ୍କ ଝିଅ ୧୦ ବର୍ଷ ହେବ ଥିଲେ କେଉଁଠି? ଗଣମାଧ୍ୟମରେ ଦେଳେ ସଫେଇ


ମୁମ୍ବାଇ: ଏବେ ଇଣ୍ଟର୍‌ନେଟ୍‌ରେ ଘୂରି ବୁଲୁଛି ବାସ୍‌ ଗୋଟାଏ ଖବର ରାନୁ ମଣ୍ଡଲଙ୍କ ସୁମଧୁର କଣ୍ଠସ୍ୱର। ପଶ୍ଚିମବଙ୍ଗର ଏକ ଷ୍ଟେସନ୍‌ରେ ବସି ଗୀତ ଗାଇ ନିଜ ପେଟ ପୋଷୁଥିବା ରାନୁ ରାତାରାତି ଷ୍ଟାର୍‌ ବନିଯିବା ପରେ ପ୍ରତିଦିନ ତାଙ୍କ ନାଁରେ କିଛି ନା କିଛି ଖବର ହସ୍ତଗତ ହେଉଛି। ତେବେ, ଇତି ମଧ୍ୟରେ ଦେଖିବାକୁ ମିଳିଛି ଯେ ନିରାଶ୍ରୟୀ ରାନୁଙ୍କୁ ତାଙ୍କ ଝିଅ ବି ମିଳି ଯାଇଛନ୍ତି। ମାଆର ଦୁର୍ଦିନରେ ମାଆର ହାତ ଛାଡ଼ି ଦେଇଥିବା ତାଙ୍କ ଝିଅ ଦଶ ବର୍ଷ ଧରି ଥିଲେ କେଉଁଠି?
ନିକଟରେ ଗଣମାଧ୍ୟମରେ ସୂଚନା ଦେଇ ରାନୁଙ୍କ ଝିଅ ସ୍ୱାତୀ କହିଛନ୍ତି, ‘ଗତ ୧୦ ବର୍ଷ ହେବ ମୋ ନିଜ ସ୍ଥିିିତି ହିଁ ଅସହ୍ୟ ଥିଲା। ମୋର ଛାଡ଼ପତ୍ର ହେବା ପରେ ମୁଁ ନିଜେ ଦୁଃଖରେ ଅଛି। ବାପା ଚାଲିଗଲା ପରେ ମାଆର ମାନସିକ ଅବସ୍ଥା ଭଲ ରହୁନଥିଲା। ସେ ଘର ଛାଡ଼ି ପଳାଇ ଯାଉଥିଲା। ମୁଁ ତାକୁ ଖୋଜି ଆଣି ମୋ ପାଖରେ ରଖିପାରୁନଥିଲି। ଆଜି ମାଆ ପାଇଁ ମୁଁ ଖୁବ୍‌ ଖୁସି। ତାକୁ ଏକ ନୂଆ ଜୀବନ ମିଳିଛି ମୁଁ ମୋ ଖୁସି ବ୍ୟକ୍ତ କରିପାରୁନି।’

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ଏକ ଷ୍ଟେସନ୍‌ରେ ବସି ରାନୁ ମଣ୍ଡଲ ‘ପ୍ୟାର୍‌ କା ନଗମା’ ଗୀତ ଗାଉଥିବା ବେଳେ ତାକୁ ଜଣେ ଯୁବକ ସୁଟିଂ କରି ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ନିଜର ସୁମଧୁର କଣ୍ଠସ୍ୱର ପାଇଁ ରାତାରାତି ଷ୍ଟାର୍‌ ପାଳଟିଗଲେ ରାନୁ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.