ବାଲ୍ୟ ଵିଵାହ ରାକିଲା ପ୍ରଶାସନ


 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର କୋଡ଼ିଙ୍ଗା ପଞ୍ଚାୟତ ଗୁଡ଼ାସାହିଠାରେ ଗୁରୁବାର ଗୋଟେ ବାଲ୍ୟବିବାହକୁ ରଖିବାରେ ସଫଳ ହୋଇଛି ପ୍ରଶାସନ । ଏଥିସହ ଆସିଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ନାବାଳିକା ଓ ନାବାଳକ ପ୍ରାପ୍ତ ବୟସ ହେବ ପରେ ଏହି ବିବାହ କରାଇବାକୁ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । ସୂଚନା ଅନୁଯାୟୀ କୋଡ଼ିଙ୍ଗା ଗ୍ରାମର ଗୁଡ଼ାସାହିର ତ୍ରିପତି ହରିଜନ ଉମରକୋଟ ବ୍ଲକ କାଳିଆମ୍ବାଗୁଡ଼ା ଗ୍ରାମର ଜନୈକ ନାବାଳିକାଙ୍କୁ ୧୫ ଦିନ ତଳେ ଘରକୁ ନେଇ ଆସିଥିଲେ । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡି କର୍ମୀ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଆଜି  ଆଇସିଡିଏସ୍ ସୁପରଭାରଜର ରାଜେଶ୍ୱରୀ ନାଗ, ସ୍ଥାନୀୟ ନାଏବ ସରପଞ୍ଚ ଉର୍ଦ୍ଧ୍ବବ ଭତ୍ରା, ୱାର୍ଡ ମେମ୍ବର ଅନିତା କୁମାରୀ ପାତ୍ର, ଜଗନ୍ନାଥ ଚାଲାଣ, ଆଶା ଏବଂ କିଛି ଅଙ୍ଗନବାଡି କର୍ମୀ ମାନେ ନାବାଳକର ଘରେ ପହଞ୍ଚି ତାଙ୍କ ପରିବାରକୁ ବୁଝାସୁଝା କରି ଶପଥ ପାଠ କରାଇଥିଲେ । ବୟସ ନ ହେବା ପର୍ଯ୍ୟନ୍ତ ପୁଅ ପାଇଁ ଝିଅ ଆଣିବା ବା ବିବାହ କରାଇଦେବା ଆଇନତ ଅପରାଧ ବୋଲି କହିବା ସହିତ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବୁଝାଇଥିଲେ । ପରେ ନାବାଳକର ପରିବାର ବାଲ୍ୟବିବାହ ନ କରିବାକୁ ରାଜି ହୋଇଥିଲେ। ଶେଷରେ ନାବାଳକ ଓ ନାବାଳିକା ପ୍ରାପ୍ତ ବୟସ ହେବା ପରେ ଏହି ବିବାହ କରାଇବାକୁ ଏକ ରାଜିନାମାପତ୍ର ସ୍ବାକ୍ଷରିତ ହୋଇଥିଲା ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.