୦୨/୦୯:ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗଂଜାମ RTO ଵ୍ରହ୍ମପୁର BIKE ଅରୋହୀଙ୍କ ଠାରୁ ରେକର୍ଡ ଛୁଆଁ ଜରିମାନା ଆଜି କାଟିଛନ୍ତି । ଟ୍ରାଫିକ ନିୟମ ଆସିଲା । କାଲି ଠାରୁ ସାରା ଭାରତରେ ଗୋଟିଏ ନିୟମ । ଟ୍ରାଫିକ ନିୟମ ଉଲଙ୍ଘନକାରୀ ଙ୍କୁ ଦିଲ୍ଲୀ ରେ ଯାହା ଜରିମାନା ଦେବାକୁ ପଡିବ ଵ୍ରହ୍ମପୁର ଭଳି ଆମ ସହରରେ ମଧ୍ୟ ସମାନ ଜରିମାନା ଦେବାକୁ ପଡିବ । ମିଳିଥିବା ସୂଚନା ଅନୁସାରେ ଏପରି ଅବସ୍ଥାରେ ଆଜି ଗଂଜାମ R T O ସଞ୍ଜୟ କୁମାର ବିଶ୍ବାଳ ଜଣେ ବାଇକ ଅରୋହି ଙ୍କ ଠାରୁ ବିଭିନ୍ନ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ରେ 24,500 /- ଟଙ୍କାର ଜରିମାନା କାଟିଛନ୍ତି । ଜଣେ ବାଇକ ଅରୋହୀଙ୍କ ଠାରୁ ଏତେ ପରିମାଣରେ ଜରିମାନା ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ଏହି ଜରିମାନା ଆଜି ଵ୍ରହ୍ମପୁର ନିକଟସ୍ତ 16 ନଂ ଜାତୀୟ ରାଜପଥ ଅଗସ୍ତି ନୂଆଗାଁ ନିକଟରେ R T O ଗଂଜାମ କାଟିଛନ୍ତି । ଏହି ଜରିମାନା ଶିକାର ହୋଇଥିବା ବ୍ୟକ୍ତି ନିଜ ବାଇକ ରେ ନମ୍ବର ଲେଖି ନଥିବା ଯୋଗୁଁ 10000/-, driving ଲାଇସେନ୍ସ ନଥିବା ଯୋଗୁଁ 10000/- , ଗାଡ଼ିରେ ଇଂସୁରାନ୍ସ ନଥିବା ଯୋଗୁଁ 2000/- , ଏହା ସହ ଗାଡି ଚଲାଇବା ବେଳେ mobile ରେ କଥା ହୋଇ ଯାଉଥିବା ଯୋଗୁଁ 2000 ସହ ଏକା ଥରକେ ଏତେ ନିୟମ ଖିଲାପ କରିଥିବା ଯୋଗୁଁ 500/- ଟଙ୍କା ଜରିମାନା RTO GANJAM କାଟିଥିଲେ । ନିୟମ ଲାଗୁ ହେବାର ପ୍ରଥମ ଦିନରେ ହିଁ ବାଇକ ଅରୋହିଙ୍କୁ ଏକ ବଡ଼ ଝଟକା ଲାଗିଛି । ଗଂଜାମ RTO ସଂଜୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।

Post a Comment