ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ :-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଏମସେମଳା ପଞ୍ଚାୟତର ଦୁରାଗାଁ । ପ୍ରାୟ ୨୫୦ରୁ ଊର୍ଦ୍ଧ୍ଵ ପରିବାର ବସବାସ କରନ୍ତି ଏହି ଗାଁରେ । ପଞ୍ଚାୟତର ସବୁଠାରୁ ପୁରାତନ ଗାଁକୁ ଡ୍ରେନେଜ ବ୍ୟବସ୍ଥା ନାହିଁ । ଗାଁର ମାଳୀସାହିକୁ ଲାଗିକି ରହିଥିବା ମୁଖ୍ୟରାସ୍ତା ବର୍ତମାନ ଡ୍ରେନର କାର୍ଯ୍ୟ କରୁଅଛି । ଏହି ରାସ୍ତା ଉପରେ ଗାଁର ସମସ୍ତ ଲୋକ ସହ ନଦୀଘାଟକୁ ସଂଯୋଗ ଏହି ରାସ୍ତାରେ ଆଜକୁ ପ୍ରାୟ ୧୦ବର୍ଷରୁ ଉର୍ଦ୍ଧ ହେବ କଂକ୍ରିଟ ରାସ୍ତା କରଯାଇଥିଲା । ଉକ୍ତ କଂକ୍ରିଟ ରାସ୍ତା ନିର୍ମାଣ ସମୟରେ ଦୂଷିତ ଜଳ ଏହିପରିକି ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ଡ୍ରେନେଜ ବାବଦରେ କରାଯାଇନଥିଲା । ରାସ୍ତା ନିର୍ମାଣ ସମୟରେ ସାହି ବାସିନ୍ଦା ଡ୍ରେନନିର୍ମାଣ ପାଇଁ ବିଭାଗକୁ ଜଣାଇଥିଲେ ହେଁ ଇଷ୍ଟିମେଟ ନଥିବା କହି ବିଭାଗ କେବଳ କଂକ୍ରିଟ ରାସ୍ତା ନିର୍ମାଣ କରି ନିଜର ଦାଇତ୍ଵ ସାରିଦେଇଥିବା ଗ୍ରାମବାସୀ କହିଛନ୍ତି । ରାସ୍ତାରେ ବର୍ତମାନ ମଇଳା ଜଳ ନିଷ୍କାସନ ହେବା ଦ୍ଵାରା ଲୋକେ ନାହି ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ହେତୁ ନିଷ୍କାସିତ ମଇଳା ଜଳ ଅନ୍ୟ ମାନଙ୍କର ଘରକୁ ଯାଉଥିବା ସହ ଘରକାନ୍ଥ ମାନଙ୍କରେ ମଇଳାପାଣି ଛିଞ୍ଚି ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି ଏଥିସହ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଡ୍ରେନ ସାଜିଥିବା ଏହି ମାଳୀସାହି ମୁଖ୍ୟ ରାସ୍ତାଟି ବର୍ତମାନ ପରିବେଶଟି ଓଳିଆଗୋଦା ଭଳି ହୋଇ ଦୁର୍ଗନ୍ଧ ପରିବେଶ ସହ ମଶାମାଛି ପ୍ରଦୂର୍ଭାବ ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନେକ ଥର ସମସ୍ୟାନେଇ ଗ୍ରାମବାସୀ ପଞ୍ଚାୟତ ବ୍ଲକକୁ ଜଣାଇଥିଲେ ମଧ୍ୟ ସମସ୍ୟା ଉପରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମର କମଳଚନ ମାଳୀ, ଝିତୃ ମାଳୀ, ଦୁର୍ଜ୍ୟଧନ ମାଳୀ, ଚନ୍ଦରୁ ଲହରା, କେମରାଜ ପୂଜାରୀ, କମଳଚନ ପୂଜାରୀ, ମଧୁ ଭତରା, ଉଦବତୀ ମାଝି ପ୍ରମୁଖ କହିଛନ୍ତି । ଗ୍ରାମର ଡ୍ରେନ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment