ଗଞ୍ଜେଇ ଜବତ ମଟର ସାଇକେଲ ଜବତ ଜଣେ ଗିରଫ
୦୫|୦୨|(ଖବର ଆମ ଅଞ୍ଚଳର)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମ ନିକଟରେ ଶନିବାର ରାତିରେ ୨୨କିଲୋ ୭୦୦ଗ୍ରାମ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବେଣୁଆଗୁଡା ଗ୍ରାମର ଜଳନ୍ଧର ମାଝୀ ମିଳିଥିବା ସୂଚନା ଅନୁଯାଇ ଜଲନ୍ଧର ଏକ ୟୁନିକନ ବାଇକ୍ ଯୋଗେ ଡଙ୍ଗରିଗୁଡ଼ା(ବରଗାଁ)କୁ ଗଞ୍ଜେଇ ଆଣୁଥବା ବେଳେ ପୋଲିସ ହାତରେ ଧରାପଡିଥିଲା । କୋଷାଗୁମୁଡା ପୋଲିସ ଗଞ୍ଜେଇ ଓ ବାଇକକୁ ଜବତ କରିଥିଲେ I କୋଡିଙ୍ଗା ତହସିଲଦାର ଟିକୁନୁ ପୁଟାଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା I ଏ ନେଇ କୋଷାଗୁମୁଡା ଥାନାରେ ଏନଡିପିଏସ ମାମଲା ରୁଜୁ କରାଯାଇଥିବା କୋଷାଗୁମୁଡା ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ସୂଚନା ଦେଇଥିଲେ

Post a Comment