ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ
୦୫।୦୨(ଖବର ଆମ ଅଞ୍ଚଳର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର କୋଡିଙ୍ଗା ପଞ୍ଚାୟତ ମିନି ଷ୍ଟାଡିୟମଠାରେ ଆଜି ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ, କୋଡିଙ୍ଗା ତହସିଲଦାର ଟିକୁନୁ ପୁଟା, କୋଡିଙ୍ଗା ରେଞ୍ଜର କାମେଶ୍ଵର ଆଚାରୀ ଯୋଗ ଦେଇ ଟୁର୍ଣାମେଣ୍ଟଟିର ଉଦଯାପିତ ମ୍ୟାଚକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଗତ ଜାନୁଆରୀ ମାସ ୧୬ ତାରିଖରୁ ଆୟୋଜିତ ଏହି ଫୁଟବଲ ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ସେମିଫାଇନାଲ ମ୍ୟାଚରେ ବଡମସିଗାଁ ଦଳ ଓ କୋକଡି ସେମଳା ଦଳକୁ ପେନାଲଟି ସୁଟଆଉଟରେ ବିଜୟ ହୋଇ ଫାଇନାଲକୁ ପ୍ରବେଶ କରିଥିବା ବେଳେ ତାରାଗାଁ ଦଳ ଗିର୍ଲା ଦଳକୁ ୧-୦ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ରୋମାଞ୍ଚକ ଫୁଟବଲ ମ୍ୟାଚରେ ତାରାଗାଁ ଦଳ ୨-୧ ଗୋଲରେ ବିଜୟ ଲାଭ କରିଥିଲା । ବିଜେତା ତାରାଗାଁ ଦଳକୁ ଟ୍ରଫି ସହ ୧୬ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ପ୍ରଦାନ କରଯାଇଥିଲା । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମେତ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରଦ ନାୟକ, ମୋହନ ମାଝୀ, ତ୍ରିଲୋଚନ ଧାକଡ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ପୁରସ୍କାର ବିତରଣୀ ମଞ୍ଚରେ ଟୁର୍ଣାମେଣ୍ଟ ପରିଚାଳନା ସଭାପତି ବଦ୍ରି ନାରାୟଣ ସିଂ ସଭାପତିତ୍ଵ କରିଥିବା ବେଳେ ରେଫେରି ଜଉଲ ହୁସେନ, ସମୀର ଓ ଭିକି ପରିଚାଳନା କରିଥିଲେ । ସ୍ଥାନୀୟ ମୃତ ଖେଳାଳୀଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆୟୋଜିତ ଏହି ଫୁଟବଲ ଟୁର୍ଣାମେଣ୍ଟ ରାଜ ଚାଉଁରିଆ ସ୍ପୋର୍ଟିଂ କ୍ଲବ ପରିଚାଳନା କରିଥିଲେ ।

Post a Comment