ମାନବିକତା ଦେଖାଇଲେ ବିଡିଓ
(25ଜାନୁଆରୀ 2023)ରାସ୍ତା ପାର୍ଶ୍ୱରେ ଦୁର୍ଘଟଣା ହୋଇ ରକ୍ତାକ୍ତ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ଯୁବକ ଓ ଆହତ ତିନି ଶିଶୁଙ୍କୁ ଉଦ୍ଧାର କରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ । ନିଜେ ଗାଡିରେ ଆଣି ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁକାନ୍ତ କୁମାର ପଟ୍ଟନାୟକ କ୍ଷେତ୍ର ପରିଦର୍ଶନ ପାଇଁ ମୋତିଗାଁକୁ ଯାଉଥିବା ସମୟରେ ପଦରଗାଁ ଠାରୁ କିଛି ଦୂରରେ ରାସ୍ତା ପାର୍ଶ୍ବରେ ରକ୍ତାକ୍ତ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ଯୁବକ ଓ ଆହତ ତିନି ଶିଶୁଙ୍କୁ ପଡି ରହିଥିବା ଦେଖିବାକୁ ପାଇଥିଲେ । ଆହତ ମାନଙ୍କୁ ବିଡ଼ିଓ କୋଷାଗୁମୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରିଥିଲେ I ଦୁର୍ଘଟଣା ଗସ୍ତ ହୋଇଥିବା ଯୁବକ ଏକ ଦଶାହ କାମ ସାରି ଫେରୁଥିଲେ ଓ ଦୁଇଟି ବାଇକ୍ ଧକ୍କା ହୋଇ ଥିବା କୁହାଯାଉଛି I ବିଡିଓଙ୍କ ଏଇଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୋରୀ ଭୋରୀ ପ୍ରଶଂସା କରିଛନ୍ତି ।

Post a Comment