ଜାତୀୟ ମତଦାନ ଦିବସ ପାଳନ
(25ଜାନୁଆରୀ 2023)ନବରଙ୍ ଗପୁର ଜିଲ୍ଲା କୋଷlଗୁମୁଡl ବ୍ଲକ କୋଡ଼ିଙ୍ଗl ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଯୁବ ରେଡକ୍ରସ, ରେଡ୍ ରିବନ୍ କ୍ଲବର ଜାତୀୟ ସେବା ଯୋଜନା ଓ କୋଷାଗୁମୁଡା ପଞ୍ଚାୟତ ସମିତିର ମିଳିତ ଆନୁକୁଲ୍ୟରେ ତ୍ରୟୋଦଶ ଜାତୀୟ ମତଦାନ ଦିବସ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କୋଷlଗୁମୁଡ଼ା ବ୍ଲକ ଉପାଧକ୍ଷ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ବଦ୍ରୀ ନାରାୟଣ ସିଂ ମୂଖ୍ୟ ବକ୍ତା, ବିଡିଓ ସୁକାନ୍ତ ପଟ୍ଟନାୟକ, ମୋହନ ମାଝୀ, ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ଉପାଧ୍ୟକ୍ଷା ବିବେକ କୁମାର ମହାଳିକ କlର୍ଯ୍ୟକର୍ମରେ ପୌରହିତ୍ୟ କରିଥିଲେ l ସର୍ବପ୍ରଥମେ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଶ୍ରୀ ଅଖିଳ କୁମାର ଭଟ୍ଟ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକର୍ମ ସମ୍ପର୍କରେ ବିସ୍ତୃତବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ମତଦାନ ସମ୍ପର୍କିତ ଶପଥ ପାଠପରେ ଉପସ୍ଥିତ ଅତିଥି ମାନେ ଭାରତ ଭଳି ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଭୋଟ ଦାନ ଆମର ସାମ୍ବିଧିନିକ ଅଧିକାର ଏବଂ ପ୍ରତ୍ୟେକ ନାଗରିକ ସେମାନଙ୍କର ଅଧିକାର ଓ ଦାୟିତ୍ଵ ସମ୍ପର୍କରେ ସଚେତତା ହେଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠାନ ବର୍ଷର ପ୍ରାୟ ସମୟରେ ବିଭିନ୍ନ ସଚେତନତା ଜନହିତକର କlର୍ଯ୍ୟକ୍ରମ ମାନ ଆୟୋଜନ କରି ଜିଲ୍ଳାର ଏକ ଆଦର୍ଶ ଶିକ୍ଷାନଷ୍ଠାନ ହୋଇପାରିଛି ବୋଲି ମଞ୍ଚାସୀନ ଅତିଥିମାନେ ମତପୋଷଣ କରିଥିଲେ l ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଖୋଲା ପ୍ରଶ୍ନ ମଞ୍ଚର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାକୁ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ପରିଚାଳନ କରିଥଲେ l ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଡ ରବି ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l

Post a Comment