ବିନା ଶିକ୍ଷକର ବିଦ୍ୟାଳୟ


୨୫।୦୧(ଆପ୍ର) ବିଦ୍ୟାଳୟ ଅଛି ପାଠ ପଢିବାକୁ ଛାତ୍ରଛାତ୍ରୀ ଆସୁଛନ୍ତି ହେଲେ ଶିକ୍ଷକ ନାହାନ୍ତି । ନା ପିଲାଙ୍କୁ ପାଠ ପଢା ହେଉଛି ନା କାର୍ଯ୍ୟ କରୁଛି ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । କେବଳ ପିଲାଏ ଚାବି ଖୋଲି ୧୦ରୁ ୧ ବସି ପୁଣି ୨ଟାରୁ ୪ଟା ପର୍ଯ୍ୟନ୍ତ ବସି ଫେରିଯାଉଛନ୍ତି ନିଜ ନିଜ ଘରକୁ । ଶିକ୍ଷାବିଭାଗର ଏଇଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମୋତିଗାଁ ପଞ୍ଚାୟତର ଜାନୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ । ୨୦୦୮ରେ ସ୍ଥାପିତ ଜାନୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ । ମୋଟ ୪୧ଜଣ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି । ପୂର୍ବରୁ ୨ଜଣ ଶିକ୍ଷକ ଥିବା ସ୍କୁଲରେ ଜଣକ ପ୍ରମୋଶନରେ ବଦଳି ହେବା ପରେ ଜଣେ ମାତ୍ର ଶିକ୍ଷକ ଦାୟିତ୍ଵ ତୁଲାଇ ଆସୁଛନ୍ତି । ଗତ ୧୮ତାରିଖରେ ଦାୟିତ୍ଵରେ ଥିବା ଶିକ୍ଷକ ବିଷ୍ଣୁ ମୋହନ ନାୟକ କୌଣସି କାମରେ ଛୁଟିରେ ଯାଇ ଚଳିତ ମାସ ୨୪ ତାରିଖରେ କାର୍ଯ୍ୟରେ ଯୋଗ ଦେବାର ଥିଲେ ମଧ୍ୟ ଦେଇନଥିଲେ । ଅନ୍ୟପଟେ ଶିକ୍ଷକଙ୍କ ବଦଳରେ ନିକଟ ଝିଟକାଗୁଡା ସ୍କୁଲର ସହକାରୀ ଶିକ୍ଷକ ଦୁଲ୍ଲଭ ଭତରାଙ୍କୁ ବିଭାଗ ପକ୍ଷରୁ ଡେପୁଟ କରଯାଇଥିଲା । ହେଲେ ଛାତ୍ରଛାତ୍ରୀ ସ୍କୁଲକୁ ଆସୁଥିଲେ ମଧ୍ୟ ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ରହିବା ସହ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଥିଲା । ଏହିପରିକି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତାରେ ମଧ୍ୟ କେହି ଉପସ୍ଥାନ ନ ପକେଇ ପାଠ ପଢା ସମ୍ପୂର୍ଣ ବନ୍ଦ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହିପରି ଭାବେ ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏନେଇ ଆମେ ଗୋଷ୍ଟି ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସହ ଯୋଗାଯୋଗ କରିବାରୁ ସେ “ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ” ବୋଲି କହିଥିଲେ । ଶିକ୍ଷାବିଭାଗର ଦାୟିତ୍ଵହିନ ମନଭାବ ସହ କର୍ତ୍ତବ୍ୟରେ ଅବହେଳା ଶିକ୍ଷକ ପ୍ରତି ଅନୁକମ୍ପା ଯୋଗୁଁ ଶିକ୍ଷାବିଭାଗରେ ଶିକ୍ଷକଙ୍କ ମନମୁଖୀ ଦିନକୁ ଦିନ ବଢିବାରେ ଲାଗିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.