ପ୍ରିନ୍ସରାଜ ଭତ୍ରା । ବୟସ ମାତ୍ର ୪ବର୍ଷ । ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତର ତେଲିଆଗୁଡା । ପରିବାର କହିଲେ ବାପା କୃତିବାସ ଓ ଜେଜେମା ପଦ୍ମା ଭତ୍ରା । ବୋଧେ ବିଧାତାର ଖେଳ କିଛି ଅନ୍ୟ ପ୍ରକାରର ପିଲାଟି ଦିନରୁ ମାଆକୁ ହୋରାଇଥିବା ବେଳେ ପ୍ରିନ୍ସର ଦୁଇଟି ଗୋଡରେ ଠିକ ଭାବେ ନା ଚାଲି ପାରୁଛି ନା ଠିକ ଭାବେ ଠିଆ ହୋଇପାରୁଛି । ସରକାରୀ ସହାୟତା କହିଲେ ଅନ୍ତର୍ଦୋୟ ଯୋଜନାରେ ମାସିକ ୩୫କିଲୋ ଚାଉଳ । ନା ମିଳିପାରିଛି ଭିନ୍ନକ୍ଷମ ଭତ୍ତା ନା ପକ୍କାଘର । ୨ବର୍ଷ ପୂର୍ବେ ମିଳିଥିବା ଏକ ୱ୍ହିଲ ଚେୟାର ଯାହାକି ବର୍ତ୍ତମାନ ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଗଲାଣି । ପ୍ରିନ୍ସର ନିତ୍ୟକର୍ମଠାରୁ ଆରମ୍ଭ କରି ପ୍ରତ୍ୟେକଟି କାମ ବୃଦ୍ଧା ଜେଜେମା କାଖରେ ଯାକି ହୋଇ ହୋଇଯାଏ । ପଢିବାକୁ ଆଗ୍ରହ ଥିବା ପ୍ରିନ୍ସ ନିତି ୬୦୦ମିଟର ଦୂରରେ ପ୍ରି-ସ୍କୁଲ(ଅଙ୍ଗନବାଡି)କୁ ବହୁ କଷ୍ଟରେ ଯାଇ ପାଠ ମଧ୍ୟ ପଢେ । ଗରିବ ପରିବାର ପର ଘର ମୂଳ ଲାଗିଲେ ପରିବାର ଚଳେ । ଏଇଥି ପାଇଁ ବାପା ପୁଅର ଚିକିତ୍ସା ପାଇଁ କୌଣସି ମେଡିକାଲକୁ ମଧ୍ୟ ନେଇ ପାରୁନାହାନ୍ତି । ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟାରେ ଆବଶ୍ୟକ କାଗଜପତ୍ର ଦାଖଲ କରି ପରୀକ୍ଷା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ମଧ୍ୟ ମିଳିପାରିନାହି । ଭତ୍ତାଟିଏ ପାଇଁ ଗାଁଠାରୁ ୬ କିମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟଳୟରେ ଆସି ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହିପରିକି ବ୍ଲକ କାର୍ଯ୍ୟଳୟରେ ବହୁତ ଥର ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆମେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀମସେନ ପ୍ରଧାନୀଙ୍କୁ ଯୋଗାଯୋଗ କରିବାରୁ ସେ “ଆବଶ୍ୟକୀୟ କାଗଜ ପତ୍ର ଦାଖଲ ହୋଇପାରିନଥିବା ଯୋଗୁଁ ଭତ୍ତାଟି ପାଇ ପାରିନଥିବେ ଆବେଦନ କଲା ପରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରଯିବ” ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଦିବ୍ୟାଙ୍ଗ ପ୍ରିନ୍ସରାଜକୁ ଭତ୍ତା ସହ ସରକାରୀ ସହାୟତା ଯୋଗାଇବା ସହ ଚିକିତ୍ସା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment