ନବରଙ୍ଗପୁ ର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବିଏମ ସେମଳା ପଞ୍ଚାୟତ ଡାଡିଆ ମାଝୀଗୁଡା ନର୍ସରିଠାରେ ଆଜି ବ୍ଲକ ଟ୍ରାକ୍ଟର ମାଲିକ ସଙ୍ଘର ନୂଆ ବର୍ଷ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଠକର ଆରମ୍ଭରେ ସମସ୍ତ ସଭ୍ୟ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ସଂଘ ସଭାପତି ଧରମ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରକର ସଂଘର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା । ସଙ୍ଘର ବ୍ଲକ ସଂଗଠନକୁ ଆଗାମୀ ଦିନରେ କିଭଳି ଭାବେ ଅଧିକ ସଂଗଠିତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକ ଯୋଗ ଦେଇଥିଲେ ।

Post a Comment