ଦ୍ଵନ୍ଦରେ ଦଳୀୟ ନିଷ୍ପତ୍ତି, ୪୦୦ପାର ଲକ୍ଷ୍ୟକୁ ଅଙ୍କୁଶ ଲଗାଇବ କି ନବରଙ୍ଗପୁର ସଂସଦୀୟ କ୍ଷେତ୍ର
ନବରଙ୍ଗପୂର,(୦୫।୦୩):କିଛି ଦିନ ରହିଛି ସାଧାରଣ ନିର୍ବାଚନ । ସଂସଦୀୟ କ୍ଷେତ୍ର ନବରଙ୍ଗପୁରରେ ରାଜନୈତିକ ଉଷ୍ମତା ଯେତିକି ବଢିଛି ପ୍ରାର୍ଥୀକୁ ନେଇ ମଧ୍ୟ ଦ୍ଵନ୍ଦ ବିରୋଧ ଓ କର୍ମୀନେତାଙ୍କ ଉତ୍କଣ୍ଠା । ସରଗରମ ରାଜନୀତି ଓ ଏହାରି ମଧ୍ୟରେ ପ୍ରସ୍ତୁତ ମଇଦାନରେ ପ୍ରମୁଖ ୩ ରାଜନୈତିକ ଦଳର ପ୍ରତିଦ୍ଵନ୍ଦୀ । ଚଳିତ ସାଧାରଣ ନିର୍ବାଚନରେ ନବରଙ୍ଗପୂର ଲୋକସଭା ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଏଥର ଲଢେଇ ଜୋରଦାର ହେବା ସହ କଡା ଟକ୍କରର ସାମନା କରିବାକୁ ୩ପ୍ରାର୍ଥୀଙ୍କୁ ପଡିପାରେ ବୋଲି ସବୁଆଡେ ଆଲୋଚନା ଜୋର ଧରିଛି । କଂଗ୍ରେସରୁ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରଦୀପ ମାଝୀ ଓ ବଳଭଦ୍ର ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି ଭାଜପା ଦଳ । ଲୋକସଭା ପ୍ରାର୍ଥୀଙ୍କ ପାଇଁ ଏହି ନିର୍ବାଚନ ବହୁ ଚ୍ୟାଲେଞ୍ଜ ନେଇ ଆସିଛି । କଂଗ୍ରେସରୁ ପ୍ରଦୀପ ଓ ବିଜେଡିରୁ ବଳଭଦ୍ରଙ୍କୁ ସାଂସଦ ଭାବେ ମତଦାତାମାନେ ନିର୍ବାଚିତ କରିଥିଲେ । ହେଲେ ପରିବର୍ତ୍ତନଶୀଳ ରାଜନୀତିରେ ଦଳ ବଦଳାଇ ଥିବା ବଳଭଦ୍ର ଦ୍ଵିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ କରିଥିବାବେଳେ ପ୍ରାର୍ଥିତ୍ଵକୁ ନେଇ ଦଳରେ ବିଦ୍ରୋହ ଦେଖାଦେଇଛି । ଏକଦା ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ତଳୀ କଂଗ୍ରେସର ଗଡ ରହିଥିଲା । ସ୍ଵର୍ଗତ ଖଗପତି ପ୍ରଧାନୀ ୯ଥର ସଂସଦ ଭାବେ ନିର୍ବାଚିତ ହୋଇଥିଲେ । ଖଗପତିଙ୍କ ପରେ ୧୯୯୯ଓ ୨୦୦୪ରେ କ୍ରମାଗତ ୨ଥର ବିଜେପିରୁ ଅଞ୍ଚଳର ଆଦିବାସୀ ନେତା ପର୍ଶୁରାମ ମାଝୀ ତୃଣମୂଳସ୍ତରରେ ଦୃଢ ସଂଗଠନ କରି ସାଂସଦ ହୋଇଥିଲେ । ୨୦୧୯ରେ ନବରଙ୍ଗପୂର ଲୋକସଭାର ୭ଟି ନିର୍ବାଚନ ମଣ୍ଡଳୀରୁ ବିଜେଡି ୫ ଓ ବିଜେପି ୨ଟି ଆସନକୁ ଅକ୍ତିଆର କରିଥିଲା । ବିଜେଡି ପ୍ରାର୍ଥୀ ରମେଶଙ୍କୁ ୩ଲକ୍ଷ ୯୨ହଜାର୪୮୧ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସର ପ୍ରଦୀପ ୩ଲକ୍ଷ୪୯ହଜାର୪୩୭ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ସେହିପରି ବିଜେପିର ବଳଭଦ୍ର ୩ଲକ୍ଷ୪୨ହଜାର୫୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ୨୦୧୯ଲୋକସଭା ନିର୍ବାଚନରେ ବିଜେଡି ଛାଡି ବିଜେପି ଯୋଗଥିବା ବଳଭଦ୍ର ହାରର ସାମନା କରିଥିବା ବଳଭଦ୍ରଙ୍କୁ ପୁଣିଥରେ ୨୦୨୪ରେ ଟିକଟ ଦେଇଥିବା ପରେ କର୍ମୀ ମହୋଲରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦଳରେ ତୃଣମୂଳ ସ୍ତରରେ ସଂଗଠନ କରିଥିବା ଆଦିବାସୀ ନେତା ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଟିକଟ ନ ମିଳିବାକୁ ନେଇ ବିଭିନ୍ନ ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତା ବଳଭଦ୍ରଙ୍କ ପ୍ରାର୍ଥିତ୍ଵ ନିଷ୍ପତ୍ତିକୁ ବିରୋଧ କରି ବିଦ୍ରୋହ କରିଥିଲେ । ଦଳର ନିଷ୍ପତ୍ତିକୁ ନେଇ ଜିଲ୍ଲାରୁ ରାଜ୍ୟ ଓ ଶୀର୍ଷ ନେତୃତ୍ଵ ନିକଟରେ ବାରମ୍ବାର ଲୋକସଭା ପ୍ରାର୍ଥୀ ପୁନଃ ବିଚାର କରାଯାଉ ବୋଲି ଦଳୀୟ କର୍ମୀ ବାରମ୍ବାର ଚାପ ପକାଉଥିବା ସାଧାରଣରେ ଚର୍ଚା ଜୋର ଧରିଛି । ଗୋଟିଏ ପଟେ ଲୋକସଭା ସହ ୭ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥିତ୍ଵକୁ ନେଇ ବିଦ୍ରୋହ ଓ ଦଳୀୟ ବିଶୃଙ୍ଖଳା ଯାହା କି ବିରୋଧୀ ଶିବିରରେ ଲଢେଇ ପାଇଁ ଅଧିକ ସୁହାଇବା ବୋଲି ଆଲୋଚନା ହେବା ସହ ସମସ୍ତ ଆସନରେ ବିରୋଧୀ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ ହେଉଥିବା ଆଲୋଚନା ହେଉଅଛି । ସାଂସଦ ପ୍ରାର୍ଥୀ ହେବା ପାଇଁ ଜିଦରେ ଅଟଳ ଥିବା ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ରାଜ୍ୟ ଓ କେନ୍ଦ୍ର ନେତୃତ୍ଵ ମଧ୍ୟରେ ବାରମ୍ବାର ଆଲୋଚନା ବିଫଳ ହେଉଥିବା ସହ ଟିକଟ ନ ମିଳିଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ପର୍ଶୁରାମ ଲଢିବା ଦଳୀୟ କ୍ଷତି ହେବା ସହ ମୋଦୀଙ୍କ ୪୦୦ପାରର ଲକ୍ଷ୍ୟକୁ ଅଙ୍କୁଶ ଲଗାଇବ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ବୋଲି ଚର୍ଚ୍ଚା ହେଉଅଛି ।












