୦୪।୦୯(ଖବର ଆମ ଅଞ୍ଚଳର):ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ଆଜି ବ୍ଲକର କୋଡ଼ିଙ୍ଗା, ଫାର୍ଶାଗୁଡା, ଭାଲୁଗୁଡା, ଜବାଗୁଡା, ଡେଙ୍ଗାଗୁଡା, ଖୁଟୁବାଇ ଓ ଡଙ୍ଗରା ଗ୍ରାମରେ ଚଢାଉ କରାଯାଇ ଚୋରା ଦେଶୀ ମଦ ଜବତ କରାଯାଇ ୪ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ୪ ଅଭିଯୁକ୍ତ ମାନେ ହେଲା କୁଜାଗୁଡା ଗ୍ରାମର ପାର୍ବତୀ ବିଶୋଇ, ଫାର୍ଶାଗୁଡା ଗ୍ରାମର କେମରାଜ ଭତ୍ରା, ଫାର୍ଶାଗୁଡା ଗ୍ରାମର ମଙ୍ଗଲ ଅମନାତ୍ୟା ଓ ଡୁର୍କାଗୁଡା ଗ୍ରାମର ପିଲୁବାବୁ ଭତ୍ରା । ବିଭାଗ ପକ୍ଷରୁ ପ୍ରାୟ ୬୩ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପ-ନିରୀକ୍ଷକ ହରପ୍ରସାଦ ରଣା, କୋଡ଼ିଙ୍ଗା ଅବକାରୀ ସହ-ଉପନିରୀକ୍ଷକ ଜଗବନ୍ଧୁ ଜାନୀ, ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ, ସଦାଶିବ ଭତରା, ରଞ୍ଜି ଜାନୀ ସାମିଲ ରହିଥିଲେ ।
Post a Comment