ବାଇକ ଦୁର୍ଘଟଣାରେ ଯୁବକ ମୃତ
କୋଷାଗୁମୁଡ଼ା,୦୪।୦୧(ଆପ୍ର) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋକଡି ସେମଳା ପଞ୍ଚାୟତର ଝରନଗୁଡା ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ପୋଇତଗୁଡା ଗ୍ରାମର ବିଷମ ଚଲାଣ(୨୦) । ମିଳିଥିବା ସୂଚନା ଅନୁଯାଇ ଗ୍ରାମର ବିଷମ ଚଲାଣ ଓ ଚିଙ୍ଗଡୁ ଚଲାଣ କୌଣସି କାମରେ ଆଟିଗାଁକୁ ଯାଇ ରାତି ପ୍ରାୟ ସାଢେ ୯ରେ ଏକ ବାଇକ ଯୋଗେ ପୋଇତଗୁଡା ଗ୍ରାମକୁ ଫେରୁଥିଲେ । ଆସୁଥିବା ସମୟରେ ରାତିରେ ଝରନଗୁଡା ରାସ୍ତାର ଏକ କଲଭର୍ଟ ନିକଟରେ ବାଇକଟି ଦୁର୍ଘଟଣା ଗସ୍ତ ହୋଇଥିଲା । ଏହାପରେ ଉକ୍ତ ରାସ୍ତା ଦେଇଯାଉଥିବା ଲୋକ ଦୁଇ ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିବା ବେଳେ ଡାକ୍ତର ବିଷମକୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ବାପା ପଦମ ଚଲାଣ କୋଡିଙ୍ଗା ଥାନାରେ ଏକ ଏତଲା ଦାୟାର କରିବା ପରେ କୋଡିଙ୍ଗା ପୋଲିସ ୦୧।୨୩ରେ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା କୋଡିଙ୍ଗା ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ସୂଚନା ଦେଇଛନ୍ତି ।

Post a Comment