ନୂତନ ପିଇଓ ସଂଘ ଗଠିତ

୦୬।୦୧(ଖବର ଆମ ଅଞ୍ଚଳର)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଡଙ୍ଗରିଗୁଡା ମନ୍ଦିର ପ୍ରାଙ୍ଗଣରେ ବ୍ଲକ ନୂତନ ପିଇଓ ସଙ୍ଘର ପୁନର୍ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପିଇଓମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ବିଗତ ଦିନମାନଙ୍କରେ ସଂଘର ଆୟ ବ୍ୟୟ ହିସାବ ଦିଆଯାଇଥିଲା । ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ ଟିକିଚନ୍ଦ୍ର ନାୟକ, ସମ୍ପାଦକ ଭାବେ ସଞ୍ଜୟ କୁମାର ମହାକୁଡ଼, କୋଷାଧକ୍ଷ ଭାବେ ସୁଦର୍ଶନ ଚକ୍ରବର୍ତ୍ତୀ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଓ  ଆଇନ ପରାମର୍ଶଦାତା ଭାବେ ଯୁଧିଷ୍ଠିର ରାଜଗଣ୍ଡଙ୍କୁ ନିଯୁକ୍ତ କରାଯାଇଥିଲା । ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ପିଇଓମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.