କୋଷାଗୁମୁଡା ବ୍ଲକ ବ୍ରାହ୍ମଣ ସମାଜ ମକର ମିଳନ

ନବରଙ୍ଗପୁର ଜିଲ୍ଲା ସଦର କୋଷାଗୁମୁଡା ବ୍ଲକ ନିକଟସ୍ଥ ଜୁନାପାଣି ସିଦ୍ଧେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକ ବ୍ରାହ୍ମଣ ସମାଜର
ପାରିବାରିକ ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଞ୍ଚଳରୁ ବ୍ରାହ୍ମଣମାନେ ସପରିବାରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ମିଶ୍ର ସଭାପତିତ୍ବ କରିଥିବାବେଳେ ସଂପାଦକ କୈଳାସ ପାଣିଗ୍ରାହୀ ଅତିଥି ସ୍ୱାଗତ ଓ ବାର୍ଷିକ ବିବରଣୀ  ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଭାବେ ବିଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ମୃତ୍ୟୁଞ୍ଜୟ ଦାଶ, ଜିଲ୍ଲା ଉପସଭାପତି ନିଳକଣ୍ଠ ତ୍ରିପାଠୀ, ପ୍ରଶାନ୍ତ କୁମାର ପାତ୍ର, ପାପଡାହାଣ୍ଡି ମଣ୍ଡଳ ସଭାପତି ଲିଙ୍ଗରାଜ ଦାଶ, କୋଷାଧ୍ୟକ୍ଷ କାଳି ମିଶ୍ର ମଞ୍ଚାସିନ ଥିଲେ । ଚାରିଜଣ ବୟୋଜ୍ୟେଷ୍ଠ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ଡମ୍ବରୁଧର ମହାପାତ୍ର, ସୁବାସ ଚନ୍ଦ୍ର ମିଶ୍ର ଓ ସତ୍ୟନାରାୟଣ ଦାଶଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାବ। 
ବ୍ରାହ୍ମଣ ସମାଜ ସଂଗଠନ ବିଷୟରେ ଆଲୋଚନା ସହ ମହିଳା ମାନଙ୍କ ପାଇଁ ଝୋଟି ଚିତା, ଶଙ୍ଖବାଦନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମକୁ ସିମାଞ୍ଚଳ ପାଢ଼ୀ, ବିନାୟକ ଷଡ଼ଙ୍ଗୀ, ମନୋଜ ଚୌଧୁରୀ, ବିଶ୍ୱମୋହନ ତ୍ରିପାଠୀ, ବାଲ୍ୟକୃଷ୍ଣ ମହାପାତ୍ର, କାନୁ ପାଣିଗ୍ରାହୀ ପ୍ରମୂଖ ସଞ୍ଚାଳନ କରିଥିଲେ। ସମସ୍ତଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏକ ସଫଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.